Wednesday, May 6, 2026 08:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶ୍ୱଶୁର ସ୍ପଷ୍ଟ କଲେ: ପ୍ରସାଦ କାଲିଠୁ ଇସ୍ତଫା ଦେଲେଣି

by Our Correspondent
01 Mar, 2018- 03:45 PM
in Latest News, Politics
1 min read
0
ଶ୍ୱଶୁର ସ୍ପଷ୍ଟ କଲେ: ପ୍ରସାଦ କାଲିଠୁ ଇସ୍ତଫା ଦେଲେଣି
ଭୁବନେଶ୍ୱର: ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫା ସ୍ପଷ୍ଟ ହୋଇଛି । ଗତକାଲି ସେ ତାଙ୍କର ଇସ୍ତଫାପତ୍ର ହାଇକମାଣ୍ଡଙ୍କ ପାଖକୁ ପଠାଇ ଦେଇଛନ୍ତି । ପ୍ରସାଦଙ୍କ ଶ୍ୱଶୁର ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଆଜି ଏହା ସ୍ପଷ୍ଟ କରିଛନ୍ତି । ବିଜେପୁର ପରାଜୟ ପାଇଁ ପ୍ରସାଦ ଇସ୍ତଫା ଦେଇଥିବା ସେ ସୂଚନା ଦେଇ ନିଜ ଦଳର ନେତାଙ୍କ ଉପରେ ଭୀଷଣ ବର୍ଷିଛନ୍ତି । ସେ କହିଛନ୍ତି ଯେ ପ୍ରସାଦ ଜଣେ ଜ୍ଞାନୀ,ଗୁଣୀ ବ୍ୟକ୍ତି । ତାଙ୍କର ସାଂଗଠନିକ ଦକ୍ଷତା ବି ଚମତ୍କାର । ହେଲେ ସେ ସଭାପତି ହେଲା ଦିନଠୁ ତାଙ୍କ ପଛରେ କିଛି ନେତା ପଡ଼ିଯାଇଥିଲେ । ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟି ପ୍ରସାଦ ହଟାଓ ଅଭିଯାନ ଜାରି ରଖିଥିଲେ । ବିଜେପୁର ଉପନିର୍ବାଚନରେ ଦଳର ୩ ବରିଷ୍ଠ ନେତା ପଛରୁ ଛୁରୀ ମାରି ଦଳୀୟ ପ୍ରାର୍ଥୀଙ୍କୁ ହରାଇବାକୁ ଲାଗିପଡ଼ିଥିଲେ ବୋଲି ସେ କହିଛନ୍ତି । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କୁ ନରସିଂହ ମିଶ୍ରଙ୍କ ସାକ୍ଷାତ ବିଜେପୁରରେ ଦଳର ୧୦ ପ୍ରତିଶତ ଭୋଟ କାଟିଦେଲା ବୋଲି ସୁର ଆରୋପ ଲଗାଇଛନ୍ତି ।
ପ୍ରସାଦଙ୍କ ଇସ୍ତଫା ତାଙ୍କ ବିରୋଧୀ ଗୋଷ୍ଠୀରେ ଖୁସି ଖେଳାଇଦେଇଛି । କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ପ୍ରସାଦଙ୍କ ଇସ୍ତଫାକୁ ସ୍ୱାଗତ କରି ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ପ୍ରସାଦ ବହୁ ପୂର୍ବରୁ ଇସ୍ତଫା ଦେବାର ଥିଲା ବୋଲି ସେ କହିଛନ୍ତି । ଏଥିସହ ପିସିସି ନେତୃତ୍ୱ ପାଇଁ ନିରଂଜନ ପଟ୍ଟନାୟକଙ୍କ ସପକ୍ଷରେ ସେ ଓକିଲାତି କରିଛନ୍ତି । ଅନ୍ୟପକ୍ଷରେ ପ୍ରସାଦଙ୍କ ଇସ୍ତଫା ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ସିଧାସଳଖ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ ମଧ୍ୟ ବିଜେପୁର ପରାଜୟ ପାଇଁ ପ୍ରସାଦଙ୍କୁ ଦାୟୀ କରିନାହାନ୍ତି । ଓଲଟି ଏଆଇସିସି ଉପରକୁ ସେ ଅଙ୍ଗୁଳି ଉଠାଇଛନ୍ତି । ନିର୍ବାଚନ ଖର୍ଚ୍ଚ ପାଇଁ ଏଆଇସିସିର ଅର୍ଥ ସମୁଦ୍ରକୁ ଶଙ୍ଖେ ବୋଲି ସେ କହିଛନ୍ତି । ବିଜେଡ଼ି ପ୍ରାର୍ଥୀ ପାଇଁ ନୁହେଁ, ବରଂ ଟଙ୍କା ପାଇଁ ନିର୍ବାଚନ ଜିତିଛି ବୋଲି ଶ୍ରୀ ଜେନା ଆକ୍ଷେପ କରିଛନ୍ତି ।
ଶେଷ ଖବର ଅନୁଯାୟୀ ପ୍ରସାଦଙ୍କ ଇସ୍ତଫାପତ୍ର ଏଆଇସିସିରେ ପହଞ୍ଚିଥିଲେ ମଧ୍ୟ ତାହା ଉପରେ କାର୍ଯ୍ୟାନୁଷ୍ଠାନର ସୂଚନା ଦିଆଯାଇନାହିଁ । ରାହୁଲ ଗାନ୍ଧୀ ଇସ୍ତଫାପତ୍ର ଗ୍ରହଣ କରି ନୂଆ ନେତୃତ୍ୱ ଚୟନ କରିବେ ନା ପ୍ରସାଦଙ୍କୁ ଆଉ ଥରେ ସୁଯୋଗ ଦେବେ ତାହା ସ୍ପଷ୍ଟ ହୋଇନାହିଁ । ଆଜି ସଂଧ୍ୟା ସୁଦ୍ଧା ସ୍ପଷ୍ଟ ଚିତ୍ର ମିଳିଯିବ ବୋଲି ଦଳର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି ।
Previous Post

ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫା ଚର୍ଚ୍ଚା

Next Post

ବିଜେପୁରରେ ବିଜେପିକୁ ମାଷ୍ଟରଷ୍ଟ୍ରୋକ୍

Next Post
ବିଜେପୁରରେ ବିଜେପିକୁ ମାଷ୍ଟରଷ୍ଟ୍ରୋକ୍

ବିଜେପୁରରେ ବିଜେପିକୁ ମାଷ୍ଟରଷ୍ଟ୍ରୋକ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA