ଭୁୁବନେଶ୍ୱର: ଦେଶରେ କରୋନା ସଂକ୍ରମଣ ଭୟଙ୍କର ଭାବେ ମାଡ଼ି ଚାଲିଛି । ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୩୨,୬୯୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୬୦୬ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରୁ ସର୍ବାଧିକ ୭,୯୭୫ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ତାମିଲନାଡୁରେ ୪,୪୯୬ , କର୍ଣ୍ଣାଟକରେ ୩,୧୭୬, ଆନ୍ଧ୍ରପ୍ରଦେଶରେ ୨,୪୩୨, ଉତ୍ତରପ୍ରଦେଶରେ ୧,୬୫୯ ଏବଂ ଦିଲ୍ଲୀରେ ୧,୬୪୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ସର୍ବାଧିକ ୨୩୩ ଆକ୍ରାନ୍ତଙ୍କର ମୃତ୍ୟୁ ଥିବା ବେଳେ କର୍ଣ୍ଣାଟକରେ ୮୭, ତାମିଲନାଡୁରେ ୬୮, ଆନ୍ଧ୍ରପ୍ରଦେଶରେ ୪୪, ଦିଲ୍ଲୀରେ ୪୧ ଏବଂ ଉତ୍ତର ପ୍ରଦେଶରେ ୨୯ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।
ଏଥିସହ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୭୦,୧୬୯ ରେ ପହଞ୍ଚିଛି । ୬,୧୩,୭୩୫ ସୁସ୍ଥ ହୋଇସାରିଥିବାରୁ ଏବେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୧,୧୧୬ । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୪, ୯୨୯ ।
ଓଡ଼ିଶାରେ କରୋନା ସଂକ୍ରମଣ ୧୫ ହଜାର ପାର୍ କରିଛି । ଏ ପର୍ଯ୍ୟନ୍ତ ୧୫,୩୯୨ ଜଣ କରୋନାରେ ଆକ୍ରାନ୍ତ ହେଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ୪୯୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୨୪୬ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି ୬୪ ପଜିଟିଭ୍ । ୨୩ ଜିଲ୍ଲାରୁ ଚିହ୍ନଟ ୪୯୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୨ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।
ଅନ୍ୟପକ୍ଷରେ, ଗଞ୍ଜାମରୁ ଆଉ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାରୁ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୯ କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪,୮୬୭ ଆକ୍ରାନ୍ତ ହୋଇଥିବା ବେଳେ ୪୮ ଜଣଙ୍କର ମୁଣ୍ଡ ଗଲାଣି । ତାଲିକାର ଦ୍ୱିତୀୟରେ ଅଛି ଖୋର୍ଦ୍ଧା ଜିଲ୍ଲା । ଜିଲ୍ଲାରୁ ୧୫୯୪ ଆକ୍ରାନ୍ତ ହୋଇଥିବା ବେଳେ ୧୩ ଜଣଙ୍କର ଜୀବନ ଗଲାଣି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦, ୪୭୬ ସୁସ୍ଥ ହୋଇଛନ୍ତି । ଏବେ ଆକ୍ଟିଭ୍ ଆକ୍ରାନ୍ତ ହେଉଛନ୍ତି ୪,୮୧୩ ।
ଆଜି କେଉଁ ଜିଲ୍ଲାରୁ କେତେ
ଅନୁଗୁଳ-୧, ବାଲେଶ୍ୱର-୨୧, ଭଦ୍ରକ-୭, ବଲାଙ୍ଗୀର-୩, ବୌଦ୍ଧ-୨, କଟକ-୩୮, ଗଞ୍ଜାମ-୨୪୬, ଜଗତସିଂହପୁର-୧, ଯାଜପୁର-୧୫, କଳାହାଣ୍ଡି-୨, କେନ୍ଦ୍ରାପଡ଼ା-୧୧, କେନ୍ଦୁଝର-୧୦, ଖୋର୍ଦ୍ଧା-୬୪, କୋରାପୁଟ-୪, ମାଲକାନଗିରି-୪, ମୟୁରଭଞ୍ଜ-୧୪, ନବରଙ୍ଗପୁର-୪, ନୟାଗଡ଼-୧୬, ନୂଆପଡ଼ା-୯, ପୁରୀ-୭, ରାୟଗଡ଼ା-୧, ସମ୍ବଲପୁର-୪, ସୁନ୍ଦରଗଡ଼-୧୦ ।