Saturday, May 9, 2026 08:37 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଇଏ ସେହି ନଗ୍ନ ଚିତ୍ର, ବାସ୍ତବତା…

by Our Correspondent
20 Jul, 2020- 03:52 PM
in Latest News, News
1 min read
1
ଇଏ ସେହି ନଗ୍ନ ଚିତ୍ର, ବାସ୍ତବତା…
ଭୁୁବନେଶ୍ୱର: ସାରା ବିଶ୍ୱରେ ଭୋକର ଭୂଗୋଳ ଭାବେ ଏକଦା ପରିଚିତ ଅଶୀ ଦଶକର ସେହି କଳାହାଣ୍ଡିର ଆଜିର ଚିତ୍ର କ’ଣ? ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ସର୍ବୋପରି ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ହେଲାଣି କି? ଆଜିର ଏକବିଂଶ ଶତାଦ୍ଦୀରେ ସେଠିକା ମଣିଷ ଦୁଇଓଳି ପେଟପୁରା ଖାଇବାକୁ ପାଉଛନ୍ତି ତ? ଦୁର୍ଗମ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ସାମାଜିକ,ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆସିଛି ନା ନାହିଁ?
ସାରା ବିଶ୍ୱରେ କଳାହାଣ୍ଡି ଚର୍ଚ୍ଚାକୁ ଆସିବାର ଦୀର୍ଘ ୪ ଦଶନ୍ଧୀ ପରେ ଏହି ପ୍ରଶ୍ନଗୁଡ଼ିକର ପ୍ରାସଙ୍ଗିକତା କେତେ ? ରାଜ୍ୟ ସରକାର, ପ୍ରଶାସନ, ରାଜନେତା, ନିର୍ବାଚିତ ଲୋକ ପ୍ରତିନିଧି ଏବଂ ସର୍ବୋପରି ଗଣମାଧ୍ୟମ ପାଖରେ ଏହାର କି ଦାୟିତ୍ୱ ଓ ଉତ୍ତର ଦାୟିତ୍ୱ ଅଛି ? କଳାହାଣ୍ଡିକୁ ନେଇ ସେମାନଙ୍କର ଅନୁଭବ କ’ଣ ?
ଏଭଳି ଅନେକ ଜଟିଳ ପ୍ରଶ୍ନକୁ ମନରେ ଧରି କଳାହାଣ୍ଡିରେ ନିଜ ଅନୁଭବର କାହାଣୀ ପଦାକୁ ଆଣିଛନ୍ତି ଜଣେ ଯୁବ ଡାକ୍ତର । କଳାହାଣ୍ଡି ଜିଲ୍ଲା ହେଡ୍ କ୍ୱାର୍ଟର୍ ଭବାନୀପାଟଣାଠାରୁ ମାତ୍ର ୨୫/୩୦ କିମି ଦୂରରେ ଥିବା ଦୁର୍ଗମ ଅଞ୍ଚଳର ନଗ୍ନ ଛବିକୁ ସୋସିଆଲ୍ ମିଡ଼ିଆରେ ଜୀବନ୍ତ ଭାବେ ଉପସ୍ଥାପିତ କରିଛନ୍ତି ଏହି ଯୁବ ଡାକ୍ତର ସୂର୍ଯ୍ୟକାନ୍ତ ମହାପାତ୍ର ।
ବଲାଙ୍ଗୀର ମୂଳ ବାସିନ୍ଦା ଡାକ୍ତର ସୂର୍ଯ୍ୟକାନ୍ତ ବୁର୍ଲା ଭିଏସଏସ୍ ମେଡ଼ିକାଲ୍ କଲେଜରୁ ଏମବିବିଏସ୍ ପାସ୍ କଲା ପରେ ଅଢ଼େଇ ବର୍ଷ ତଳେ ତାଙ୍କର ଚାକିରି ଜୀବନ ଆରମ୍ଭ କରିଥିଲେ କଳାହାଣ୍ଡି ଜିଲ୍ଲା ଜୁଗସାଇପାଟଣା ଡାକ୍ତରଖାନାରେ । ବର୍ଷଟିଏ ସେଠାରେ ଡାକ୍ତର ଭାବେ କାର୍ଯ୍ୟ କଲାବେଳେ ସାଇତି ରଖିଥିବା ସ୍ମୃତିକୁ ମନେ ପକାଇଛନ୍ତି ସୂର୍ଯ୍ୟକାନ୍ତ । ଘଞ୍ଚ ଜଙ୍ଗଲ, ଦୁର୍ଗମ ଅଞ୍ଚଳରେ ଅଖିଆ ଅପିଆ ପାଦରେ ଚାଲି ଚାଲି ଲୋକଙ୍କୁ ସେବା କରିଥିବା ଏହି ଯୁବ ଡାକ୍ତର କୌଣସି ପ୍ରଶଂସା କି ପୁରସ୍କାର ଲୋଭରେ ନିଜର ଡିଣ୍ଡିମ୍ ପିଟି ନାହାନ୍ତି । ମାତ୍ର ଆଜି ଅଢ଼େଇ ବର୍ଷ ପରେ ସେଠାକାର ମଣିଷର ଦୁଃଖ ଦୁର୍ଦ୍ଦଶା ଲୋକଲୋଚନକୁ ଆଣିବାକୁ ମନ ତାଙ୍କର ବ୍ୟାକୁଳ ହୋଇଛି ।
ସେ ଲେଖିଛନ୍ତି
ଆଜିକୁ ପ୍ରାୟ ଅଢ଼େଇ ବର୍ଷ ତଳେ କଳାହାଣ୍ଡିର ଏକ ମାଓବାଦୀ ପ୍ରବଣ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନୂଆ ନୂଆ ଚାକିରୀରେ ଯୋଗ ଦେଇଥିଲି । ଜୁଗସାଇପାଟଣା ଡାକ୍ତରଖାନା, ଭବାନୀପାଟଣାରରୁ ପ୍ରାୟ ୨୫ କିଲୋମିଟର ଦୂର ।
ସେଦିନ ସମୟ ଗୋଟାଏ । ସବୁ ରୋଗୀଙ୍କୁ ଦେଖିସାରି ସବୁ ଦିନ ଭଳି ଡାକ୍ତରଖାନା ବନ୍ଦ କରି ବସାକୁ ଫେରିବାକୁ ବାହାରୁଥିଲି ।
ସେତେବେଳକୁ ଭୋକରେ ଅବସ୍ଥା ବେହାଲ । ହଠାତ୍ ଦୂରରୁ ଜଣେ ଆଶାକର୍ମୀ ଅଣନିଶ୍ୱାସୀ ହୋଇ ଡାକ୍ତରଖାନାକୁ ଦୌଡି ଆସୁଥିବାର ଦେଖିଲି । ପଚାରିଲି କ’ଣ ହେଲା । କହିଲା, ସାର୍ ଟିକେ ଚାଲନ୍ତୁ । ପାଖ ଗୋଟେ ଗାଁରେ ଜଣେ ମା’ ପ୍ରସବ ହୋଇପାରୁନି । ଛୁଆ ଅଟକି ଯାଇଛି । ଆଶାକର୍ମୀଙ୍କଠାରୁ ଏକଥା ଶୁଣିଲା କ୍ଷଣି ଆଟେଣ୍ଡାଣ୍ଟ କଳାକାର ମାଝୀଙ୍କୁ ସାଙ୍ଗରେ ଧରି ତାଙ୍କ ମଟର ସାଇକେଲରେ ଜାଗାକୁ ବାହାରି ପଡ଼ିଲି ।
ସାର୍ ଗାଡ଼ି ସେଠିକି ଯିବନି । ଅଧା ରାସ୍ତାରେ ଗାଡ଼ି ରଖିବାକୁ ପଡ଼ିବ । ନରମ ଗଳାରେ ଗୁଣୁଗୁଣେଇ ହୋଇ କହିଲେ ଆଶାକର୍ମୀ ।
ଠିକ୍ ଅଛି, ଚାଲ୍ ଯେତେ ଦୂର ଯିବ ଯିବା । ମୁଁ କହିଲି ।
ଆଶାକର୍ମୀ ଓ ମତେ ଗାଡ଼ିରେ ବସେଇ କଳାକାର ଅଧା ରାସ୍ତା ପର୍ଯ୍ୟନ୍ତ ମାଟି କାଦୁଅ ରାସ୍ତାରେ ଅଧା ଦୂର ଗଡ଼େଇ ନେଲା । ତାପରେ ଆରମ୍ଭ ହେଲା ଜଙ୍ଗଲ । ରାସ୍ତା ହିଁ ନାହିଁ । ଚାଲି ଚାଲି ପାଖାପାଖି ୩ କିଲୋମିଟର ଗଲା ପରେ ପହଞ୍ଚିଲୁ ସେହି ଗାଁରେ ।

