ଭୁବନେଶ୍ୱର: ବିଜେପୁରର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଛି । ଦୂରାତ୍ମକ ରୋଗରେ ପୀଡ଼ିତ ଶ୍ରୀ ସାହୁ ଆମ୍ରି ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ମୁମ୍ବାଇ ଟାଟା ମେମୋରିଆଲ୍ ହସ୍ପିଟାଲ୍ କୁ ସ୍ଥାନାନ୍ତର କରାଯାଇପାରେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ସୁବଳଙ୍କ ଗୁରୁତର ଅସୁସ୍ଥତା ଆଜି ତାଙ୍କୁ ରାଷ୍ଟ୍ରପତି ନିର୍ବାଚନ ମତଦାନରୁ ବଞ୍ଚିତ କରିଛି । ଗୁରୁତର ଥିବା ସୁବଳଙ୍କୁ ଦେଖିବା ପାଇଁ ହସ୍ପିଟାଲ୍ କୁ ଅନେକ କଂଗ୍ରେସ ନେତା ଯାଇଛନ୍ତି । ତେବେ ଏ ପର୍ଯ୍ୟନ୍ତ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ହସ୍ପିଟାଲ୍ ଯାଇ ନାହାନ୍ତି ବୋଲି ଦଳର ଜଣେ ବରିଷ୍ଠ ନେତା କ୍ଷୋଭ ପ୍ରକାଶ କରିଛନ୍ତି । ପିସିସି ସଭାପତି ମାନବିକତା ଭୁଲି ଯାଇଥିବା ସେ କହିଛନ୍ତି । ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରୁଛି ମିଡ଼ ଡେ ଓଡ଼ିଶା ।