Wednesday, May 6, 2026 08:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କ୍ରିଷନ୍ କୁମାରଙ୍କ କାର୍ଯ୍ୟକୁ ସବୁଆଡୁ ପ୍ରଶଂସା

by Our Correspondent
24 Jun, 2020- 01:27 AM
in Latest News, News
1 min read
0
କ୍ରିଷନ୍ କୁମାରଙ୍କ କାର୍ଯ୍ୟକୁ ସବୁଆଡୁ ପ୍ରଶଂସା
ଭୁୁବନେଶ୍ୱର: ୧୨ ଦିନ ବିଳମ୍ବରେ ଆରମ୍ଭ ହୋଇଥିବା ରଥ ନିର୍ମାଣକୁ ୪ ଦିନ ପୂର୍ବରୁ ଶେଷ କରିବା, କୋଭିଡ୍ କଟକଣା ପାଇଁ ଅନିଶ୍ଚିତତା ଭିତରେ ଥିବା ରଥଯାତ୍ରା ପାଇଁ ପ୍ରଶାସନକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବା, ଗଜପତି ମହାରାଜାଙ୍କଠାରୁ ଆରମ୍ଭ କରି ପରିଚାଳନା କମିଟି ସଦସ୍ୟ, ସେବାୟତମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା, ସୁପ୍ରିମ୍ କୋର୍ଟଙ୍କଠାରୁ ରଥଯାତ୍ରା ଅନୁମତି ମିଳିବା କ୍ଷଣି ତ୍ୱରିତ ଢ଼ଙ୍ଗରେ କାର୍ଯ୍ୟ କରିବା ଏବଂ ସର୍ବୋପରି କୋଭିଡ୍ କଟକଣାରେ ରଥଯାତ୍ରାକୁ ଅତ୍ୟନ୍ତ ବ୍ୟବସ୍ଥିତ ଓ ଶୃଙ୍ଖଳିତ ଢ଼ଙ୍ଗରେ ସମ୍ପନ୍ନ କରାଯିବା ପଛରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାରଙ୍କ ଭୂମିକାକୁ ସବୁଆଡେ ପ୍ରଶଂସା କରାଯାଇଛି । ଜନସାଧାରଣଙ୍କଠାରୁ ଆରମ୍ଭ କରି ସେବାୟତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି ସେ ।

ଜଗନ୍ନାଥପ୍ରେମୀ ଭାବେ ଜଣାଶୁଣା ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର ରଥ ନିର୍ମାଣ ଆରମ୍ଭ ଦିନୁ ନିଜେ ପୁରୀରେ ଅଧିକାଂଶ ସମୟ ଉପସ୍ଥିତ ରହି ଏହାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରିବା ସହ କାର୍ଯ୍ୟ ସୂଚାରୂ ଭାବେ ଶେଷ କରିବାକୁ ଅକ୍ଲାନ୍ତ ଉଦ୍ୟମ କରିଥିଲେ ।ସେବକମାନଙ୍କର କୋଭିଡ୍ ଟେଷ୍ଟ କାର୍ଯ୍ୟ କରାଇବା, ସେମାନଙ୍କ ରହିବାରେ ସୁବିଧା ଅସୁବିଧା କଥା ନିଜେ ବୁଝୁଥିଲେ । ରଥ ନିର୍ମାଣ କାର୍ଯ୍ୟର ତଦାରଖ ପାଇଁ ଅଧାରାତିରେ ତାଙ୍କୁ ରଥଖଳାରେ ଦେଖିବାକୁ ମିଳୁଥିଲା ।

ଖାଲି ରଥ ନିର୍ମାଣ ନୁହେଁ ସେବାୟତମାନଙ୍କ ସହ ବାରମ୍ବାର ଆଲୋଚନା କରି ରଥଯାତ୍ରାର ନୀତିକାନ୍ତିର ପ୍ରସ୍ତୁତି ଏବଂ ରଥଯାତ୍ରାର ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ କ୍ରିଷନ୍ କୁମାର । ଗତକାଲି ସୁପ୍ରିମ୍ କୋର୍ଟ ଙ୍କ ନିର୍ଦ୍ଦେଶ ଆସିଲା କ୍ଷଣି ଘନ ଘନ ବୈଠକ କରି ବ୍ୟବସ୍ଥାକୁ ଚୂଡ଼ାନ୍ତ ରୂପ ଦେବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା ।
ରଥଯାତ୍ରା ବେଳେ ମଧ୍ୟ ଦିନତମାମ ବେଶ ତତ୍ପର ରହି ସବୁ କାର୍ଯ୍ୟର ତଦାରଖ କରିଥିଲେ କ୍ରିଷନ୍ କୁମାର ଏବଂ ତାଙ୍କ ଟିମ୍ । କୋଭିଡ୍ ନିୟମ ପାଳନ ଏବଂ ନୀତିକାନ୍ତିରେ ଯେଭଳି କୌଣସି ବିଭ୍ରାଟ୍ ନ ଘଟେ ସେଥିପାଇଁ ତତ୍ପର ଥିଲେ । ଶରଧା ବାଲିରେ ରଥ ପହଞ୍ଚିଲା ପରେ ଉତ୍ସାହିତ ସେବାୟତମାନେ ସମବେତ ସ୍ୱରରେ ଶ୍ରୀଜଗନ୍ନାଥଙ୍କ ଗୀତଗୋବିନ୍ଦ ଗାନ କଲା ବେଳେ ଡ. କୁମାର ସେମାନଙ୍କ ସାଙ୍ଗରେ ସାମିଲ ହୋଇଥିଲେ । ମାହାପ୍ରଭୁଙ୍କୁ ହାତଯୋଡି ଭାବପୂର୍ଣ୍ଣ ଗୀତ ଗୋବିନ୍ଦ ଗାନ ଖଳାବେଳେ ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇପଡ଼ିଥିଲେ ।
ସେବାୟତ ଓ ପୁଲିସ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମକୁ ତାରିଫ୍ କରିବାକୁ ଭୁଲି ନାହାନ୍ତି ମୁଖ୍ୟ ପ୍ରଶାସକ । ଏଥିରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଏହି ଅବସରରେ ସେବାୟତଙ୍କୁ ତୃତୀୟ କିସ୍ତି ୫ ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ ।
କୋଭିଡ୍ କଟକଣା ଭିତରେ ଅତ୍ୟନ୍ତ ଶୃଙ୍ଖଳାର ସହ ରଥଯାତ୍ରା କେବଳ ସେହି ମହାପ୍ରଭୁଙ୍କ କୃପା ଓ ଇଚ୍ଛାରେ ସମ୍ଭବ ହୋଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସରକାର ଏବଂ ସର୍ବୋପରି ସେବାୟତମାନଙ୍କୁ ରଥଯାତ୍ରାର ସଫଳ ଆୟୋଜନର ଶ୍ରେୟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସବୁ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ, ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ମାର୍ଗଦର୍ଶନ, ଗଜପତି ମହାରାଜାଙ୍କ ଶୁଭେଚ୍ଛା ଏବଂ ପୁଲିସ, ଜିଲ୍ଲା ପ୍ରଶାସନ ଓ ସେବାୟତମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସହଯୋଗରେ ମହାପ୍ରଭୁଙ୍କ କାର୍ଯ୍ୟ ସୁରୁଖୁରୁରେ ହୋଇଥିବା କହିଛନ୍ତି ଡ. କ୍ରିଷନ୍ କୁମାର ।
Previous Post

ଟିଭିରେ ରଥଯାତ୍ରା ଦେଖିଲେ ମୁଖ୍ୟମନ୍ତ୍ରୀ

Next Post

ପିସିସିରେ ନିରଞ୍ଜନ ଏବେ ଆଣ୍ଠୁକୁଡା !

Next Post
ପିସିସିରେ ନିରଞ୍ଜନ ଏବେ ଆଣ୍ଠୁକୁଡା !

ପିସିସିରେ ନିରଞ୍ଜନ ଏବେ ଆଣ୍ଠୁକୁଡା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA