ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୩ ସାମ୍ବାଦିକଙ୍କ ଜୀବନ ନେଇଛି କରୋନା । ମୃତ୍ୟୁବରଣ କରିଥିବା ସାମ୍ବାଦିକମାନେ ହେଲେ ଯାଜପୁର ଜିଲ୍ଲା ବଡ଼ଚଣାର ରତିକାନ୍ତ ବଳ(୩୮), ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର କୈଳାସ ଚନ୍ଦ୍ର ସାହୁ(୭୫) ଏବଂ ବ୍ରହ୍ମପୁରର ବିଷ୍ଣୁ ପ୍ରସାଦ ପାତ୍ର(୪୨) ।
ରତିକାନ୍ତ ବଳ ‘ଏକାମ୍ର ଟିଭି’ରେ କାମ କରୁଥିଲା ବେଳେ କୈଳାସ ଚନ୍ଦ୍ର ସାହୁ ‘ପ୍ରଗତିବାଦୀ’ ଏବଂ ବିଷ୍ଣୁ ପ୍ରସାଦ ପାତ୍ର ‘ଓଡ଼ିଶା ଭାସ୍କର’ ଓ ‘କଳିଙ୍ଗ ଦର୍ପଣ’ରେ କାମ କରୁଥିଲେ ।
ଏମାନଙ୍କୁ ମିଶାଇ କରୋନା ଦ୍ୱିତୀୟ ଲହରରେ ଓଡ଼ିଶାରୁ ୨୫ ଜଣ ସାମ୍ବାଦିକଙ୍କ ଜୀବନ ଗଲାଣି । ପ୍ରଥମ ଲହରରେ ୪ ଜଣ ସାମ୍ବାଦିକଙ୍କର ଜୀବନ ଯାଇଥିଲା ।