Friday, January 16, 2026 01:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ରାଜ୍ ଇଲେକଟ୍ରୋନିକ୍ସ’ରେ କରୋନା; ଦୋକାନ ସିଲ୍, ୫୦ କ୍ୱାରେଣ୍ଟାଇନ୍

by Our Correspondent
03 Jul, 2020- 10:57 PM
in Latest News, News
1 min read
0
‘ରାଜ୍ ଇଲେକଟ୍ରୋନିକ୍ସ’ରେ କରୋନା; ଦୋକାନ ସିଲ୍, ୫୦ କ୍ୱାରେଣ୍ଟାଇନ୍

ଖବରକୁ ଚାପିଦେଲେ ପ୍ରମୁଖ ଗଣମାଧ୍ୟମ !

ଭୁବନେଶ୍ୱର: ସବୁବେଳେ ଗ୍ରାହକଙ୍କ ଗହଳି ଚହଳି ଲାଗି ରହୁଥିବା ବାପୁଜୀନଗରର ପ୍ରମୁଖ ଦୋକାନ ‘ରାଜ୍ ଇଲେକଟ୍ରୋନିକ୍ସ’ ରେ କରୋନା । ଦୋକାନର ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଗତକାଲି ବିଏମସି ଏହି ଦୋକାନକୁ ସିଲ୍ କରିଛି । ଦୋକାନ ଏବଂ ଦୋକାନର ୫୦ ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟଣ୍ଟାଇନ୍ ରେ ରଖାଯାଇଛି ।

କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ ଇଲେକଟ୍ରୋନିକ୍ସ ର କର୍ମଚାରୀ ଜଣଙ୍କ ଘର କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ । କରୋନା ହଟସ୍ପଟ୍ ପାଲଟିଥିବା ତାଙ୍କ ଗାଁଟି ଏବେ କଣ୍ଟେନମେଣ୍ଟ୍ ଜୋନ୍ ରେ ରହିଛି । ଗତ ଶୁକ୍ରବାର ଦିନ ଗାଁକୁ ଛୁଟିରେ ଯାଇଥିଲେ ସଂପୃକ୍ତ କର୍ମଚାରୀ । କାମରେ ଯୋଗଦେବା ପାଇଁ ବୁଧବାର ଦିନ ଫେରିବା ପୂର୍ବରୁ ଗାଁରେ ତାଙ୍କର ବ୍ଲଡ୍ ଓ ସ୍ୱାବ୍ ନମୁନା ସଂଗ୍ରହ କରାଯାଇଥିଲା । ତେବେ ଟେଷ୍ଟ ରିପୋର୍ଟକୁ ଅପେକ୍ଷା ନ କରି ସଂପୃକ୍ତ କର୍ମଚାରୀ କାମରେ ଯୋଗ ଦେଇଥିଲେ । ବୁଧବାର ଦିନ ସେ ଦୋକାନରେ ଥିଲା ବେଳେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ରିପୋର୍ଟ ବାହାରିଥିବା ଫୋନ୍ ଆସିଥିଲା ।
ତୁରନ୍ତ କୋଭିଡ୍ ଟିମ୍ ସେଠାରେ ପହଞ୍ଚି ତାଙ୍କୁ ହସ୍ପିଟାଲ୍ ନେଇ ଆସିଥିଲେ । ଗତକାଲି ଦିନ ୧୧ଟା ବେଳକୁ ବିଏମସି ପକ୍ଷରୁ ଏକ ଟିମ୍ ‘ରାଜ୍ ଇଲେକଟ୍ରୋନିକ୍ସ’ ଦୋକାନକୁ ସିଲ୍ କରିବା ସହ ଦୋକାନରେ ପୂର୍ବଦିନ ଉପସ୍ଥିତ ୫୦ ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍ ପଠାଇଥିଲେ । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଦୋକାନକୁ ସିଲ୍ କରାଯାଇ ପ୍ରଶାସନର ନିରୀକ୍ଷଣରେ ରଖାଯାଇଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବାପୁଜୀନଗରର ଏହି ପ୍ରମୁଖ ଇଲେକଟ୍ରୋନିକ୍ସ ଦୋକାନର କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବାରୁ ଦୋକାନ ସିଲ୍ ହୋଇଥିଲେ ମଧ୍ୟ ପ୍ରମୁଖ ଗଣମାଧ୍ୟମରେ ଏହି ଖବର ଆସିଲା ନାହିଁ । ସାମ୍ବାଦିକମାନେ ଏହି ଖବର ପାଇ ଘଟଣାସ୍ଥଳରୁ ଭିଜୁଆଲ୍ ଓ ଖବର ସଂଗ୍ରହ କରିଥିଲେ । ମାତ୍ର ତାହା ଅଫିସ୍ ରେ ଚାପି ହୋଇଗଲା । ଗତକାଲି ଯେଉଁ ସମୟରେ ବରମୁଣ୍ଡା ହାଉସିଂ କଲୋନୀସ୍ଥିତ ରୁଚିକା ଘରୋଇ ନର୍ସିଂହୋମ୍ ସିଲ୍ କରାଯାଉଥିଲା ସେତିକିବେଳେ ରାଜ୍ ଇଲେକଟ୍ରୋନିକ୍ସ ଦୋକାନ ବି ସିଲ୍ ହେଉଥିଲା । ମାତ୍ର ରୁଚିକା ନର୍ସିଂହୋମ୍ ସିଲ୍ ଘଟଣା ଟିଭି ପରଦାରେ ଘନ ଘନ ବ୍ରେକିଂ ଖବର ହୋଇଥିଲା ବେଳେ ରାଜ୍ ଇଲେକଟ୍ରୋନିକ୍ସ ସିଲ୍ ଖବର ଆସିଲା ନାହିଁ । ଖବରକାଗଜରେ ବି ସେଇ ଏକାକଥା । ସର୍ବସାଧାରଣଙ୍କୁ ଏହି ଖବରଟି ଜଣାଇବାକୁ ପ୍ରମୁଖ ଗଣମାଧ୍ୟମ କର୍ତ୍ତୃପକ୍ଷ ଉଚିତ୍ ମଣିଲେ ନାହିଁ ।
ପ୍ରମୁଖ ଗଣମାଧ୍ୟମ ୱେଲ୍ ମ୍ୟାନେଜଡ୍ ହେବା ପଛର ନିର୍ଦ୍ଦିଷ୍ଟ କାରଣ ବି ରହିଛି । କାରଣ ରାଜ୍ ଇଲେକଟ୍ରୋନିକ୍ସ ସେମାନଙ୍କ ପାଇଁ ଦୁଧିଆଳୀ ଗାଈ ସଦୃଶ । ବର୍ଷତମାମ ବିଜ୍ଞାପନ ଆକାରରେ ମୋଟା ମାଲ୍ ଦେଇଥାଏ । ତେଣୁ ଦୋକାନରେ କରୋନା ପଶିଥିଲେ ବି ବେପାର ଘାଟା କରିବାକୁ ସେମାନେ ଚାହିଁନାହାନ୍ତି ନଚେତ୍ ବାପୁଜୀନଗରରୁ ଚାପ ପଡ଼ିଥାଇପାରେ । ରୁଚିକା ନର୍ସିଂହୋମ୍ ବିଜ୍ଞାପନ ଦେଉ ନ ଥିବାରୁ ତା’ କଥା ଅଲଗା । ସୁଯୋଗ ମିଳିଛି ତ ପିଟି ଦିଅ ।
ବିଜ୍ଞାପନ ମାନଦଣ୍ଡରେ ଗଣମାଧ୍ୟମର ବାଛବିଚାର ନୀତି ସବୁବେଳେ ରହିଛି ଓ ରହିବ । ମାତ୍ର ଜନଜୀବନ ସୁରକ୍ଷା ଜଡ଼ିତ ଥିବା ବଡ଼ ଖବରଟିକୁ ପଇସା ଲୋଭରେ ଯେ ଚପାଇ ଦିଆଯାଇପାରେ ତାହା ଅନେକଙ୍କୁ ଆଚମ୍ବିତ କରିଛି ।
Previous Post

୮ ହଜାର ଟପିଲା କରୋନା; ଦିନକରେ ରେକର୍ଡ ୫୬୧ ପଜିଟିଭ୍

Next Post

ଦିନକରେ ୫ ଜୀବନ ନେଲା କରୋନା, ୪୯୫ ନୂଆ ପଜିଟିଭ୍

Next Post
ଦିନକରେ ୫ ଜୀବନ ନେଲା କରୋନା, ୪୯୫ ନୂଆ ପଜିଟିଭ୍

ଦିନକରେ ୫ ଜୀବନ ନେଲା କରୋନା, ୪୯୫ ନୂଆ ପଜିଟିଭ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19147 shares
    Share 7659 Tweet 4787
  • ନବୀନ..ନବୀନ, ମୋହନ..ମୋହନ

    16593 shares
    Share 6637 Tweet 4148
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA