ଭୁବନେଶ୍ୱର: ଚାଷୀଙ୍କ ଦାବି ନେଇ ରାଜ୍ୟ ସରକାର ୩ ଜଣିଆ ମନ୍ତ୍ରୀସ୍ତରୀୟ କମିଟି ଗଠନ ଗଠନ କରିଛନ୍ତି । ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । କମିଟିରେ କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଏବଂ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସଦସ୍ୟ ରହିଛନ୍ତି । ଖୁବ ଶୀଘ୍ର କମିଟିର ଟର୍ମ ଅଫ ରେଫରେନ୍ସ ପ୍ରସ୍ତୁତ କରାଯିବ । ଟର୍ମ ଅଫ ରେଫରେନ୍ସ ଅନୁସାରେ ଦାବି ଆଲୋଚନା ହେବ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।