ଭୁବନେଶ୍ୱର: ଦ୍ୱିତୀୟ ମହଲାରୁ ନିଆଁ ଯାଇ ତୃତୀୟ ମହଲାକୁ ବ୍ୟାପିଗଲା । ତୃତୀୟ ମହଲାର ତିନି ତିନିଟି ବେଡ଼ରୁମ୍ କୁ ନିଆଁ ଓ ଧୂଆଁ ପଶି ସାନପୁଅ ପରିବାରର ୪ଜଣ ଯାକ ସଦସ୍ୟ ଓ ନାବାଳିକା କେୟାର ଟେକର୍ ଙ୍କ ଜୀବନ ନେଇଗଲା । ମାତ୍ର ନିଆଁର ମୂଳ ଉତ୍ସ ଦ୍ୱିତୀୟ ମହଲାକୁ ଅକ୍ଷତରେ ଛାଡ଼ିଦେଲା । ସେଠାରେ ରହୁଥିବା ବଡ଼ପୁଅ ପରିବାର ୪ ସଦସ୍ୟଙ୍କ ଦେହରେ ଇଞ୍ଚେ ବି ଆଘାତ ଆଣିଲା ନାହିଁ । ଦ୍ୱିତୀୟ ମହଲାରୁ ନିଆଁ ଲାଗିବା ପରେ ସେଠାରେ ରହୁଥିବା ବଡ଼ପୁଅ ପରିବାର ସୌଭାଗ୍ୟବଶତଃ ଅକ୍ଷତ ଅବସ୍ଥାରେ ସେମାନଙ୍କ ଜୀବନ ବଞ୍ଚାଇବାରେ ସଫଳ ହେଲେ । ହେଲେ ତାପରେ ଗଲେ କୁଆଡେ ? ନିଜ ଘରେ ନିଆଁ ଜଳୁଥିବା ବେଳେ ସେମାନଙ୍କର ସ୍ୱାଭାବିକ ପ୍ରତିକ୍ରିୟା ଥିଲା କି ? ଜୀବନ ବିକଳରେ ଧାଁ ଧପଡ଼ କରିଥିଲେ କି ? ନିଆଁରୁ ସାନଭାଇ ପରିବାରକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ କି ? ପୁଲିସ କି ଦମକଳବାହିନୀକୁ ଖବର ଦେଇଥିଲେ କି ? ପ୍ରଥମ ମହଲାରେ ରହୁଥିବା ଘରର ମୁରବୀ ସତପାଲ୍ ସିଂ ଓ ତାଙ୍କ ପତ୍ନୀ ଅଗ୍ନିକାଣ୍ଡ ବିଷୟରେ ପ୍ରଥମେ ବଡ଼ପୁଅଠାରୁ ଜାଣିଲେ ନା ପଡୋଶୀଙ୍କଠାରୁ ? ନିଆଁ ଡରରେ ଅବାକ୍ ହୋଇ ମୁକ ପାଲଟିଗଲେ କି ? ଏତେବଡ଼ ଶିକ୍ଷିତ ଓ ସମ୍ବ୍ରାନ୍ତ ପରିବାର ସଦସ୍ୟମାନେ ନିଜେ ଦମକଳ ନ ଡାକି ପାହାନ୍ତା ପହରର ନିଦରେ ଶୋଇଥିବା ପଡୋଶୀଙ୍କ ଆଗମନକୁ ଅପେକ୍ଷା କରିଥିଲେ କି ?
ଗୁରୁବାର ଭୋର୍ ରେ ପାଲ୍ ହାଇଟସ୍ ହୋଟେଲ ମାଲିକ ସତପାଲ୍ ସିଂଙ୍କ ଘରର ମର୍ମନ୍ତୁଦ ଅଗ୍ନିକାଣ୍ଡ ଓ ନିଆଁରେ ପୋଡ଼ି ସାନପୁଅ ପରିବାର ନିଶ୍ଚିନ୍ନ ହୋଇଯିବା ପରେ ପୁଲିସର ତଦନ୍ତକୁ ଏହି କେତୋଟି ପ୍ରଶ୍ନ ଘେରି ରଖିଛି । ଶ୍ୱାସରୁଦ୍ଧ ହୋଇ ସତପାଲ୍ ଙ୍କ ସାନପୁଅ ଗଗନ୍ ପାଲକ, ବୋହୁ ଭାବନା, ନାତୁଣୀ ସୋହାବି, ନାତି ରୁବିର ଓ ରୁବିର କେୟାର ଟେକର୍ ୧୨ ବର୍ଷୀୟ ଖୁସି ମୃତ୍ୟୁବରଣ କରିଥିବା ଡାକ୍ତରୀ ମାଇନା ରିପୋର୍ଟ ଆସିଛି । ନିଆଁ ଓ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ସେମାନେ ମୃତ୍ୟୁବରଣ କରିଥିବା ଦର୍ଶାଇ ପୁଲିସ ହୁଏତ ତଦନ୍ତରେ ପୂର୍ଣ୍ଣଚ୍ଛେଦ ଟାଣି ଦେଇପାରେ । ହେଲେ ଘଟଣାଚକ୍ର ଉପରେ ଯେଉଁ ସବୁ ପ୍ରଶ୍ନ ଉଙ୍କି ମାରିଛି ତାହା ସାଧାରଣ ଜନତାଙ୍କୁ ରହସ୍ୟରେ ପକାଇଛି । ଡାକ୍ତରୀ ମାଇନା ରିପୋର୍ଟ ଆସିଲା ପରେ କାରଣ ସ୍ପଷ୍ଟ ହେବ ବୋଲି ପ୍ରଥମରୁ ପୁଲିସ ଦମ୍ଭ ଦେଖାଇଥିବା ବେଳେ ତଦନ୍ତ ପ୍ରକ୍ରିୟାରୁ ପୁଲିସ ଏକପ୍ରକାର ହାତଟେକିବା ଅବସ୍ଥାକୁ ଚାଲିଆସିଲାଣି । ତଦନ୍ତ ଦୁର୍ବଳ ହୋଇ ଯେ ଡୋରି ବନ୍ଧା ନ ହେବ ସେହି ଆଶଙ୍କା ସୃଷ୍ଟି ହେଲାଣି । ନିଆଁ ଲାଗି ତୃତୀୟ ମହଲାର ସିସିଟିଭି କ୍ୟାମେରା ହାର୍ଡ ଡିସ୍କଟି ପୋଡ଼ିଯାଇଥିବା କୁହାଯାଇଛି । ସେଥିରେ ମହଜୁଦ୍ ସବୁ ପ୍ରମାଣ ନଷ୍ଟ ହୋଇଯାଇଛି । ପ୍ରଥମ ଓ ଦ୍ୱିତୀୟ ମହଲାରେ ପରିବାରର ଅନ୍ୟ ସଦସ୍ୟଙ୍କ ଗତିବିଧି ଧରିଥିବା ସିସିଟିଭି ହାର୍ଡଡିସ୍କ ପୋଡ଼ିଛି କି ନାହିଁ ତାହା ଅବଶ୍ୟ ପୁଲିସ ସ୍ପଷ୍ଟ କରିନି ।
ଆହୁରି ବଡ଼କଥା ହେଉଛି, ସେଦିନ ୫ଟି ଯାକ ଶବକୁ ଡାକ୍ତରୀ ମାଇନା କରିଥିଲେ କ୍ୟାପିଟାଲ୍ ହସ୍ପିଟାଲ୍ ର ଡାକ୍ତର ଏଲ.କେ.ବେହେରା ଓ ଡାକ୍ତର ପୁରବୀ ମହାନ୍ତି । ହସ୍ପିଟାଲ୍ ଶବଗୃହରେ ଶବ ବ୍ୟବଚ୍ଛେଦ କରି ସେମାନେ ରିପୋର୍ଟ କରିବା କଥା । କିନ୍ତୁ ସେମାନେ ସତପାଲ୍ ଙ୍କ ଘରକୁ ଯାଇ ଅଗ୍ନିକାଣ୍ଡସ୍ଥଳ ବୁଲି ଦେଖିଥିଲେ । ଡାକ୍ତରୀ ବିଦ୍ୟାରେ ଏମିତି ନିୟମ ଅଛି ନା ନାହିଁ ତାହା ଆମେ ଜାଣୁନା ହେଲେ ସତପାଲ୍ ଙ୍କ ଘରେ ଶବ ମାଇନାକାରୀ ଡାକ୍ତରଙ୍କ ଉପସ୍ଥିତି ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ଏଥିସହ ଗତ ଦୁଇଦିନ ହେଲା ଧନୀ ଓ ପ୍ରଭାବଶାଳୀ ସତପାଲ୍ ଙ୍କ ଘରେ ଏହି ହୃଦୟ ବିଦାରକ ଘଟଣାର ତଦନ୍ତ ଆଳରେ ପୁଲିସ ବାବୁମାନଙ୍କ କବାଟକୀଳା ଆତଯାତ ସାଧାରଣ ଲୋକଙ୍କ ମନରେ ସନ୍ଦେହର ପ୍ରଶ୍ନ ଛାଇ ଦେଇଛି ।
ଏ ଘଟଣା ନିଶ୍ଚିତ ସନ୍ଦେହ ଘେରରେ
Another thing was about the minor assistant who has been worked for monthly Rs.2000/- salary only ! Though it is not related with this accident(?) , but CWC & other agencies should be inquired on it. How an hotelier appointed one minor girl with a low salary ?
It’s a planned murder.
odisha police ra tadanta jaha sethi re coviction rate 10 %ru bi kam
odisha police investigation results less than ten percent conviction.