Wednesday, May 6, 2026 08:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦାମଙ୍କ ନୂଆ ଦଳ, ନାଁ ହେଲା ‘ବିଜୁ ସମତାକ୍ରାନ୍ତି ଦଳ’

by Our Correspondent
23 Nov, 2018- 05:49 PM
in Latest News, Politics
1 min read
0
ଦାମଙ୍କ ନୂଆ ଦଳ, ନାଁ ହେଲା ‘ବିଜୁ ସମତାକ୍ରାନ୍ତି ଦଳ’

କୁଆଡ଼େ ଗଲେ ବୈଜୟନ୍ତ,ବିଜୟ,ପଞ୍ଚାନନ?

ପୂର୍ବତନ ଡିଜି ପ୍ରକାଶ ମିଶ୍ରଙ୍କ ନାଁ ନେଇ ଭାଣ୍ଡିଆ  

ଭୁବନେଶ୍ୱର: ବିଜେଡ଼ିରୁ ବହିଷ୍କୃତ ନେତା ଦାମୋଦର ରାଉତ ତାଙ୍କ ଅଭିଳାଷ ପୂରଣ କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡାକି ସେ ନୂଆ ଦଳ ଘୋଷଣା କରିଛନ୍ତି । ଦଳର ନାମ ରଖିଛନ୍ତି ‘ବିଜୁ ସମତାକ୍ରାନ୍ତି ଦଳ’ । ଏହାକୁ ସମ୍ପୂର୍ଣ୍ଣ ନୂଆ ଦଳ କହିହେବନି । ପୂର୍ବରୁ ବ୍ରଜ ତ୍ରିପାଠୀଙ୍କ ଦ୍ୱାରା ସମତାକ୍ରାନ୍ତି ଦଳ ଗଠନ ହୋଇଥିଲା । ବ୍ରଜଙ୍କ ସହ ବୁଝାମଣା କରି ଦାମ ସେହି ଦଳ ନାମ ପଛରେ ବିଜୁ ନାଁ କୁ ଯୋଡି ତାହାର ନବୀକରଣ କରିଛନ୍ତି । ଏବେ ଦାମ ଏହି ‘ବିଜୁ ସମତାକ୍ରାନ୍ତି’ ଦଳର ମଙ୍ଗ ଧରିବେ ଆଉ ତାଙ୍କ ପଛରେ ରହିବେ ବ୍ରଜ ତ୍ରିପାଠୀ । ସେମାନଙ୍କ ସାଙ୍ଗରେ ଯଞ୍ଚେଶ୍ୱର ବାବୁ ବି ଯୋଡି ହୋଇଛନ୍ତି । ଦାମଙ୍କ ଭଳି ବ୍ରଜ ଓ ଯଂଗେଶ୍ୱର ବି ବିଜେଡ଼ିର ପ୍ରତ୍ୟାଖ୍ୟାତ ନେତା ।
ସବୁଠାରୁ ବଡ଼କଥା ହେଉଛି, ଦାମ ରାଉତଙ୍କ ନୂଆ ଦଳରେ ସେ ଆଶା ରଖିଥିବା ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର, ପଞ୍ଚାନନ କାନୁନଗୋ, ରାମକୃଷ୍ଣ ପଟ୍ଟନାୟକ କି ଶରତ କରଙ୍କ ଭଳି ନେତାଙ୍କୁ ଦେଖିବାକୁ ମିଳିନି । ଦାମ ବିଜେଡ଼ିରୁ ବହିଷ୍କୃତ ହେବା ପରେ ନୂଆ ଦଳ ଗଠନ କରିବେ ବୋଲି ଘୋଷଣା କରିଥିଲେ । ନୂଆ ଦଳରେ ବୈଜୟନ୍ତ ପଣ୍ଡା ଯୋଗଦେବାକୁ ଆଗ୍ରହୀ । ଏ ନେଇ ତାଙ୍କ ସହ କଥା ହୋଇସାରିଥିବା ଦାମ ପୂର୍ବରୁ କହିଥିଲେ । ବିଜୟ ମହାପାତ୍ର ଯୋଗଦେଇପାରନ୍ତି ବୋଲି ମଧ୍ୟ କହିଥିଲେ । ଏମାନଙ୍କ ବ୍ୟତୀତ ବିଜେଡ଼ିରୁ ଧୋକ୍କା ଖାଇଥିବା ବହୁ ବିଜୁପ୍ରେମୀ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି ଓ ନୂଆ ଦଳ ଗଠନ ପାଇଁ ଆଗ୍ରହୀ ବୋଲି କହିଥିଲେ । ହେଲେ ଆଜି ବିଧିବଦ୍ଧ ଭାବେ ନୂଆ ଦଳ ଘୋଷଣା ହୋଇଥିଲେ ମଧ୍ୟ ସେଭଳି କୌଣସି ନେତାଙ୍କୁ ଦେଖିବାକୁ ମିଳିନି କି ଭବିଷ୍ୟତରେ ସେମାନଙ୍କ ଯୋଗଦାନ ନେଇ ଆଭାସ ମିଳିନି । ତେବେ ତାଙ୍କ ସହ ବହୁ ନେତା ଯୋଗାଯୋଗରେ ଅଛନ୍ତି ଏବଂ ନୂଆ ଦଳରେ ଆଗାମୀ ଦିନରେ ସାମିଲ ହେବେ ବୋଲି ଦାମବାବୁ କହିଛନ୍ତି ।
ମଜ୍ଜାର କଥା ପୂର୍ବତନ ଡିଜି ପ୍ରକାଶ ମିଶ୍ର ତାଙ୍କ ଦଳରେ ଯୋଗଦେଇପାରନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଦାମ କହିଥିଲେ । ତେବେ ଏ ନେଇ ପ୍ରକାଶ ମିଶ୍ରଙ୍କ ସହ ସାମ୍ବାଦିକମାନେ ଯୋଗାଯୋଗ କରିବାରୁ ସେ ମନା କରିଛନ୍ତି । ମୋ ସହ କେହି କଥା ହୋଇନାହାନ୍ତି କି ମୁଁ ରାଜନୀତିରେ ଯୋଗଦେବାକୁ ଆଗ୍ରହୀ ନୁହେଁ ବୋଲି ଶ୍ରୀ ମିଶ୍ର ରୋକଠୋକ କହିଛନ୍ତି । ଫଳରେ ଦାମ ଭାଣ୍ଡିଆ ହୋଇଯାଇଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଦାମ କହିଥିଲେ, ଏହି ନୂଆ ଦଳ ଗଠନ ପାଇଁ ସେ ସମସ୍ତଙ୍କ ସହ ପରାମର୍ଶ କରିଛନ୍ତି । ସମଭାବାପନ୍ନ ନେତାଙ୍କୁ ନେଇ ଏହି ନୂତନ ଆଞ୍ଚଳିକ ଦଳ ଗଠନ କରାଯାଇଛି । ବିଜୁବାବୁ ଯେଉଁଭଳି କ୍ରାନ୍ତି ଆଣିଥିଲେ ଏହି ଦଳ ମଧ୍ୟ ନୂଆ ଏକ କ୍ରାନ୍ତି ଆରମ୍ଭ କରିବ । ଲୋକଙ୍କ ସୁଖଦୁଃଖରେ ରହି ଦଳର କାୟା ବିସ୍ତାର କରାଯିବ ।
ସାମ୍ବାଦିକ ସମ୍ମିଳନୀରେ ବ୍ରଜ ତ୍ରିପାଠୀ ଓ ଯଂଗେଶ୍ୱର ବାବୁ ବି ଉପସ୍ଥିତ ଥିଲେ ।
Previous Post

ଚର୍ଚ୍ଚାର ଅନ୍ତ:୨୭ରେ ପଦ୍ମ ଧରିବେ ଅପରାଜିତା

Next Post

ମୁଖ୍ୟମନ୍ତ୍ରୀଙ୍କ ସହ ସେଲଫି ନେଲେ, ଲଂଚ୍ କଲେ ରେହେମାନ୍

Next Post
ମୁଖ୍ୟମନ୍ତ୍ରୀଙ୍କ ସହ ସେଲଫି ନେଲେ, ଲଂଚ୍ କଲେ ରେହେମାନ୍

ମୁଖ୍ୟମନ୍ତ୍ରୀଙ୍କ ସହ ସେଲଫି ନେଲେ, ଲଂଚ୍ କଲେ ରେହେମାନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA