ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୫୭ ହଜାର, ମୃତ୍ୟୁସଂଖ୍ୟା ୩୩୩
ଭୁୁବନେଶ୍ୱର: ରାଜ୍ୟରେ କରୋନା ଟେଷ୍ଟିଂ ବଢ଼ିବା ସହିତ ପଜିଟିଭ୍ ଙ୍କ ସଂଖ୍ୟା ବଢ଼ିଚାଲିଛି । ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୪୭, ୮୮୭ ଟେଷ୍ଟିଂ ହୋଇଥିଲା । ସେଥିରୁ ୨୪୯୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୯ ଜିଲ୍ଲାରୁ ଏମାନଙ୍କୁ ଚିହ୍ନଟ କରାଯାଇଛି । ସେଥିରେ ୧୫୯୧ କ୍ୱାରେଣ୍ଟାଇନ୍ କେସ୍ ଥିବା ବେଳେ ୯୦୫ ଅଛନ୍ତି ଲୋକାଲ୍ କଣ୍ଟାକ୍ଟ କେସ୍ ।
ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୩୭୮ ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲାରୁ ୩୨୭, ସୁନ୍ଦରଗଡ଼ରୁ ୧୫୬, ରାୟଗଡ଼ାରୁ ୧୪୬, କୋରାପୁଟରୁ ୧୩୩, କଟକରୁ ୧୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭, ୧୨୬ କୁ ବୃଦ୍ଧି ପାଇଛି । ୩୯, ୨୦୬ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୫୩୪ ।
ସେହିଭଳି ୨୪ ଘଣ୍ଟାରେ ଆଉ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୩୩୩ କୁ ବୃଦ୍ଧି ପାଇଛି । ଆଜି ସମ୍ବଲପୁରରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ କଟକରୁ ୨ ଏବଂ ଗଞ୍ଜାମ, କେନ୍ଦୁଝର ଓ ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏ ପର୍ଯ୍ୟନ୍ତ ଗଞ୍ଜାମରେ ସର୍ବାଧିକ ୧୫୨ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୪୨, ସୁନ୍ଦରଗଡ଼ରେ ୨୧, ଗଜପତି ଓ କଟକ ଜିଲ୍ଲାରେ ୧୬ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହେଲାଣି ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରନ୍ତ
ଅନୁଗୁଳ-୧୨, ବାଲେଶ୍ୱର-୧୬୫, ବରଗଡ଼-୩୬, ଭଦ୍ରକ-୧୦୨, ବଲାଙ୍ଗୀର-୯୨, ବୌଦ୍ଧ-୧୧୫, କଟକ-୧୨୮, ଢ଼େଙ୍କାନାଳ-୬୯, ଗଜପତି-୬୮, ଗଞ୍ଜାମ-୩୨୭, ଜଗତସିଂହପୁର-୧୪, ଯାଜପୁର-୧୧, ଝାରସୁଗୁଡ଼ା-୧୯, କଳାହାଣ୍ଡି-୪୨, କନ୍ଧମାଳ-୯୮, କେନ୍ଦ୍ରାପଡ଼ା-୧୩, କେଉଁଝର-୫୧, ଖୋର୍ଦ୍ଧା-୩୭୮, କୋରାପୁଟ-୧୩୩, ମାଲକାନଗିରି-୭୩, ମୟୁରଭଞ୍ଜ-୨୩, ନବରଙ୍ଗପୁର-୧୧, ନୟାଗଡ଼-୪, ନୂଆପଡ଼ା-୧୬, ପୁରୀ-୯୩, ରାୟଗଡ଼ା-୧୪୬, ସମ୍ବଲପୁର-୮୧, ସୋନପୁର-୨୦, ସୁନ୍ଦରଗଡ଼-୧୫୬ ।