Wednesday, May 6, 2026 08:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପୁରରେ ବିଜେପିକୁ ମାଷ୍ଟରଷ୍ଟ୍ରୋକ୍

by Our Correspondent
01 Mar, 2018- 11:56 PM
in Latest News, Politics
1 min read
0
ବିଜେପୁରରେ ବିଜେପିକୁ ମାଷ୍ଟରଷ୍ଟ୍ରୋକ୍
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପରାଜୟକୁ ବିଲକୁଲ ବିଶ୍ୱାସ କରିପାରୁନି ବିଜେପି । ୪୧ ହଜାରରୁ ଅଧିକ ବ୍ୟବଧାନରେ ହାରିବା ନେତାମାନଙ୍କୁ ଭାରି କଷ୍ଟ ଦେଇଛି । ବିଜେପୁର ଫଳ ବାହାରିବା ପରଠୁ କୋଳାହଳମୟ ରାଜ୍ୟ ବିଜେପି ଅଫିସ ଖାଁ ଖାଁ ହୋଇଯାଇଛି । ଜଣେ ଦି ଜଣ ମୁଖପାତ୍ରଙ୍କୁ ଛାଡ଼ିଦେଲେ ଅନ୍ୟ କୁହାଳିଆ ମୁଣ୍ଡିମାନଙ୍କ ପାଟି ଚୁପ୍ ହୋଇଯାଇଛି । ମିସନ୍ ୧୨୦ର ଦମ୍ଭରେ ଯେମିତି ବଜ୍ରାଘାତ ହୋଇଛି । ଏପଟେ ବିଜେଡ଼ି ଶିବିରରେ ନାହିଁ ନ ଥିବା ଉତ୍ସୁକତା । ଫଳ ବାହାରିବା ପରଠୁ ନେତା ଓ କର୍ମୀମାନେ ଦଳ ଦଳ ହୋଇ ହୋଲି ଉତ୍ସବ ମନାଇ ଚାଲିଛନ୍ତି । ଆଜି ବିଜୟୀ ପ୍ରାର୍ଥୀ ରୀତା ସାହୁଙ୍କୁ ସାଥୀରେ ଧରି ସଦଳେବଳେ ମନ୍ତ୍ରୀ ସୁଶାନ୍ତ ସିଂ ଓ ସ୍ନେହାଙ୍ଗିନୀ ଛୁରିଆ ନବୀନ ନିବାସ ଯାଇଥିଲେ । ସେଠି କର୍ମୀଙ୍କ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଥିଲା । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁହଁରେ ବି ବେଶ୍ ସରସତା ଥିଲା । ଥଣ୍ଡା ଯୋଗୁଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ହୋଲି ପାଳିବେ ନାହିଁ ବୋଲି ଘୋଷଣା କରିଥିଲେ ମଧ୍ୟ ନେତା ଓ କର୍ମୀମାନେ ହୋଲି ମଉଜରେ ବିଜେପୁର ବିଜୟ ପାଳିବାକୁ ରେଡ୍ଡି ହୋଇଯାଇଛନ୍ତି ।
ବିଜେପୁରରେ ବିଜେପି ପ୍ରାର୍ଥୀ ମାତ୍ର ୬୦ ହଜାର ଭୋଟ ପାଇବା ଦଳୀୟ ନେତାଙ୍କୁ ଧକ୍କା ଲଗାଇଛି । ଦଳୀୟ ରଣନୀତି ଓ ନିର୍ବାଚନା ପରିଚାଳନାରେ ତ୍ରୁଟି ବିଚ୍ୟୁତି ଏଭଳି ଶୋଚନୀୟ ପରାଜୟର ମୁଖ୍ୟ କାରଣ ବୋଲି ଅନେକ ନେତା ସ୍ୱୀକାର କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱ ଓ ଗୋଟିଚାଳନାରେ ପରିପକ୍ୱତାର ଅଭାବ ବୋଲି କିଛି ବରିଷ୍ଠ ନେତା ମତ ଦେଇଥିବା ବେଳେ ଅଧିକାଂଶ ନେତା ନେତୃତ୍ୱର ଅହଂକାରକୁ ଦାୟୀ କରିଛନ୍ତି । