ଭୁବନେଶ୍ୱର: କରୋନା ସଂକ୍ରମଣର ଧାରା ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୧ ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୫୯୫ ଆକ୍ରାନ୍ତ । ସେଥିରେ ୨୦୧ ଅଛନ୍ତି ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୩୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁର ଜିଲ୍ଲାରୁ ୯୭ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଗଞ୍ଜାମ ଜିଲ୍ଲାରୁ ଆଉ ୩ ଜଣଙ୍କର ମୁଣ୍ଡ ନେଇଛି କରୋନା । ଜିଲ୍ଲାରେ ମୃତ୍ୟୁସଂଖ୍ୟା ୩୯କୁ ବୃଦ୍ଧି ପାଇଥିଲା ବେଳେ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୬୪ ରେ ପହଞ୍ଚିଛି । କରୋନା ଆକ୍ରାନ୍ତ ହିଞ୍ଜିଳି ବ୍ଲକ୍ ର ‘ସମାଜ’ ପ୍ରତିନିଧି ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ(୪୭)ଙ୍କର ଗତକାଲି ମୃତୁ୍ୟ ହୋଇଥିଲା । ରାଜ୍ୟର ପ୍ରଥମ କରୋନା ଯୋଦ୍ଧା ଭାବେ ଏହି କର୍ତ୍ତବ୍ୟରତ ସାମ୍ବାଦିକଙ୍କର ଜୀବନ ନେଇଛି କରୋନା ।
ଆଜିକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୨୧ କୁ ବୃଦ୍ଧି ପାଇଛି । ୮,୩୬୦ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪,୬୭୭ । କେବଳ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୮୬୪ । ଏମାନଙ୍କ ମଧ୍ୟରୁ ୨,୦୭୯ ଜଣ ସୁସ୍ଥ ହୋଇଛନ୍ତି । ଆକ୍ଟିଭ୍ ଅଛନ୍ତି ୧,୭୪୫ ।
ଆଜି କେଉଁ ଜିଲ୍ଲାରୁ କେତେ
ବାଲେଶ୍ୱର-୧୧, ବରଗଡ଼-୩, ଭଦ୍ରକ-୧୧, ବଲାଙ୍ଗୀର-୧, କଟକ-୧୧, ଗଜପତି-୨୦, ଗଞ୍ଜାମ-୨୩୦, ଜଗତସିଂହପୁର-୫, ଯାଜପୁର-୯୭, କଳାହାଣ୍ଡି-୪, କେନ୍ଦ୍ରାପଡ଼ା-୨, କେନ୍ଦୁଝର-୩, ଖୋର୍ଦ୍ଧା-୭୬, କୋରାପୁଟ-୪୪, ମାଲକାନଗିରି-୩୬, ମୟୁରଭଞ୍ଜ-୧୪, ନୟାଗଡ଼-୫, ପୁରୀ-୧୦, ରାୟଗଡ଼ା-୨, ସମ୍ବଲପୁର-୨, ସୁନ୍ଦରଗଡ଼-୮ ।