ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସେମିତି ବଢ଼ିଚାଲିଛି । ଗତ ୨୪ ଘଣ୍ଟାରେ ୨୯ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୪୯୯ ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୬୮ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟଙ୍କ ସଂଖ୍ୟା ୨୧୪ । ଢ଼େଙ୍କାନାଳ, ଗଜପତି ଜିଲ୍ଲାରେ ୯୦ ଉପରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ୧୪୯୯ ଆକ୍ରାନ୍ତଙ୍କ ମଧ୍ୟରୁ ୯୧୪ କ୍ୱାରେଣ୍ଟାଇନ୍ କେସ୍ ହୋଇଥିବା ବେଳେ ୫୮୫ ଲୋକାଲ୍ କଣ୍ଟାକ୍ଟ କେସ୍ ।
ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧, ୮୭୭ କୁ ବୃଦ୍ଧି ପାଇଛି । କେବଳ ଗଞ୍ଜାମରୁ ୧୦, ୩୬୪ ଏବଂ ଖୋର୍ଦ୍ଧାରୁ ୪,୨୦୦ ଆକ୍ରାନ୍ତ ଚିହ୍ନଟ ହେଲେଣି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୯,୭୪୬ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ଆକ୍ଟିଭ୍ ଆକ୍ରାନ୍ତ ଅଛନ୍ତି ୧୧,୯୧୭ ।
ଆକ୍ରାନ୍ତଙ୍କ ସହ ତାଳ ଦେଇ ମୃତ୍ୟୁସଂଖ୍ୟା ବି ବଢ଼ିଚାଲିଛି । ଗତ ୨୪ ଘଣ୍ଟାରେ ଆଉ ୮ ଜଣଙ୍କର ଜୀବନ ନେଇଛି କରୋନା । ଗଞ୍ଜାମରୁ ୪ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରୁ ଜଣେ(ପୁରୁଷ), ନୟାଗଡ଼ରୁ ଜଣେ(ମହିଳା), ଗଜପତି ରୁ ଜଣେ(ମହିଳା) ଏବଂ ସୁନ୍ଦରଗଡ଼ରୁ ଜଣେ(ପୁରୁଷ) ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୭୭ କୁ ବୃଦ୍ଧି ପାଇଛି । ଗଞ୍ଜାମରୁ ସର୍ବାଧିକ ୯୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୨ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୨୫, ବାଲେଶ୍ୱର-୩୭, ବରଗଡ଼-୧୦, ଭଦ୍ରକ-୧, ବଲାଙ୍ଗୀର-୧୯, କଟକ-୨୮, ଦେବଗଡ଼-୨, ଢ଼େଙ୍କାନାଳ-୯୨, ଗଜପତି-୯୭, ଗଞ୍ଜାମ-୩୬୮, ଜଗତସିଂହପୁର-୧୫, ଯାଜପୁର-୧୯, ଝାରସୁଗୁଡ଼ା-୭, କଳାହାଣ୍ଡି-୪୪, କନ୍ଧମାଳ-୫୦, କେନ୍ଦ୍ରାପଡ଼ା-୧୪, କେଉଁଝର-୧୬, ଖୋର୍ଦ୍ଧା-୨୧୪, କୋରାପୁଟ-୮୧, ମାଲକାନଗିରି-୨୬, ମୟୁରଭଞ୍ଜ-୧୩, ନବରଙ୍ଗପୁର-୩୩, ନୟାଗଡ଼-୬୭, ନୂଆପଡ଼ା-୯, ପୁରୀ-୩୬, ରାୟଗଡ଼ା-୪୦, ସମ୍ବଲପୁର-୫୬, ସୋନପୁର-୫, ସୁନ୍ଦରଗଡ଼-୭୫ ।