ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଗିରଫଦାରି ଏଡାଇବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ହୋଟେଲ ମାଲିକ କମଳକାନ୍ତ ଦାସ । ଏଟି ଚିଟଫଣ୍ଡ ସଂପୃକ୍ତ କମଳ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି । ତିନି ଦିନ ତଳେ ଭୁବନେଶ୍ୱରର ହୋଟେଲ ମାଲିକ କମଳା ସିବିଆଇ ଜେରାର ସମ୍ମୁଖୀନ ହୋଇଥିଲେ । ଏଟି ଚିଟଫଣ୍ଡରେ ସଂପୃକ୍ତ ଅଭିଯୋଗରେ ସିବିଆଇ ତାଙ୍କୁ ପଚରାଉଚୁରା କରିଥିଲା । ତେବେ ସିବିଆଇ ଗିରଫରୁ ବର୍ତିବା ପାଇଁ ଏବେ ସେ ହାଇକୋର୍ଟ ଯାଇଛନ୍ତି ।