୬/୭ ପରିବାର ରହୁଥିବା ଏକ ଛୋଟିଆ ଗାଁ । ସବୁ ଚାଳ ଘର, ଛାତ ତ ଦୂରର କଥା ଇଟା ର କାନ୍ଥ ବି ଗୋଟେ ନାହିଁ ସବୁ ବାଉଁଶ ପତି ରେ ତିଆରି ଘର । ସେ ଭିତରୁ ଗୋଟେ ଘର କୁ ଆଶାକର୍ମୀ ଆମକୁ ନେଇଗଲା । ଗୋଟେ ୩୫ ବର୍ଷୀୟା ମା ଗୋଟେ ବାଉଁଶ ପାତିଆ ରେ ତିଆରି ଛେଳି ଗୁହାଳ ରେ ପ୍ରସବ ଯନ୍ତ୍ରଣା ରେ ଚିତ୍କାର କରୁଥାଏ । କାଳେ ବିଳମ୍ବ ନକରି ରେ ବାଟରେ ରହିଯାଇଥିବା ଛୁଆ ର ପ୍ରସବ କରିବାରେ ଲାଗିପଡ଼ିଲି।

ମୋ ହାତ ଗୋଡ ଥରି ଉଠୁଥାଏ, କଣ ହେବ ଯଦି କିଛି ଅସୁବିଧା ହେବ, ପୋଷ୍ଟ ପାର୍ଟମ ହେମୋରେଜ ହେଲେ ଏଠି କଣ କରିବି  !!! ଯେଉଁ ସ୍ଥାନ କୁ ସାଇକେଲ ଆସିବାକୁ ରାସ୍ତା ନାହିଁ ସେଠି ଆମ୍ବୁଲାନ୍ସ ଆସିବ କେମିତି । କିଛି ସମୟ ପରେ ମହିଳା ଜଣକ ଏକ ଶିଶୁ ଜନ୍ମ ଦେଲା । ମନ ଟିକେ ସ୍ଥିର ହେଲା , ଦେଖୁ ଦେଖୁ ଅପରାହ୍ନ ୪ ଟା। ମୋର ଭୋକ ଶୋଷ ସବୁ ଗାୟବ।
ମା ପାଇଁ କିଛି ଔଷଧ ଦେଇ ଚାଲି ଚାଲିି ସେଠୁ ବାହାରି ପଡ଼ିଲୁ, ଆସିଲା ବେଳେ ସେ ଦୁର୍ଗମ ଅଞ୍ଚଳର ଲୋକଙ୍କ ଜୀବନ ଶୈଳୀ ଉପରେ କିଛି ଜାଣିବାକୁ ପାଇଲି।

ସ୍ଥାନୀୟ ଅଞ୍ଚଳବାସୀ ପ୍ରାୟ ସହର ଅଞ୍ଚଳର ଜୀବନ ଶୈଳୀ ସହ ଅଭ୍ୟସ୍ତ ନୁହନ୍ତି । ମୋ ଡାକ୍ତରଖାନା ପର୍ଯ୍ୟନ୍ତ ପିଚୁ ରାସ୍ତା, ତାପରେ ସେ ପାଖାପାଖି ୨୫ ଖଣ୍ଡ ଗାଁ କୁ ଆଦୌ ଚାରି ଚକିଆ ଯିବା ରାସ୍ତା ନାହିଁ । କିଛି ଗାଁ କୁ ସାଇକେଲ ବି ଯିବା ମୁସ୍କିଲ । ଅନେକ ଗାଁ କୁ ବିଜୁଳି ସଂଯୋଗ ନାହିଁ ( ବର୍ତମାନ ସୋଲାର ବିଦ୍ୟୁତ ସଂଯୋଗ ହେବାକଥା ମୁ ଶୁଣିବାକୁ ପାଇଛି )
ଜଙ୍ଗଲ ମଧ୍ୟ ରେ ଲୋକେ ମୁଖ୍ୟତ ଆଦିବାସୀ ଜନଜାତି ର । ଖାଦ୍ୟ ରୂପରେ କାଇ (ଲାଲ ରଙ୍ଗ ର ଗୋଟେ ପିମ୍ପୁଡି ଓ ତା ଅଣ୍ଡା ) କୁ ପ୍ରାୟ ଗ୍ରହଣ କରନ୍ତି।

