ଭୁୁବନେଶ୍ୱର: ଓଡ଼ିଶାର ପ୍ରଥମ ମହିଳା ଇସ୍ରୋ ବୈଜ୍ଞାନିକ ଡକ୍ଟର ସୁଷମା ପାଣିଗ୍ରାହୀଙ୍କର ରବିବାର ଦିନ ଗୁଜୁରାଟର ଅହମଦାବାଦଠାରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା ।
ଗଞ୍ଜାମ ଜିଲ୍ଲା ଆସ୍କା ଠାରେ ଜନ୍ମଗ୍ରହଣ କରିଥିବା ସୁଷମା ୧୯୭୪ ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ବୋଟାନି ରେ ଏମଏସସି କରିଥିବା ବେଳେ ଆଇଆଇଟି ଖଡଗପୁରରୁ ୧୯୮୨ ମସିହାରେ ପିଏଚଡି ଡିଗ୍ରୀ ହାସଲ କରିଥିଲେ। ଡକ୍ଟର ପାଣିଗ୍ରାହୀ ଇସ୍ରୋରେ ୧୯୮୩ ମସିହାରେ ଅହମଦାବାଦ ଠାରେ ଯୋଗ ଦେଇଥିଲେ। ରିମୋଟ ସେନସିଙ୍ଗ ବିଷୟ ବସ୍ତୁ ଉପରେ ଗବେଷଣା କରୁଥିବା ଡକ୍ଟର ପାଣିଗ୍ରାହୀ ବିପର୍ଯ୍ୟୟ ପରିଚାଳନା, ବାତ୍ୟା, ବନ୍ୟା ଏବଂ ଫସଲ ପରିଚାଳନା କ୍ଷେତ୍ରରେ 30 ବର୍ଷ ଧରି ନିଷ୍ଠାପର ଭାବେ ଅନେକ କାର୍ଯ୍ୟ କରିଛନ୍ତି।
ତାଙ୍କ ସ୍ୱାମୀ ଡକ୍ଟର ମାନବ ଚକ୍ରବର୍ତ୍ତି ମଧ୍ୟ ପରମାଣୁ ବିଜ୍ଞାନୀ ଏବଂ ଅନେକ ବର୍ଷ ଧରି ଇସ୍ରୋରେ କାର୍ଯ୍ୟ କରିଛନ୍ତି।
ତାଙ୍କ ଏକମାତ୍ର ପୁଅ ସୁଦୀପ ଜଣେ ଇଂଜିନିୟର। ଡକ୍ଟର ପାଣିଗ୍ରାହୀ ହେଉଛନ୍ତି ଖ୍ୟାତନାମା ଡାକ୍ତର ଭୁବନେଶ୍ୱର ଏମସ୍ ର ପୂର୍ବତନ ନିର୍ଦ୍ଦେଶକ ତଥା ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ଅଶୋକ କୁମାର ମହାପାତ୍ରଙ୍କ ନିକଟ ସମ୍ପର୍କୀୟ।
Pray her soul rest has in peace .