Wednesday, May 6, 2026 08:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମିସନ୍ ଫେଲ୍; ବୈଜୟନ୍ତଙ୍କୁ ବଜ୍ର ଚଡ଼କ

by Our Correspondent
03 Mar, 2018- 06:16 AM
in Latest News, Politics
1 min read
0
ମିସନ୍ ଫେଲ୍; ବୈଜୟନ୍ତଙ୍କୁ ବଜ୍ର ଚଡ଼କ
ଭୁବନେଶ୍ୱର: ବରପାଲୀର କୁମ୍ଭାରୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜୋତା ଫିଙ୍ଗାଯିବା ପଛର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ କୁଆଡ଼େ ବୈଜୟନ୍ତ ପଣ୍ଡା । ତାଙ୍କର ପୁରୁଣା ବିଶ୍ୱସ୍ତ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ଜରିଆରେ ଏହା କାର୍ଯ୍ୟକାରୀ କରାଇଥଲେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୁରାକ୍ ମିଳିଛି । କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ଜଣେ ଖାସ୍ ସମର୍ଥକ ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ଗସ୍ତର ପୂର୍ବଦିନ(୧୯ ତାରିଖରେ) ମୁଖ୍ୟମନ୍ତ୍ରୀଙ୍କ ଉପରେ ତାଙ୍କ ‘ବସ୍’ ଙ୍କ ପ୍ରତିଶୋଧପରାୟଣ କଥା ସହଯୋଗୀମାନଙ୍କ ଆଗରେ ଗପିଥିଲେ । ‘ବିଜେପୁର ପ୍ରଚାରରେ କ’ଣ ହେଉଛି ଅପେକ୍ଷା କର’ ବୋଲି ସେ ଦମ୍ଭ ଦେଖାଇବା ସହ ଦରକାର ପଡ଼ିଲେ ମୁଖ୍ୟମନ୍ତ୍ରୀ ସେଠାରୁ ଫେରି ନ ପାରନ୍ତି ବୋଲି ସତର୍କବାଣୀ କରିଥିଲେ । ତାଙ୍କ ପାଟିରୁ କଥା ଛଡ଼ାଇଲା ଭଳି ପରଦିନ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜୋତା ମାଡ଼ ହେଲା । ତେଣେ ଜୋତା ଫିଙ୍ଗିଥିବା କାର୍ତ୍ତିକ ମେହେର ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପ୍ରରୋଚନାରେ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ବି ହେଲା । ସୁତରାଂ ଏହି କାଣ୍ଡ ପଛରେ ବୈଜୟନ୍ତଙ୍କ ଭୂମିକାକୁ ନେଇ ବିଜେଡ଼ି ମହଲରେ ଏବେ ଜୋରଦାର ଚର୍ଚ୍ଚା ।
ଫେବୃଆରୀ ୧୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍ ଙ୍କ ଘର ଉପରକୁ ଆକ୍ରମଣ ଓ ଗୋବର ଫିଙ୍ଗା ଘଟଣା ପଛରେ ବୈଜୟନ୍ତଙ୍କ ଷଡ଼ଯନ୍ତ୍ର ଚର୍ଚ୍ଚା ବି ଆଗରୁ ହୋଇଥିଲା । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ କିଛି ବୈଜୟନ୍ତଙ୍କ ଖାସ୍ ସମର୍ଥକ ତାଙ୍କ ସମ୍ଭାବ୍ୟ ଭୂମିକାକୁ ଅଙ୍ଗୁଳି ଉଠାଇଥିଲା । ସେଦିନ ପାଣ୍ଡିଆନ୍ ଙ୍କ ଘର ଉପରକୁ ଆକ୍ରମଣ ପୂର୍ବରୁ ବୈଜୟନ୍ତଙ୍କ ଚାନେଲ୍ ଟିଭି ସାମ୍ବାଦିକ ସେଠି ଚକ୍କର କାଟିବା, ଘଟଣାବେଳେ କ୍ୟାମେରାରେ ସବୁ କଏଦ କରିବା, ଘଟଣା ପରେ ପରେ ବୈଜୟନ୍ତ ଟୁଇଟ୍ କରି ପାଣ୍ଡିଆନ୍ ଙ୍କୁ କେଞ୍ଚ ମାରିବା ଆଦି ଘଟଣାକୁ ବିଚାର କରି ବୈଜୟନ୍ତଙ୍କ ସନ୍ଦିଗ୍ଧ ଭୂମିକା ସମସ୍ତଙ୍କ ନଜରକୁ ଆସିଥିଲା । ଗୋଟିଏ ଗୁଳିରେ ଦୁଇଟି ଶିକାର ଭାବେ ପାଣ୍ଡିଆନ୍ ଙ୍କ ଉପରେ ନିଜର ରାଗ ସୁଝାଇବା ଏବଂ ଧର୍ମେନ୍ଦ୍ରଙ୍କ ମନକୁ ଖୁସି କରାଇବାକୁ ବୈଜୟନ୍ତ ଏହି ଚାଲ୍ ଖେଳିଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଥିଲା । ତାହା ଶତ ପ୍ରତିଶତ ସତ ବୋଲି ବିଜେଡ଼ି ମହଲରେ ବିଶ୍ୱାସ ହୋଇଛି ।
ବିଜେପୁର ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀଙ୍କୁ ପରାସ୍ତ କରିବା ପାଇଁ ବୈଜୟନ୍ତ ଖଳନାୟକ ଭାବେ ଉଭା ହୋଇଥିବା କୁହାଯାଇଥିଲା । ନିଜର ଟିଭି ଚାନେଲକୁ ସେ ଫୁଲ ଦମ୍ ରେ ବିଜେଡ଼ି ବିରୋଧରେ ଲଗାଇଥିଲେ । ବିଜେପି ସପକ୍ଷରେ ଓକିଲାତି କରି ବିଜେଡ଼ିକୁ ଗାଳି କରିବାକୁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ନାଗୁଆ କରିଦେଇଥିଲା । ଏହି ବ୍ୟକ୍ତିମାନେ କୌଣସି ଅଦୃଶ୍ୟ କାରଣରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅନ୍ଧ ସମର୍ଥକ ଭାବେ ଜଣାଶୁଣା । ବିଜେଡ଼ିକୁ ଏହା ଅସହ୍ୟ ହେବାରୁ ସିଧାସଳଖ ଓଟିଭି ବିରୋଧରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା । ମାତ୍ର ବିଜେଡ଼ିକୁ ଫାଶରେ ପକାଇବା ପାଇଁ ସବୁ ଷଡ଼ଯନ୍ତ୍ର ଓ ଉଦ୍ୟମ ଫସର ଫାଟିଗଲା । ବିଜେଡ଼ି ୨୦ ହଜାର ଭୋଟରେ ଜିତିବ ବୋଲି ଆକଳନ କରୁଥିଲେ ମଧ୍ୟ ତାହା ଡବଲରୁ ଅଧିକ ହୋଇଯାଇଛି । ବୈଜୟନ୍ତଙ୍କ ଟିଭିର ଉଦ୍ଦେଶ୍ୟମୂଳକ ଓ ପ୍ରାୟୋଜିତ ପ୍ରଚାରକୁ ଆଉ ଡରିବାର ନାହିଁ ବୋଲି ବିଜେଡ଼ିବାଲାଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ।
