ଭୁବନେଶ୍ୱର: ୨୦ ବର୍ଷ ପରେ ଏସିଆନ୍ ଗେମ୍ସ ମହିଳା ହକି ଫାଇନାଲ୍ ପ୍ରବେଶ କରି ରୌପ୍ୟ ପଦକ ହାସଲ କରିଥିବା ଭାରତୀୟ ହକି ଦଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ଏହି ଟିମ୍ ର ୪ ଜଣ ଓଡ଼ିଆ ପଦକ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ଏକ କୋଟି ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି । ସେମାନେ ହେଲେ ସୁନୀତା ଲାକ୍ରା, ନମିତା ଟପ୍ପୋ, ନୀଳିମା ମିଞ୍ଜ୍ ଏବଂ ଦୀପ୍ ଗ୍ରେସ୍ ଏକ୍କା । ଏଥିସହ ଟିମ୍ କୋଚ୍ ଙ୍କୁ ପୁରସ୍କାର ଆକାରରେ ଏହି ଖେଳାଳୀଙ୍କ ପୁରସ୍କାର ରାଶିର ୨୦ ପ୍ରତିଶତ ଅର୍ଥ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ କୁହାଯାଇଛି, ଭାରତୀୟ ଜାତୀୟ ହକି ଦଳର ପ୍ରାୟୋଜକ ହୋଇ ଓଡ଼ିଶା ଗର୍ବିତ । ଓଡ଼ିଶା ସବୁବେଳେ ହକି ଖେଳକୁ ପ୍ରୋତ୍ସାହିତ କରିଆସୁଛି ଏବଂ ୨୦୧୮ ବିଶ୍ୱ ପୁରୁଷ ହକି କପ୍ ର ଆୟୋଜନ କରୁଛି ।