ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ଭାବେ ମାଡ଼ି ଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୨୩ ଜିଲ୍ଲାରୁ ୫୪୩ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪,୨୮୦ ରେ ପହଞ୍ଚିଛି । ନୂଆ ୫୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୯ ହେଉଛନ୍ତି ଲୋକାଲ୍ କଣ୍ଟାକ୍ଟ କେସ୍ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏଥିସହ ୨୪ ଘଣ୍ଟାରେ ଆଉ ୪ ଜଣଙ୍କର ମୁଣ୍ଡ ନେଇଛି କରୋନା । ସେମାନେ କଟକ, ଭୁବନେଶ୍ୱର, ଖୋର୍ଦ୍ଧା ଓ ଗଞ୍ଜାମର । ସୁନ୍ଦରଗଡ଼ ଜିଲ୍ଲାର ଜଣେ ୧୩ ମାସର ଶିଶୁ ମୃତ୍ୟୁବରଣ କରିଥିଲେ ମଧ୍ୟ ମୃତ୍ୟୁର କାରଣ ଭିନ୍ନ ଦର୍ଶାଇଛି ସ୍ୱାସ୍ଥ୍ୟ ବିଭାଗ । ୪ ମୃତ୍ୟୁକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୪ ରେ ପହଞ୍ଚଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୪ ଜଣ ମୃତୁ୍ୟବରଣ କଲେଣି ।
ଆଜି କେଉଁ ଜିଲ୍ଲାରୁ କେତେ
ଅନୁଗୁଳ-୧, ବାଲେଶ୍ୱର-୮, ବରଗଡ଼-୩, ଭଦ୍ରକ-୧, ବଲାଙ୍ଗୀର-୫, ବୌଦ୍ଧ-୭, କଟକ-୩୯, ଢ଼େଙ୍କାନାଳ-୨, ଗଜପତି-୨୯, ଗଞ୍ଜାମ- ୧୮୮, ଜଗତସିଂହପୁର-୧୫, ଯାଜପୁର-୧, ଝାରସୁଗୁଡ଼ା-୬, କେନ୍ଦ୍ରାପଡ଼ା-୧୦, କେନ୍ଦୁଝର-୨୨, ଖୋର୍ଦ୍ଧା-୮୭, ମାଲକାନଗିରି-୧୧, ମୟୁରଭଞ୍ଜ-୨୨, ନୟାଗଡ଼-୧, ପୁରୀ-୭, ରାୟଗଡ଼ା-୨୪, ସମ୍ବଲପୁର-୨, ସୁନ୍ଦରଗଡ଼-୫୨ ।
ଏ ପର୍ଯ୍ୟନ୍ତ ରାଜ୍ୟରେ ସମୁଦାୟ ୧୪,୨୮୦ ଆକ୍ରାନ୍ତଙ୍କ ମଧ୍ୟରୁ ୯,୨୫୫ ସୁସ୍ଥ ହୋଇଛନ୍ତି । ଏବେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୪,୯୨୯ ।