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ୍ ଙ୍କ ଘର ଉପରେ ଆକ୍ରମଣ ଓ ଗୋବର ଫିଙ୍ଗା, ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ଼, ବରପାଲୀରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗା ଏବଂ ସୋଏଲାରେ ମର୍ଡର ଘଟଣା ବିଜେପି ପ୍ରତି ଲୋକଙ୍କ ଉପରେ ପ୍ରତିକୂଳ ମନୋଭାବ ପକାଇଛି ଏବଂ ବିଜେପି ହିଂସାରେ ବିଶ୍ୱାସ କରେ ବୋଲି ଲୋକଙ୍କ ମନରେ ଧାରଣା ପଶିଯାଇଛି । ବିଜେପୁର ପରାଜୟ ପଛରେ ଏହା ଏକ ପ୍ରମୁଖ କାରଣ ବୋଲି ଦଳର ଅନେକ ନେତାଙ୍କର ବିଶ୍ୱାସ ହୋଇଛି ।
ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ବିଚାରରେ ଉପନିର୍ବାଚନ ତାରିଖ ଘୋଷଣା ବିଳମ୍ବ ଘଟାଇବାରେ ବିଜେପିର ଚାପ କାମ କରିଥିଲା । ତେବେ ସେହି କୌଶଳ ଭୁଲ୍ ଥିଲା ବୋଲି ଏବେ ବୁଝାପଡ଼ୁଛି । କାରଣ ଅଧିକ ସମୟ ପାଇବାରୁ ଶାସକ ଦଳକୁ ଏହା ସୁହାଇଲା । ବିଜେପୁର ପାଇଁ ସରକାର ପ୍ୟାକେଜ୍ ପରେ ପ୍ୟାକେଜ୍ ଘୋଷଣା କରିଗଲେ । ତରବରିଆ ଭାବେ କାମ ବି ଆରମ୍ଭ କରିଦେଲେ । ନିର୍ବାଚନ ତାରିଖ ଘୋଷଣା ହେଲା ବେଳକୁ ଛୋଟବଡ଼ ଅନେକ କାମ ଅଧାରୁ ଅଧିକ ସରିଯାଇଥିଲା । ଏହି କାମ ହିଁ ବିଜେଡ଼ି ସପକ୍ଷ ଜନମତକୁ ଅଦୃଶ୍ୟରେ ମଜବୁତ କରିଦେଇଥିଲା । ମାତ୍ର ନିର୍ବାଚନା ପରିଚାଳନାରେ ଦୂରଦୃଷ୍ଟିର ଅଭାବ ଯୋଗୁଁ ବିଜେପି ନେତାମାନେ ଏହା ବୁଝିପାରିଲେନି । ନେଡ଼ିଗୁଡ଼ କହୁଣୀକୁ ବୋହିଯାଇଥିଲା ।
କୁହାଯାଉଛି, ନିର୍ବାଚନ କମିଶନଙ୍କୁ ନିଜ ସପକ୍ଷରେ ପ୍ରଭାବିତ କରିବାର କୌଣସି ସୁଯୋଗକୁ ବିଜେପି ହାତଛଡ଼ା କରିନାହିଁ । ବରଗଡ଼ ଜିଲ୍ଲାପାଳ ଓ ଏସପିଙ୍କୁ ବଦଳାଇବାରେ ସକ୍ଷମ ହୋଇପାରିଲା । ତେବେ ଏହା ବିଜେପି ପାଇଁ କୌଣସି ଫାଇଦା ଆଣିବା ପରିବର୍ତ୍ତେ ଅଧିକ କ୍ଷତି ଆଣିଲା । କାରଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ କମିଶନଙ୍କ ବଳ ରଖି ସମଗ୍ର ବରଗଡ଼ ଜିଲ୍ଲାରେ ପ୍ରଭାବ ବିସ୍ତାର କରିବାକୁ ଉଦ୍ୟମ କରିଥିଲେ । ଅଫିସର ଓ ପୁଲିସ ଅଧିକାରୀମାନଙ୍କୁ ନାଲି ଆଖି ଦେଖାଉଥିଲେ । ଧର୍ମେନ୍ଦ୍ର ଓ ତାଙ୍କ ବାହିନୀର ଧମକରୁ ଖୋଦ୍ ଜିଲ୍ଲାପାଳ ଓ ଏସପି ବି ବର୍ତ୍ତି ନ ଥିଲେ । ଅଫିସର ଓ ପୁଲିସ ଉପରେ ଏହାର ଯାହା ପ୍ରଭାବ ରହୁ ନ ରହୁ କିନ୍ତୁ ବିଜେପୁରବାସୀଙ୍କୁ ବିଜେପିର ଏହି ଆଚରଣ ଯେ ପସନ୍ଦ ହୋଇନି ତାହା ଫଳାଫଳରୁ ସ୍ପଷ୍ଟ ହୋଇଯାଇଛି ।
ସେହିଭଳି ବାସ୍ତବତା ଓ ନମ୍ରତା ଭୁଲି ବିଜେପି ପ୍ରଚାରରେ ଅଧିକ ମାତିଲା । ନୂଆ ମଟରସାଇକେଲ ଧରାଇ ଗାଁ ଗଣ୍ଡାରେ ପ୍ରଚାରକଙ୍କୁ ମାସ ମାସ ଧରି ବୁଲାଇଲା । ପଡ଼ୋଶୀ ଛତିଶଗଡ଼ରୁ ବଛା ବଛା ସଂଗଠକଙ୍କୁ ଆଣି ବିଜେପୁରରେ କ୍ୟାମ୍ପ୍ କଲା । ସୌଦାନ ସିଂ ଓ ରଂଜନ ପଟେଲଙ୍କ ଭଳି ବିଚକ୍ଷଣ ସଂଗଠକଙ୍କୁ ବସାଇ ଗୋଟି ଚାଳନା କଲା । କିଛି ମିଡ଼ିଆ ଓ ସୋସିଆଲ୍ ମିଡ଼ିଆଙ୍କୁ ହାତରେ ରଖି ବିଜେପୁର ଭୋଟ ଜିତିଯିବ ବୋଲି ସ୍ୱପ୍ନ ଦେଖିଲା । ସେଥିପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ କଲା । ମାତ୍ର ଏଥିରେ ଯେ ଭୋଟ ହୁଏନି ତାହା ଓଡ଼ିଶାର ବିଜେପି ନେତାମାନେ ବୁଝିଯାଇଛନ୍ତି ।
ବିଜେଡ଼ିର ସମରସଜ୍ଜାକୁ ମୁକାବିଲା କରିବାରେ ବିଜେପିର ବଳ ଥିଲେ ମଧ୍ୟ କୌଶଳର ଅଭାବ ଥିଲା । ବିଜେପୁରକୁ କବଜା କରିବା ପାଇଁ ୬ ମନ୍ତ୍ରୀ ଓ ୨୮ ବିଧାୟକ ଅଧିଆ ପଡ଼ିଲା ଭଳି ପଡ଼ିଥିଲେ । ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ଖାଲି ଶୁଣିଲେନି ବରଂ ତାହାର ତ୍ୱରିତ ସମାଧାନ କରିବାକୁ ପଦକ୍ଷେପ ନେଲେ । ବିଜେଡ଼ି ନେତା ଓ କର୍ମୀମାନେ ବିଜେପି ଭଳି ମିଡ଼ିଆ ପ୍ରଚାର ଓ ବାହାସ୍ଫୋଟରେ ନ ମାତି ଚୁପଚାପ କାମରେ ଲାଗିଥିଲେ । ବିଜେଡ଼ିର ଏହି କୌଶଳ ବିଜେପି ଆଦୌ ବୁଝିପାରିଲାନି । ଅଣଦେଖା ଅଭିଜ୍ଞ ନେତାମାନଙ୍କୁ ଛାଡ଼ିଦେଲେ ଯେଉଁ ହାତଗଣତି ନେତାମାନେ ମୁଖ୍ୟ ଦାୟିତ୍ୱ ବୁଝୁଥିଲେ ସେମାନଙ୍କର ନାଁ ଥିଲା ଦୂରଦୃଷ୍ଟି ନା ନିର୍ବାଚନ ପରିଚାଳନାର ଅଭିଜ୍ଞତା । ସର୍ବୋପରି ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିବା ବିଜେପି ପାଇଁ ମସ୍ତବଡ଼ ଘାଟା ହେଲା ବୋଲି କୁହାଯାଉଛି ।
Previous Post

ଶ୍ୱଶୁର ସ୍ପଷ୍ଟ କଲେ: ପ୍ରସାଦ କାଲିଠୁ ଇସ୍ତଫା ଦେଲେଣି

Next Post

ମିସନ୍ ଫେଲ୍; ବୈଜୟନ୍ତଙ୍କୁ ବଜ୍ର ଚଡ଼କ

Next Post
ମିସନ୍ ଫେଲ୍; ବୈଜୟନ୍ତଙ୍କୁ ବଜ୍ର ଚଡ଼କ

ମିସନ୍ ଫେଲ୍; ବୈଜୟନ୍ତଙ୍କୁ ବଜ୍ର ଚଡ଼କ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA