ଭୁବନେଶ୍ୱର: ଆଉ ୭ ଟି ଲୋକସଭା ଓ ୨୦ ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ପୁରୀ ଲୋକସଭା ଆସନରୁ ପିସିସି ମିଡ଼ିଆ ସେଲ୍ ମୁଖ୍ୟ ସତ୍ୟପ୍ରକାଶ ନାୟକ ପ୍ରାର୍ଥୀ ହୋଇଛନ୍ତି । ବିଜେଡ଼ିର ପିନାକୀ ମିଶ୍ର ଓ ବିଜେପିର ସମ୍ବିତ୍ ପାତ୍ରଙ୍କ ସହ ତାଙ୍କର ଲଢ଼େଇ ହେବ । ଢ଼େଙ୍କାନାଳରୁ କାମାକ୍ଷା ପ୍ରସାଦ ସିଂହଦେଓ ଏବଂ କେନ୍ଦ୍ରାପଡ଼ାରୁ ଧରଣୀଧର ନାୟକଙ୍କୁ ପୁନର୍ବାର ପ୍ରାର୍ଥୀ କରାଯାଇଛି । ବାଲେଶ୍ୱର ଲୋକସଭା ଆସନରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ ଭଦ୍ରକ ଆସନରୁ ଅନନ୍ତ ସେଠୀଙ୍କ ଝିଅ ଶ୍ରୀମତୀ ମଧୁମିତା ସେଠୀଙ୍କୁ ପ୍ରାର୍ଥୀ କରାଯାଇଛି । ଜଗତସିଂହପୁରୁ ଶ୍ରୀମତୀ ପ୍ରତିମା ମଲ୍ଲିକ ପ୍ରାର୍ଥୀ ହୋଇଥିବା ବେଳେ କେନ୍ଦୁଝର ଆସନରୁ ପ୍ରାର୍ଥୀ ହୋଇଛନ୍ତି ଫକୀର ମୋହନ ନାୟକ ।
ଏଥର ଦେଖନ୍ତୁ ବିଧାନସଭା ପ୍ରାର୍ଥୀ ତାଲିକା
ତେଲକୋଇ- ମୋହନ ହେମ୍ବ୍ରମ୍
ପାଟଣା- ଗୋପେଶ୍ୱର ନାୟକ
ଯଶୀପୁର- ମହେନ୍ଦ୍ର ନାୟକ
ଉଦଳା- ବେଣୁଧର ମହାପାତ୍ର
ବାରିପଦା- ଦଶରଥ ସିଂହ
ଭୋଗରାଇ- ସତ୍ୟଶିବ ଦାସ
ବସ୍ତା- ବିଜନ ନାୟକ
ରେମୁଣା- ପ୍ରତାପ ସେଠୀ
ବାସୁଦେବପୁର- ଅଶୋକ କୁମାର ଦାସ
ଧାମନଗର- ବିଦ୍ୟାଧର ଜେନା
ବିଂଝାରପୁର- ମନୋରଞ୍ଜନ ଦାସ
ବରୀ- ଉମେଶ ଜେନା
ସୁକିନ୍ଦା- ଶରତ ରାଉତ
ପରଜଙ୍ଗ- ଯଶସ୍ୱିନୀ ରାଉତ
ନିଆଳି- ମମତା ଭୋଇ
ମାହାଙ୍ଗା- ଦେବେନ୍ଦ୍ର କୁମାର ସାହୁ
ପାଟକୁରା- ଜୟନ୍ତ ମହାନ୍ତି
ତିର୍ତ୍ତୋଲ- ବିଭୂପ୍ରସାଦ ତରାଇ
ପୁରୀ- ଅରୋ ପ୍ରସାଦ ମିଶ୍ର
ନୟାଗଡ଼- ମନୋଜ କୁମାର ସାହୁ