ଭୁୁବନେଶ୍ୱର: ବଲିଉଡ୍ ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓସ୍କାର ବିଜେତା ଏ.ଆର.ରେହେମାନ୍ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିଶ୍ୱକପ୍ ହକିର ଉଦଘାଟନୀ ସମାରୋହରେ ସେ ସଙ୍ଗୀତ ପରିବେଷଣ କରିବେ । ଭୁବନେଶ୍ୱରରେ ପାଦ ଦେବା ପରେ ରେହେମାନ୍ ସର୍ବପ୍ରଥମେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ସାକ୍ଷାତ ଆଲୋଚନା ପରେ ନବୀନ ନିବାସ ବଗିଚାରେ ମୁଖ୍ୟମନ୍ତ୍ରୀଙ୍କ ସହ ବୁଲି ବୁଲି ସେଲଫି ନେଇଥିଲେ ରେହେମାନ୍ । ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ ରକ୍ଷା କରି ରେହେମାନ୍ ତାଙ୍କ ସାଙ୍ଗରେ ମଧ୍ୟାହ୍ନ ଭୋଜନ କରିଥିଲେ ।







