ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କମିଟି ମିଡ଼ିଆ ସେଲ୍ ମୁଖ୍ୟ ସତ୍ୟପ୍ରକାଶ ନାୟକଙ୍କୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀ ଓ ତାହା ଅନ୍ତର୍ଗତ ୭ ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ତାଙ୍କୁ ଦଳର ପ୍ରଭାରୀ ନିଯୁକ୍ତି ଦିଆଯାଇଛି । ପୂର୍ବ ଦାୟିତ୍ୱ ସହ ତାଙ୍କର ଏହି ନୂଆ ନିଯୁକ୍ତି ସଂକ୍ରାନ୍ତରେ ଆଜି ଘୋଷଣା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ଶ୍ରୀ ନାୟକ ଖୁବ ଶୀଘ୍ର ତାଙ୍କର ନୂତନ ନିଯୁକ୍ତି କ୍ଷେତ୍ର ଗସ୍ତ କରି ସେଠାରେ ତୃଣମୂଳସ୍ତରରୁ କଂଗ୍ରେସକୁ ସୁଦୃଢ଼ କରିବା ଏବଂ ଆଗାମୀ ନିର୍ବାଚନରେ ଦଳ ଯେଭଳି ଉଲ୍ଲେଖନୀୟ ପ୍ରଦର୍ଶନ କରିବ, ସେ ଦିଗରେ ଆବଶ୍ୟକ ପ୍ରସ୍ତାବ ପିସିସି ନିକଟରେ ଉପସ୍ଥାପନ କରିବାକୁ କୁହାଯାଇଛି ।