ଭୁବନେଶ୍ୱର: କ୍ରମାଗତ ପଞ୍ଚମ ଥର ପାଇଁ ଶାସନଗାଦି ଅପେକ୍ଷାରେ ଥିବା ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଠିକ୍ ନିର୍ବାଚନ ବେଳରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଅବସରପ୍ରାପ୍ତ ପ୍ରଶାସକ ଡ. ଗୋପବନ୍ଧୁ ଦାଶଙ୍କୁ ନିଜର ରାଜନୈତିକ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ନବୀନ । ୨୨ ବର୍ଷ ଧରି ବିଜେଡ଼ିର ନେତୃତ୍ୱ ନେଇ ଚାରି ଚାରି ଥର ରାଜ୍ୟର ଶାସନଭାର ସମ୍ଭାଳୁଥିବା ନବୀନ ପ୍ରଥମ ଥର ପାଇଁ ତାଙ୍କର ରାଜନୈତିକ ସଚିବଙ୍କୁ ବାଛିଛନ୍ତି । ନିକଟରେ ସରକାରୀ ଚାକିରିରୁ ଅବସର ନେଇଥିବା ଡ. ଗୋବନ୍ଧୁ ଦାଶ ଜଣେ ସଚ୍ଚୋଟ ଓ ଦକ୍ଷ ଅଫିସର ଭାବେ ଜଣାଶୁଣା । ଅବସର ଗ୍ରହଣ କରିବା ବେଳକୁ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ରେ ଅତିରିକ୍ତ ସଚିବ ପଦରେ ଅବସ୍ଥାପିତ ଥିଲେ ।