ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ୧୨୦ ଆସନ ପାଇଁ ଓଡ଼ିଶାରେ ସରକାର ଗଢ଼ିବ । ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ଏହି ଘୋଷଣା କରିଯାଇଛନ୍ତି । ଅମିତ୍ ବେଫିକର୍ ହୋଇ ଏକଥା କହିନାହାନ୍ତି ଭିତରକୁ ଯାଇ ବାସ୍ତବ ଅଙ୍କ କଷିଛନ୍ତି ବୋଲି ଭାବୀ ମୁଖ୍ୟମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓରଫ୍ ମୁକୁ ଦମ୍ଭ ଦେଖାଇଛନ୍ତି । ଅମିତ୍ ଙ୍କ ଅଙ୍କ ଓ ମୁକୁଙ୍କ ଦମ୍ଭ ଏବେ ଆଗଧାଡ଼ିରେ ଦୃଶ୍ୟମାନ ହେଉଥିବା ରାଜ୍ୟ ବିଜେପି ନେତାଙ୍କ ନିଦ ହଜାଇ ଦେଇଛି । ମାତ୍ରାଧିକ ଉତ୍ସାହିତ ହୋଇ ଠାଣିବାଣି ବଦଳାଇ ଦେଇଛନ୍ତି । ଉତ୍ସାହିତ ମୁକୁଙ୍କ କ୍ୟାମ୍ପ ଏହି ଅବସରରେ ଭାବି କ୍ୟାବିନେଟ୍ ର ପରିକଳ୍ପନା କରିସାରିଲେଣି । ଖାତା କଲମରେ ସେମାନେ କ୍ୟାବିନେଟ୍ ର ରୂପରେଖ ପ୍ରସ୍ତୁତ କରିଛନ୍ତି । କିଏ କେଉଁ ବିଭାଗ ପାଇବେ ସେହି ତାଲିକା ମଧ୍ୟ ପ୍ରସ୍ତୁତି ହୋଇଛି । ମୁକୁ କ୍ୟାମ୍ପର୍ ଏହି ଡ୍ରିମ୍ କ୍ୟାବିନେଟ୍ ରୂପରେଖ ଏମିତି…
ମୁଖ୍ୟମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ- ଗୃହ, ସାଧାରଣ ପ୍ରଶାସନ, ପୂର୍ତ୍ତ ଓ ଜଳସମ୍ପଦ
ଭୃଗୁ ବକ୍ସିପାତ୍ର- ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଶିଳ୍ପ, ସାଧାରଣ ଉଦ୍ୟୋଗ, ଗୃହ(ରାଷ୍ଟ୍ରପାହ୍ୟା)
ଗୋଲକ ମହାପାତ୍ର- କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ମତ୍ସ୍ୟ ଓ ପଶୁପାଳନ
ସମୀର ମହାନ୍ତି- ନଗର ଉନ୍ନୟନ ଓ ଗୃହ ନିର୍ମାଣ, ଯୋଜନା ଓ ସମନ୍ୱୟ
ସଜ୍ଜନ ଶର୍ମା- ମହିଳା ଓ ଶିଶୁକଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ
ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର- ସୂଚନା ଓ ଲୋକସମ୍ପର୍କ, ସଂସ୍କୃତି ଓ ପର୍ଯ୍ୟଟନ
କାଳିନ୍ଦି ସାମଲ- ଶକ୍ତି, ସଂସଦୀୟ ବ୍ୟାପାର ଓ ସାଧାରଣ ପ୍ରଶାସନ, ଦକ୍ଷତା ବିକାଶ
ବସନ୍ତ ପଣ୍ଡା- ଗ୍ରାମ୍ୟ ଉନ୍ନୟନ, ଅବକାରୀ, ଏମଏସଏମଇ
ସମୀର ଦେ- ସ୍ୱାସ୍ଥ୍ୟ, ବିଦ୍ୟାଳୟ ଓ ଗଣଶିକ୍ଷା
ପୃଥ୍ୱୀରାଜ ହରିଚନ୍ଦନ- ପଞ୍ଚାୟତିରାଜ, ପାନୀୟ ଜଳ ଓ ଆଇନ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା
ଜଗନ୍ନାଥ ପ୍ରଧାନ- ଜଙ୍ଗଲ ଓ ପରିବେଶ, କ୍ରୀଡ଼ା ଓ ଯୁବସେବା
ବିନୋଦ ଦାଶ- ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା
ବିଶ୍ୱରଂଜନ ମଲ୍ଲିକ- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଇସ୍ପାତ ଓ ଖଣି
ଡ. ପ୍ରିୟବ୍ରତ ମାଝୀ- ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ କଲ୍ୟାଣ
ଜୟରାମ ପାଙ୍ଗୀ- ବାଣିଜ୍ୟ ଓ ପରିବହନ
ସରକାର ବାହାରେ ମିଡ଼ିଆ ମ୍ୟାନେଜମେଣ୍ଟ, ଦଳ ଓ ସରକାରଙ୍କ ପ୍ରଚାର ପ୍ରସାର ଭଳି କେତେକ ସ୍ୱତନ୍ତ୍ର ବିଭାଗ ରଖିବାକୁ ମୁକୁଙ୍କ କ୍ୟାମ୍ପ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଆଉଟ୍ ସୋର୍ସିଂରେ କିଛି ବରିଷ୍ଠ ସାମ୍ବାଦିକ ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ କ୍ୟାବିନେଟ୍ ପାହ୍ୟାର ମର୍ଯ୍ୟାଦା ସହ ଏହି ଦାୟିତ୍ୱ ସମର୍ପି ଦେବାକୁ ଯୋଜନା ହୋଇଥିବା ବିଜେପି ମହଲରୁ ଜଣାପଡ଼ିଛି ।