ଭୁବନେଶ୍ୱର: କିସ୍ ରେ ଗୋଟିଏ ଛାତ ତଳେ ପାଠ ପଢ଼ୁଥିବା ୩୦ ହଜାର ଆଦିବାସୀ ଜନଜାତି ଛାତ୍ରଛାତ୍ରୀଙ୍କୁ ଦେଖି ଅଭିଭୂତ ହୋଇଛନ୍ତି ୱାଲ୍ ଗ୍ରୁପ୍ ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୋତିଲାଲ୍ ଓସ୍ୱାଲ୍ । ଏହା ବିଶ୍ୱର ଏକ ବିସ୍ମୟ ବୋଲି ସେ ମତ ଦେଇଛନ୍ତି । କିସ୍ ଛାତ୍ରଛାତ୍ରୀଙ୍କ ପାରମ୍ପରିକ ସଂସ୍କୃତି ଓ ଅତିଥି ସକ୍ରାରରେ ମଧ୍ୟ ବିଭୋର ହୋଇ ସେ ପ୍ରଶଂସାଗାନ କରିଥିଲେ । ‘କିସ୍’ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଏହି ମହାନ୍ କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ ଓସ୍ୱାଲ୍ ।
ଶନିବାର ଦିନ ବଲାଙ୍ଗୀରସ୍ଥିତ ମୋତିଲାଲ୍ ଓସ୍ୱାଲ୍-କିସ୍ ଆବାସିକ ଜନଜାତି ବିଦ୍ୟାଳୟର ଉଦଘାଟନ ପରେ ଶ୍ରୀ ଓସ୍ୱାଲ୍ ଭୁବନେଶ୍ୱରସ୍ଥିତ ‘କିସ୍’ ପରିଦର୍ଶନରେ ଆସିଥିଲେ । ତାଙ୍କ ସହ ବିମଲଶ ଓସ୍ୱାଲ୍, ଚେୟାରମ୍ୟାନ୍ ରାମଦେଓ ଅଗ୍ରୱାଲ୍, ଚେୟାରପର୍ସନ ଶ୍ରୀମତୀ ସୁନିତା ଅଗ୍ରୱାଲ୍ ପ୍ରମୁଖ ଆସିଥିଲେ । ଏହି ଅବସରରେ ‘କିସ୍’ ଓ ‘କିଟ୍’ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଅତିଥିମାନଙ୍କୁ ପାଛୋଟି ନେଇ କ୍ୟାମ୍ପସ୍ ବୁଲାଇଥିଲେ । ଆୟୋଜିତ ସଭାମଞ୍ଚରେ ଅତିଥିମାନଙ୍କୁ ଓଡ଼ିଆ ପରମ୍ପରା ଅନୁଯାୟୀ ସମ୍ମାନିତ କରିଥିଲେ ।
ସଭାରେ ‘କିଟ୍’ ଓ ‘କିସ୍’ ର ସମ୍ପାଦକ ଆର.ଏନ୍.ଦାଶ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।