ଜଣେ ବରିଷ୍ଠ ସାମ୍ବାଦିକ କହିଛନ୍ତି, ଲୋକେ ସତ କ’ଣ ଜାଣନ୍ତି । ସେମାନଙ୍କ ଉପରେ କୌଣସି ମିଥ୍ୟା କି ଅତିରଂଜିତ ଖବର ଜବରଦସ୍ତ ଲଦିଲେ ତାହା ସବୁବେଳେ ବୁମେରାଂ ହୋଇଛି । ବିଜେପୁର ତାହାର ଆଉ ଏକ ପ୍ରମାଣ । ଯଦି ଟିଭିରେ ଜବରଦସ୍ତ ଖବର କରି ଲୋକଙ୍କୁ ପ୍ରଭାବିତ କରିହୁଅନ୍ତା ତେବେ ବୈଜୟନ୍ତ କେବେଠୁ ମୁଖ୍ୟମନ୍ତ୍ରୀ ହୋଇସାରନ୍ତେଣି । ସୌମ୍ୟରଂଜନ ପଟ୍ଟନାୟକଙ୍କ ଭଳି ମିଡ଼ିଆ ବାରନ୍ ଙ୍କୁ ଖଣ୍ଡପଡ଼ାରୁ ବିଧାନସଭା ଆସିବା ପାଇଁ ଦୁଇ ଦୁଇ ଥର ସିଦ୍ଧାର୍ଥ ସିଂ କି ଅନୁଭବ ପଟ୍ଟନାୟକଙ୍କ ଭଳି ନବାଗତଙ୍କଠାରୁ ପରାଜୟ ଭୋଗିବାକୁ ପଡିନଥାନ୍ତା। ଆଉ ଏବେ ରାଜ୍ୟସଭା ଯିବା ପାଇଁ ନବୀନ ପଟ୍ଟନାୟକଙ୍କ ପଛରେ ଗୋଡ଼ାଇ ତେଲ ମାରିବାକୁ ପଡ଼ନ୍ତାନି ।
ଗଣମାଧ୍ୟମର ବିଶ୍ୱସନୀୟତା ରଖିଲେ ଲୋକେ ଗ୍ରହଣ କରିବେ । ଜନମତକୁ ତାହା ନିଶ୍ଚିତ ପ୍ରଭାବିତ କରିବ । ମାତ୍ର ନିଜର ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ତାକୁ ଅବାଟରେ ନେଲେ ଲୋକେ ଗ୍ରହଣ କରିବେନି । ଓଲଟି ଭାଣ୍ଡିଆ ହେବାକୁ ପଡ଼ିବ । ବୈଜୟନ୍ତ ପଣ୍ଡା ନିଜ ମିଡ଼ିଆକୁ ଅସ୍ତ୍ର କରି ଯେତେ ପବନ ମାରିଲେ ବି ତାହା ଯେ ସଫଳ ହେବ ନାହିଁ ତାହା ତାଙ୍କୁ ବୁଝିବା ଦରକାର ବୋଲି ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଏଥିରୁ ଶିକ୍ଷାଲାଭ କରିବା ଦରକାର ବୋଲି ସେମାନେ ପରାମର୍ଶ ଦେଇଛନ୍ତି । ମିଡ଼ିଆକୁ ହାତରେ ରଖି ନିଜର ବୟାନବାଜି ଦେଖାଇଲେ ଭୋଟ ହେବ ନାହିଁ । ପ୍ରଚାର, ହିଂସା ଓ ଅହଂକାର ଛାଡ଼ି ନମ୍ରତାର ସହ ରାଜନୀତି ନ କଲେ ଲୋକେ ଭଲ ପାଇବେ ନାହିଁ । ବିଜେପୁରରୁ ଅନ୍ତତଃପକ୍ଷେ ଧର୍ମେନ୍ଦ୍ର ଓ ବୈଜୟନ୍ତ ଏହି ଶିକ୍ଷାଲାଭ କରିବା ଦରକାର ବୋଲି କିଛି ରାଜନୈତିକ ସମୀକ୍ଷକ ପରାମର୍ଶ ଦେଇଛନ୍ତି ।
Previous Post

ବିଜେପୁରରେ ବିଜେପିକୁ ମାଷ୍ଟରଷ୍ଟ୍ରୋକ୍

Next Post

ନବୀନଙ୍କ ସରପ୍ରାଇଜ୍: ପ୍ରଫୁଲ୍ଲଙ୍କୁ ପୂର୍ତ୍ତ, ନିରଞ୍ଜନଙ୍କୁ ଜଳସମ୍ପଦ

Next Post
ନବୀନଙ୍କ ସରପ୍ରାଇଜ୍: ପ୍ରଫୁଲ୍ଲଙ୍କୁ ପୂର୍ତ୍ତ, ନିରଞ୍ଜନଙ୍କୁ ଜଳସମ୍ପଦ

ନବୀନଙ୍କ ସରପ୍ରାଇଜ୍: ପ୍ରଫୁଲ୍ଲଙ୍କୁ ପୂର୍ତ୍ତ, ନିରଞ୍ଜନଙ୍କୁ ଜଳସମ୍ପଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA