ଭୁୁବନେଶ୍ୱର: ଗତ ନିର୍ବାଚନରେ ଦଳୀୟ ଟିକେଟରୁ ବଞ୍ଚିତ ୩୪ ବିଜେଡ଼ି ନେତା/ନେତ୍ରୀ, ଜଣେ ପରାଜିତ ପ୍ରାର୍ଥୀ ଏବଂ ଜଣେ ଅଣରାଜନୈତିକ ବ୍ୟକ୍ତି(ମହିଳା)ଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପଦପଦବୀ ଦେଇ ଥଇଥାନ କରିଛନ୍ତି । ୧୬ ଜଣଙ୍କୁ ବିଭିନ୍ନ ନିଗମ/ବୋର୍ଡର ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିବା ବେଳେ ୧୧ ଜଣଙ୍କୁ ବିଭିନ୍ନ ସଂସ୍ଥା/ ବିଭାଗରେ ଉପଦେଷ୍ଟା କରାଯାଇଛି । ବିଜେଡ଼ି ମହିଳା ସଭାନେତ୍ରୀ ମିନତୀ ବେହେରାଙ୍କୁ ମହିଳା କମିଶନ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି । ଶ୍ରୀମତୀ ବେହେରାଙ୍କୁ ମିଶାଇ ତାଲିକାରେ ୭ ଜଣ ମହିଳା ସ୍ଥାନ ପାଇଛନ୍ତି । ଭୁବନେଶ୍ୱର ଉତ୍ତର ବିଧାନସଭାରୁ ଟିକେଟ ପାଇ ନ ଥିବା ପ୍ରିୟଦର୍ଶୀ ମିଶ୍ରଙ୍କୁ ହାଉସିଂ ବୋର୍ଡ ଅଧ୍ୟକ୍ଷ କରାଯାଇଛି ।
କାହା ଭାଗରେ କ’ଣ
ଲେନିନ୍ ମହାନ୍ତି- ସମ୍ପାଦକ, ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁ
ସୁଜିତ୍ କୁମାର- ଉପଦେଷ୍ଟା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ
ଅନୁଭବ ପଟ୍ଟନାୟକ- ଉପଦେଷ୍ଟା, ଇଟି/ଆଇଟି ବିଭାଗ
କୃତିବାସ ପାତ୍ର- ଉପଦେଷ୍ଟା, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ
ଉତ୍କଳ କେଶରୀ ପରିଡ଼ା- ଉପଦେଷ୍ଟା, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ
ଦେବାଶିଷ ମଲ୍ଲିକ- ଉପଦେଷ୍ଟା, ଓଡ଼ିଶା ବନ ଉନ୍ନୟନ ନିଗମ
ଶ୍ରୀମତୀ ସୁଲତା ଦେଓ- ଉପଦେଷ୍ଟା, ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ
ଜନ୍ମେଜୟ ଲେଙ୍କା- ଉପଦେଷ୍ଟା, ଓଡ଼ିଶା ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ
ରାମଚନ୍ଦ୍ର ପଣ୍ଡା- ଉପଦେଷ୍ଟା, ଓଡ଼ିଶା ରାଜ୍ୟ କୃଷି ମାର୍କେଟିଂ ବୋର୍ଡ
ଦେବାଶିଷ ମହାନ୍ତି- ଅଧ୍ୟକ୍ଷ, ଓଡ଼ିଶା କୃଷି ଶିଳ୍ପ ନିଗମ(ଆଗ୍ରୋ ଇଣ୍ଡଷ୍ଟ୍ରିସ୍)
ଈଶ୍ୱର ପାଣିଗ୍ରାହୀ- ଅଧ୍ୟକ୍ଷ, ଓଡ଼ିଶା ବିହନ ନିଗମ
ପ୍ରଭାଦିତ୍ୟ ମିଶ୍ର- ଅଧ୍ୟକ୍ଷ, ଆପିକଲ୍
ଅନୁପ ସାଏ- ଅଧ୍ୟକ୍ଷ, ଓଡ଼ିଶା ୱେୟାର ହାଉସିଂ ନିଗମ
ଅସିତ୍ ପଟ୍ଟନାୟକ- ଅଧ୍ୟକ୍ଷ, ଓଡ଼ିଶା ପିସିକଲଚର୍ ଉନ୍ନୟନ ନିଗମ
ଅମରେନ୍ଦ୍ର ଦାସ- ଅଧ୍ୟକ୍ଷ, ଓଡ଼ିଶା କାଜୁ ଉନ୍ନୟନ ନିଗମ
ଲୁୁଲୁ ଅମାତ୍- ଅଧ୍ୟକ୍ଷ, ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମ(ଓଆରଏଚସି)
ଚିନ୍ମୟ ସାହୁ- ଅଧ୍ୟକ୍ଷ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ
ଶ୍ରୀମତୀ ଶ୍ରୀମୟୀ ମିଶ୍ର- ଅଧ୍ୟକ୍ଷ, ଓଟିଡିସି
ଅମରେଶ ପତ୍ରୀ- ଅଧ୍ୟକ୍ଷ, ଓଡ଼ିଶା ଉଠା ଜଳସେଚନ ନିଗମ
ସତ୍ୟବ୍ରତ ତ୍ରିପାଠୀ- ଅଧ୍ୟକ୍ଷ, ଓଡ଼ିଶା ଫିଲ୍ମ ଉନ୍ନୟନ ନିଗମ
ବିଜୟ କୁମାର ନାୟକ- ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ୟୁଥ୍ ୱେଲଫେୟାର୍ ବୋର୍ଡ
ପ୍ରିୟଦର୍ଶୀ ମିଶ୍ର- ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ
ସୁୁବାସ ସିଂ- ଅଧ୍ୟକ୍ଷ, ଓଡ଼ିଶା ବିଲଡିଂ ଏବଂ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ
ସଞ୍ଜୀବ ପାଇକରାୟ- ଅଧ୍ୟକ୍ଷ, ଓଡ଼ିଶା ଖଦୀ ଏବଂ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡ
ସୁଧୀର ଦାସ- ଉପଦେଷ୍ଟା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା
ଦିଲ୍ଲୀପ ତିର୍କୀ- ଅଧ୍ୟକ୍ଷ, ଓଡ଼ିଶା ହକି ପ୍ରମୋସନ୍ କାଉନସିଲ୍
ମାନସ ମାଡ଼କାମୀ- ଅଧ୍ୟକ୍ଷ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ମାଲକାନଗିରି
ବିନୟ ଟୋପୋ- ଅଧ୍ୟକ୍ଷ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ସୁନ୍ଦରଗଡ଼
ଶ୍ରୀମତୀ ସୁସ୍ମିତା ବାଗଚୀ- ଅଧ୍ୟକ୍ଷ, ମୋ ସ୍କୁଲ
ଆକାଶ ଦାସ ନାୟକ- ଅଧ୍ୟକ୍ଷ, ମୋ କଲେଜ
ଶ୍ରୀମତୀ ମିନତୀ ବେହେରା- ଅଧ୍ୟକ୍ଷ, ରାଜ୍ୟ ମହିଳା କମିଶନ
ଶ୍ରୀମତୀ କସ୍ତୁରୀ ମହାପାତ୍ର- ଅଧ୍ୟକ୍ଷ, ସୋସିଆଲ୍ ୱେଲଫେୟାର ବୋର୍ଡ
ଶ୍ରୀମତୀ ସୁଲୋଚନା ଦାସ- ଅଧ୍ୟକ୍ଷ, ଭିନ୍ନକ୍ଷମ କମିଶନ
ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର- ଉପଦେଷ୍ଟା, ମିଶନ୍ ଶକ୍ତି
ପୁଷ୍ପେନ୍ଦ୍ର ସିଂହଦେଓ- ସଭ୍ୟ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ
ମୁଜିବୁଲା ଖାଁ- ଉପଦେଷ୍ଟା, ଏସସି/ଏସଟି, ସଂଖ୍ୟାଲଘୁ ଉନ୍ନୟନ