ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଦୃଷ୍ଟିରୁ ସରକାର ସତର୍କ ହୋଇଯାଇଛନ୍ତି । ଆସନ୍ତାକାଲି(ଶୁକ୍ରବାର) ରାଜ୍ୟର ସବୁ ଅଙ୍ଗନବାଡ଼ିକୁ ଛୁଟି କରି ଦିଆଯାଇଛି । ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି । ସେହିଭଳି ଭୁବନେଶ୍ୱରରେ ପ୍ରବଳ ବର୍ଷା ଦୃଷ୍ଟିରୁ ଆସନ୍ତକାଲି ସହରର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଅନ୍ୟ ଜିଲ୍ଲାରେ ବର୍ଷା ଅବସ୍ଥାକୁ ଦେଖି ସ୍କୁଲ ଛୁଟି ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ମଙ୍ଗଳବାର ରାତିରୁ ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ଲଗାତର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗର ଆକଳନ ସ୍ଥିତିକୁ ଆହୁରି ଗମ୍ଭୀର କରିଛି ।