ଭୁବନେଶ୍ୱର: ଗୋଟିଏ ଦିନରେ ରାଜ୍ୟରୁ ସର୍ବାଧିକ ୧୦ ଜଣଙ୍କର ଜୀବନ ନେଇଛି କରୋନା । ଗଞ୍ଜାମରୁ ୩ ଜଣ, ସୁନ୍ଦରଗଡ଼ ଓ ବାଲେଶ୍ୱରୁ ୨ ଜଣ ଲେଖାଏଁ ଏବଂ ଗଜପତି, ଝାରସୁଗୁଡ଼ା, ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନାରେ ପ୍ରାଣ ହରାଇଲେଣି ୧୩୦ ଆକ୍ରାନ୍ତ । ଯେଉଁଥିରେ ଅଛନ୍ତି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୭୩ ଜଣ ।
ରାଜ୍ୟରେ କରୋନା ସଂକ୍ରମଣ ବି ବଢ଼ିଚାଲିଛି । ଗତ ୨୪ ଘଣ୍ଟାରେ ୨୪ ଜିଲ୍ଲାରୁ ୧୩୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୩୩ ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି ୧୭୪ ।
ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ୧୩ କୁ ବୃଦ୍ଧି ପାଇଛି । ୧୫,୨୦୦ ସୁସ୍ଥ ହୋଇସାରିଲେଣି ଏବଂ ଆକ୍ଟିଭ୍ ଆକ୍ରାନ୍ତ ଅଛନ୍ତି ୮,୬୫୦ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୮,୧୯୪ ଆକ୍ରାନ୍ତ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨,୮୫୦ ଆକ୍ରାନ୍ତ ହେଲେଣି ।
ସେପଟେ ଦେଶରେ ଗତ ୨୪ ଘଣ୍ଟାରେ ୪୮,୯୧୬ ଆକ୍ରାନ୍ତ ଏବଂ ୭୫୭ ମୃତ୍ୟୁବରଣ କରିଛନ୍ତି । ଏଥିସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୬ ହଜାର ୮୬୧ ରେ ପହଞ୍ଚିଛି । ମୃତ୍ୟୁସଂଖ୍ୟା ୩୧ ହଜାର ୩୫୮ କୁ ବୃଦ୍ଧି ପାଇଛି । ୮ ଲକ୍ଷ ୪୯ ହଜାର ୪୩୧ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୬ ହଜାର ୭୧ ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୬, ବାଲେଶ୍ୱର-୨୩, ବରଗଡ଼-୧୪, ଭଦ୍ରକ-୨୮, ବଲାଙ୍ଗୀର-୯, କଟକ-୪୭, ଦେବଗଡ଼-୧, ଗଜପତି-୯୦, ଗଞ୍ଜାମ-୫୬୦, ଜଗତସିଂହପୁର-୩, ଯାଜପୁର-୨୩, ଝାରସୁଗୁଡ଼ା-୨, କଳାହାଣ୍ଡି-୧, କନ୍ଧମାଳ-୩୯, କେନ୍ଦ୍ରାପଡ଼ା-୧, କେଉଁଝର-୨୪, ଖୋର୍ଦ୍ଧା-୧୭୪, କୋରାପୁଟ-୩୦, ନୟାଗଡ଼-୩୮, ନୂଆପଡ଼ା-୪, ପୁରୀ-୯୦, ରାୟଗଡ଼ା-୬୫, ସୋନପୁର-୧, ସୁନ୍ଦରଗଡ଼-୪୭ ।