ଭୁୁବନେଶ୍ୱର: ଜୁନ୍ ପହିଲାରୁ ଦେଶରେ ଟ୍ରେନ୍ ଚଳାଚଳ ଆଶିଂକ ସ୍ୱାଭାବିକ ହେବାକୁ ଯାଉଥିବା ବେଳେ ପୁରୀକୁ କିନ୍ତୁ ଟ୍ରେନ୍ ଗଡ଼ିବନି । ରାଜ୍ୟ ସରକାରଙ୍କ ଅନୁରୋଧକୁ ରକ୍ଷା କରି ରେଳବାଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ପୁରୀକୁ ଟ୍ରେନ୍ ଚଳାଚଳ ବନ୍ଦ ନିଷ୍ପତ୍ତି ସଂକ୍ରାନ୍ତରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଆଗକୁ ସ୍ନାନଯାତ୍ର ଓ ରଥଯାତ୍ରା ଥିବାରୁ ଯାତ୍ରୀ ସମାଗମ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି ।
ଲକ୍ ଡାଉନ୍ ଯୋଗୁଁ ବନ୍ଦ ରହିଥିବା ଟ୍ରେନ୍ ଚଳାଚଳ ଆସନ୍ତା ୧ ତାରିଖରୁ ଆରମ୍ଭ ହେଉଛି । ସେଦିନ ପୁରୀରୁ ବାହାରିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍ ଭୁବନେଶ୍ୱରରୁ ବାହାରିବ । ସେହିଭଳି ନୂଆଦିଲ୍ଲୀରୁ ବାହାରୁଥିବା ଟ୍ରେନ୍ ଭୁବନେଶ୍ୱରରେ ଅଟକିବ । ସିଆଲଦା-ପୁରୀ ଦୂରନ୍ତ ଏକ୍ସପ୍ରେସ୍ ମଧ୍ୟ ଭୁବନେଶ୍ୱରରେ ଅଟକିବ । ମୋଟାମୋଟି ପୁରୀକୁ କୌଣସି ଟ୍ରେନ୍ ଆସିବ ନାହିଁ ନାହିଁ ଏଠାରୁ ଟ୍ରେନ୍ ଯିବ ନାହିଁ ।