ଭୁବନେଶ୍ୱର: କରୋନା ମହାମାରୀ ସଙ୍କଟରେ ଥିବା ରାଜ୍ୟବାସୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶା ମ୍ୟୁଚୁଆଲ୍ ଫଣ୍ଡସ୍ ଇଣ୍ଡଷ୍ଟ୍ରିଜ୍ । ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩,୪୦,୪୧୨ ଟଙ୍କା ପ୍ରଦାନ କରିଛନ୍ତି । କରୋନା ଯୁଦ୍ଧରେ ନିଜକୁ ସାମିଲ କରି ଗର୍ବ ଅନୁଭବ କରୁଥିବା ଇଣ୍ଡଷ୍ଟ୍ରିଜ୍ ସଦସ୍ୟମାନେ ଜଣାଇଛନ୍ତି ।
ସୂଚନାଥାଉକି, ଓଡ଼ିଶା ମ୍ୟୁଚୁଆଲ୍ ଫଣ୍ଡସ୍ ଇଣ୍ଡଷ୍ଟ୍ରିଜ୍ ରେ ଅଛନ୍ତି ମ୍ୟୁଚୁଆଲ୍ ଫଣ୍ଡ ଡିଷ୍ଟ୍ରିବୁଟର୍ସ/ଆଡଭାଇଜର୍ସ, ମ୍ୟୁଚୁଆଲ୍ ଫଣ୍ଡ୍ ଏମ୍ପ୍ଲଇଜ୍/ସିନିୟର୍ସ ଏବଂ ରେଜିଷ୍ଟ୍ରାର । ସମୁଦାୟ ୨୦୦ ସଦସ୍ୟ ଏଥିରେ ସାମିଲ ଅଛନ୍ତି । ଓଡ଼ିଶାବାସୀଙ୍କ ସୁଖଦୁଃଖରେ ଓଡ଼ିଶା ମ୍ୟୁଚୁଆଲ୍ ଫଣ୍ଡସ୍ ଇଣ୍ଡଷ୍ଟ୍ରିଜ୍ ସଦାସର୍ବଦା ରହିଆସିଛି ଏବଂ କରୋନା ଭଳି ବିପତ୍ତିରୁ ରାଜ୍ୟକୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାର ସହଯୋଗ ଦେବାକୁ ଆମେ ପ୍ରସ୍ତୁତ ବୋଲି ସଦସ୍ୟମାନେ ଜଣାଇଛନ୍ତି ।
ସରକାରଙ୍କ ଲକ୍ ଡାଉନ୍ ନିୟମ ମାନି ସମସ୍ତେ ଘରେ ରୁହନ୍ତୁ ଏବଂ ସମସ୍ତଙ୍କୁ ନିରାପଦରେ ରଖନ୍ତୁ ବୋଲି ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।