ସବୁଠୁ ବିସ୍ମୟ ର କଥା ହେଲା ଘର ର କୌଣସି ବି ମହିଳା ଗର୍ଭବତୀ ହେଲେ ତାକୁ ତା ଗର୍ଭ ର ଶେଷ କିଛି ମାସ ପ୍ରାୟ ନିର୍ବାସିତ ଜୀବନ ବିତେଇବାକୁ ପଡେ। ଘର କୁ ଲାଗି ବାଉଁଶ ପାତିଆ ରେ ଏକ ଘର ତିଆରି କରା ହୁଏ । ସେଠି ମା ସନ୍ତାନ କୁ ପ୍ରସବ ପରେ ମଧ୍ୟ ପ୍ରାୟ ଗୋଟେ ମାସ ପର୍ଯ୍ୟନ୍ତ ସେ ସର୍ବମୁକୁଳା ଘରେ ବିତେଇବାକୁ ପଡେ । ଖରା, ବର୍ଷା ଶୀତ କାକର ସବୁ ସମାନ ତାଙ୍କ ପାଇଁ । ସେ ଘରେ ତାକୁ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିବାକୁ ପଡିବ । ଏତେ କଷ୍ଟ ସହି ଯେଉଁ ଛୁଆ ବଞ୍ଚିଲା ବଞ୍ଚିଲା, ଭଗବାନ ହିଁ ସାହା ଭରୋସା ।
ସେ ଅଞ୍ଚଳ ଏମିତି ଯେ ଡାକ୍ତରଖାନା କୁ ଯେଉଁ ବି ରୋଗୀ ଆସିବେ ତାର ରକ୍ତ ପରୀକ୍ଷା କଲେ ମ୍ୟାଲେରିଆ ବାହାରିବା ପକ୍କା । ମାଓବାଦୀ ଭୟରେ ଇଲାକା ସନ୍ଧ୍ୟା ୫ ଟା ରୁ ପୁରା ଶୂନଶାନ ହେଇଯିବ । ରାସ୍ତାରେ ପିମ୍ପୁଡି ଟେ ବି ଆଉ ଦିଶିବେନି ।
ଭବାନୀପାଟଣାଠୁ ମାତ୍ର ୨୫ କିଲୋମିଟର ଦୂରରେ ଅବସ୍ଥିତ ଏ ଅଞ୍ଚଳ ସତେ ଯେମିତି ଏକବିଂଶ ଶତାବ୍ଦୀରେ ମଧ୍ୟ ବିକାଶ ଲେସ ମାତ୍ର ଝଲକ ପାଇନି । ଅତ୍ୟନ୍ତ ଦୟନୀୟ ଅବସ୍ଥା ରେ ରହୁଥିବା ଲୋକଙ୍କୁ ଯିଏ ଥରେ ବି ଦେଖିବ, ବାର ବାର ତାର ମନରେ ପ୍ରଶ୍ନ ଉଙ୍କି ମାରିବା ସ୍ୱାଭାବିକ ଯେ ମଣିଷ କଣ ସତରେ ଏମିତି ସ୍ଥାନ ରେ ରହି ପାରନ୍ତି???
ବାବୁ ଅମଲା, ମନ୍ତ୍ରୀ କି କେଉଁ ସମାଜସେବୀ ଙ୍କର ପାଦ କାଇଁ କେବେ ବି ତ ସେଠି ପଡ଼େନି !! ହେଲେ ସିବିଏସଇ ବହିରେ କଳାହାଣ୍ଡି ର ଏ ନଗ୍ନ ଚିତ୍ର ବିଷୟରେ କିଛି ଲେଖା ବାହାରି ଗଲେ ସମସ୍ତଙ୍କୁ ମନକୁ ଯେମିତି ପିତା ମାଡି ବସୁଛି ।
ଆବଶ୍ୟ କଳାହାଣ୍ଡି ର ସବୁ ଇଲାକା ଏମିତି ପଛୁଆ ନୁହେଁ । ଭବାନୀପାଟଣା ଭଳି ଉନ୍ନତ ସହର ବି ତ ଅଛି । ସେଥିପାଇଁ କିଛି ବୁଦ୍ଧିଜୀବୀ କହୁଛନ୍ତି ଆମ କଳାହାଣ୍ଡି ବହୁତ ଉନ୍ନତ । ଆମେ ବା ଚାଉଳ ରପ୍ତାନି କରୁଛୁ । ଗୋଟେ ଦାନ ମାଝୀ ଘଟଣା ରେ ଆମ ଜିଲ୍ଲା କୁ ଯାହା ବଦନାମ କଲ ଏବେ ସିବିଏସଇ ବହିରେ ପୁଣି ଛାପି ଆମକୁ ଗୌଣ କରିଦେଉଛ।
ବୁଦ୍ଧିଜୀବୀ ଭାଇମାନଙ୍କୁ ମୋର ଅନୁରୋଧ ଦୟାକରି ସେ ଅଞ୍ଚଳ କୁ ଯାଇକି ସେଠି ଲୋକଙ୍କ ଅବସ୍ଥା ଦେଖନ୍ତୁ । ମୁଁ ନିଶ୍ଚିତ ଏବେ ଦୁଇ ବର୍ଷ ପରେ ମଧ୍ୟ ଲୋକେ ସେମିତି ଅବସ୍ଥା ରେ ରହୁଥିବେ ।
ବି.ଦ୍ର : ପୁରସ୍କାର ଲାଳାୟିତ ନୁହେଁ ବୋଲି ଏ ଫଟୋ ଗୁଡିକ ମୁଁ ସେତେବେଳେ ସୋସିଆଲ ମିଡ଼ିଆ ରେ ଛାଡ଼ି ନ ଥିଲି। ଜୁଗସାଇପାଟଣା ରେ ପ୍ରାୟ ଗୋଟେ ବର୍ଷ ଚାକିରୀ ସମୟରେ ସେଠି ଏମିତି ଅନେକ ଜାଗା ବୁଲି ବୁଲି ଲୋକଙ୍କ ସହ ମିଶିଛି ଓ ସ୍ୱାସ୍ଥ୍ୟ ସେବା ବି ଯୋଗେଇଛି, ଏବେ ଏତେଦିନ ପରେ ଏ ଫଟୋ ଛାଡ଼ିବାର ଅଭିପ୍ରାୟ ଯେ ସେ ପଛୁଆ ଅଞ୍ଚଳ କୁ ସହୃଦୟ ସରକାରଙ୍କର ନଜର ହେଲେ ପଡ଼ୁ । ଆଶା କରେ ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ସେ ଅଞ୍ଚଳର ଉନ୍ନତ ହେଉ ।

—————————————————————-

ଡାକ୍ତର ସୂର୍ଯ୍ୟକାନ୍ତ ମହାପାତ୍ର କଳାହାଣ୍ଡିରେ ବର୍ଷେ ରହଣି ମଧ୍ୟରେ ଏମିତି ପ୍ରାୟ ୧୦ଟି ଗାଁକୁ ଚାଲି ଚାଲି ଯାଇ ମହିଳାଙ୍କୁ ପ୍ରସବ କରାଇଛନ୍ତି । ଅନେକ ଗୁରୁତର ଅସୁସ୍ଥ ରୋଗୀଙ୍କ ପାଖକୁ ଯାଇ ଚିକିତ୍ସା କରିଛନ୍ତି । ଦୁର୍ଗମ ଅଞ୍ଚଳର ଏହି ଅସହାୟ ମଣିଷମାନଙ୍କ ଅବସ୍ଥା ତାଙ୍କୁ ବିଚଳିତ କରିଥିବା ସେ କହିଛନ୍ତି । ଏଥିସହ କଳାହାଣ୍ଡିର ଅନେକ ବାସ୍ତବ ଚିତ୍ର ଆମ ସହ ସେୟାର୍ କରିଛନ୍ତି ଏହି ଯୁବ ଡାକ୍ତର । କଳାହାଣ୍ଡିର ଦୁର୍ଗମ ଇଲାକାରେ ଶିକ୍ଷା, ସ୍ୱାସ୍ଥ୍ୟ ଏବେ ବି ଅପହଞ୍ଚ । ସ୍କୁଲ ଅଛି, ଶିକ୍ଷକ ନାହାନ୍ତି । ବିନା ଡାକ୍ତରରେ ଚାଲିଛି ଡାକ୍ତରଖାନା । ଜିଲ୍ଲାପାଳ, ବିଡ଼ିଓ କି ତହସିଲଦାରଙ୍କ କଥା ଛାଡ଼ନ୍ତୁ । କୌଣସି ତଳିଆ ସରକାରୀ ବାବୁଙ୍କର ଅଞ୍ଚଳକୁ ପାଦ ପଡ଼େନି । ନିର୍ବାଚନ ସମୟକୁ ଛାଡ଼ିଦେଲେ ସ୍ଥାନୀୟ ଲୋକପ୍ରତିନିଧି ଏବଂ ବିଧାୟକଙ୍କର କେବେ ଦେଖା ମିଳେନି । ଆପଣଙ୍କର ବିଶ୍ୱାସ ହୋଇ ନ ପାରେ । ମାତ୍ର ଥରେ ସେହି ଅଞ୍ଚଳ ଯାଇ ବୁଲିକି ଆସନ୍ତୁ । ନିଜେ ବାସ୍ତବତା ପରଖି ପାରିିବେ ବୋଲି କହିଛନ୍ତି ଡାକ୍ତର ସୂର୍ଯ୍ୟକାନ୍ତ ।
Previous Post

ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ଟପିଲା, ଓଡ଼ିଶାରେ ୬୭୩

Next Post

ଆଉ ନାହାନ୍ତି ବିଜୟ ମହାନ୍ତି

Next Post
ଆଉ ନାହାନ୍ତି ବିଜୟ ମହାନ୍ତି

ଆଉ ନାହାନ୍ତି ବିଜୟ ମହାନ୍ତି

Comments 1

  1. Haribandhu Panda says:
    6 years ago

    I salute the doctor and the community of doctors and paramedics who provide services in such circumstances.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA