ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ପ୍ରିନ୍ସିପାଲ୍ ଆକାଉଣ୍ଟାଣ୍ଟ ଜେନେରାଲ(ଏଜି) ଅମର ପଟ୍ଟନାୟକ ଆଜି ବିଜେଡ଼ିରେ ମିଶିଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଆନୁଷ୍ଠାନିକ ଭାବେ ବିଜେଡ଼ିରେ ଯୋଗ ଦେଇଥିଲେ । ଶ୍ରୀ ପଟ୍ଟନାୟକ ବିଜେଡ଼ିରେ ଯୋଗଦେଲା କ୍ଷଣି ତାଙ୍କୁ ଦଳର ଆଇଟି ସେଲ୍ ମୁଖ୍ୟ ପଦରେ ନିଯୁକ୍ତି ମିଳିଛି ।
ଶ୍ରୀ ପଟ୍ଟନାୟକ ଦୀର୍ଘ ବର୍ଷ ଧରି ଓଡ଼ିଶାରେ ଅବସ୍ଥାପିତ ଥିଲେ । ୨୦୧୫ ମସିହାରେ ତାଙ୍କର ଏଠାରୁ କେରଳକୁ ବଦଳି ହୋଇଥିଲା । ତେବେ ୯ ବର୍ଷ ଚାକିରି ଥାଇ ସେ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ବିଜେଡ଼ିରେ ଯୋଗଦେବା ପରେ ତାଙ୍କୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡ଼ି ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।