ଭୁୁବନେଶ୍ୱର: ସକାଳେ ୧୪, ଅପରାହ୍ନରେ ୩ ଏବଂ ସଂଧ୍ୟାରେ ୨୦ । ସୋମବାର ତିନୋଟି ପର୍ଯ୍ୟାୟରେ ୩୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କେବଳ ଗଞ୍ଜାମରୁ ଅଛନ୍ତି ୨୯ ପଜିଟିଭ୍ । ସମସ୍ତେ ସୁରତ୍ ଫେରନ୍ତା । ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ କୁ ବୃଦ୍ଧି ପାଇଛି ।
ତେବେ ଖୁସିର କଥା ଆଜି ଦିନରେ ୧୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସୁନ୍ଦରଗଡ଼ର ୭, ଖୋର୍ଦ୍ଧାର ୫, ଭଦ୍ରକର ୩ ଏବଂ ବାଲେଶ୍ୱରର ୨ ଅଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୮୫ ଏବଂ ଆକ୍ଟିଭ୍ ରୋଗୀଙ୍କ ସଂଖ୍ୟା ୩୨୬ ହୋଇଛି ।
ଆଜି ସକାଳେ ୧୪ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଗଞ୍ଜାମ ୧୨, ସୁନ୍ଦରଗଡ଼ ୧ ଏବଂ କେନ୍ଦ୍ରାପଡ଼ାର ୧ । ଅପରାହ୍ନରେ ୩ ପଜିଟିଭ୍ ଚିହ୍ନଟଙ୍କ ମଧ୍ୟରେ ଥିଲେ କଟକ ୧, ମୟୁରଭଞ୍ଜ ୧ ଏବଂ ଯାଜପୁର ୧ । ସଂଧ୍ୟାରେ ଚିହ୍ନଟ ୨୦ ପଜିଟିଭ୍ ଙ୍କ ମଧ୍ୟରୁ ଗଞ୍ଜାମର ୧୭, ସୁନ୍ଦରଗଡ଼ର ୨ ଏବଂ ବୌଦ୍ଧର ଜଣେ ଅଛନ୍ତି ।
ଜିଲ୍ଲାୱାରୀ ଆକ୍ରାନ୍ତଙ୍କ ସଂଖ୍ୟା
ଗଞ୍ଜାମ ୧୫୪, ଯାଜପୁର ୬୧, ଖୋର୍ଦ୍ଧା ୫୦, ବାଲେଶ୍ୱର ୪୨, ଭଦ୍ରକ ୩୧, ସୁନ୍ଦରଗଡ଼ ୧୬, ଅନୁଗୁଳ ୧୫, ମୟୁରଭଞ୍ଜ ୯, କେନ୍ଦ୍ରାପଡ଼ା ୯, ଜଗତସିଂହପୁର ୫, ବୌଦ୍ଧ ୪, ପୁରୀ ୩, କଟକ ୩, କେନ୍ଦୁଝର ୨, କଳାହାଣ୍ଡି ୨, ଝାରସୁଗୁଡ଼ା ୨, ବଲାଙ୍ଗୀର ୨, ନୟାଗଡ଼ ୧, କୋରାପୁଟ ୧, ଢ଼େଙ୍କାନାଳ ୧, ଦେବଗଡ଼ ୧ ।