Wednesday, May 6, 2026 08:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅପରାଜିତାଙ୍କ ପାଇଁ ଚାଲେଂଜ୍ ‘ସଫଳତା’

by Our Correspondent
24 Nov, 2018- 05:20 PM
in Latest News, Politics
1 min read
0
ଅପରାଜିତାଙ୍କ ପାଇଁ ଚାଲେଂଜ୍ ‘ସଫଳତା’
ଭୁୁବନେଶ୍ୱର: ଆଇଏଏସ୍ ଚାକିରି ଛାଡ଼ି ରାଜନୀତି ମୋହରେ ପଡ଼ିଥିବା ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ମିଡ଼ିଆ ଓ ସୋସିଆଲ୍ ମିଡ଼ିଆରେ ଜୋରଦାର ଚର୍ଚ୍ଚା । କିଏ ତାଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କହିଲେଣି ତ ଆଉ କିଏ ତାଙ୍କୁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରୋଜେକ୍ଟ କଲେଣି । ସୁତରାଂ ଅପରାଜିତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ବିଭିନ୍ନ ଗଣମାଧ୍ୟମ ଉତ୍ସୁକ ହୋଇପଡ଼ିଛନ୍ତି । ତେବେ ପ୍ରଶାସକରୁ ରାଜନେତା ବନୁଥିବା ଅପରାଜିତା ସତରେ କ’ଣ ତାଙ୍କର ପୂର୍ବ ଦକ୍ଷତା ଓ ସଫଳତା ଦୋହରାଇପାରିବେ? ଲୋକଙ୍କ ସାଥୀରେ ରହି ସେମାନଙ୍କ ସୁଖଦୁଃଖରେ ନିଜକୁ ସାମିଲ କରିପାରିବେ? ରାଜନୀତିର ପେଂଚାପେଂଚି ଭିତରେ ନିଜକୁ ତିଷ୍ଠି ରଖିପାରିବେ? ଏଭଳି ଅନେକ ପ୍ରଶ୍ନ ଆଜି ସମସ୍ତଙ୍କ ମନରେ ଉଙ୍କି ମାରୁଛି ।
ପାଖାପାଖି ୨୪ ବର୍ଷ ଧରି ପ୍ରଶାସନର ଡୋରି ଧରିଥିଲେ ଅପରାଜିତା । ଆଇଏଏସ୍ ଆଦବକାଇଦାରେ ନିଜକୁ ଦେଖୁଥିଲେ । ଅଧିକାଂଶ ସମୟ ଏସି ରୁମ୍ ରେ ବସି କାଗଜକଲମରେ ଦୁନିଆ ଦେଖୁଥିଲେ । ଜଣେ ଆଇଏଏସ୍ ଅଫିସର ଭାବେ ସେ ନିଜର ଦକ୍ଷତା ପ୍ରତିପାଦିତ କରିପାରିଥାନ୍ତି । ହେଲେ ରାଜନୀତି କ୍ଷେତ୍ର ସମ୍ପୂର୍ଣ୍ଣ ଭିନ୍ନ । ଏକ ଦଳୀୟ ବ୍ୟବସ୍ଥା ଭିତରେ ଲୋକଙ୍କ ସାଥୀରେ ରହି ସେମାନଙ୍କୁ ନେତୃତ୍ୱ ଦେବାର ଦକ୍ଷତା ଏବଂ ସେଥିରେ ସଫଳତା ହାସଲ କରିବା ଏକ କଠିନ ବ୍ୟାପାର । ଏଠି କାଗଜକଲମରେ ନିର୍ଦ୍ଦେଶ ଚାଲେ ନାହିଁ । ବରଂ ଲୋକଙ୍କ ନିର୍ଦ୍ଦେଶରେ କାମ କରିବାକୁ ପଡ଼େ । ଲୋକଙ୍କ ସାମୁହିକ ସ୍ୱାର୍ଥ ପାଇଁ ଦିନରାତି ପଡ଼ିରହି ନିଜକୁ ଯୁଝିବାକୁ ପଡ଼େ । ଏଠି ଗର୍ବ କାମ କରେନି କି ଅହଂକାର, ପ୍ରତିପତ୍ତି ଚାଲେନି । ବାହାବାଠାରୁ ଗାଳି, ସମାଲୋଚନା ଅଧିକ ଶୁଣିବାକୁ ମିଳେ ।
ଅପରାଜିତା ଯେ ଏସବୁ ଦିଗର ତର୍ଜମା କରି ନ ଥିବେ ସେୟା ନୁହେଁ । ତେବେ ବାସ୍ତବତାକୁ ଅଙ୍ଗେ ନିଭାଇନାହାନ୍ତି । ଲୋକ ପ୍ରଶ୍ନ କରୁଛନ୍ତି, କ’ଣ ପାଇଁ ଅପରାଜିତା ଆଇଏଏସ୍ ଭଳି ଏତେବଡ଼ ଲୋଭନୀୟ ଚାକିରି ଛାଡ଼ିଦେଲେ? ଯଦି ରାଜନୀତିକୁ ଆସି ଲୋକଙ୍କ ସେବା କରିବାରେ ମନ ତେବେ ଆଇଏଏସ୍ ଚାକିରିରେ ତାହା କରିବାରେ ସୁଯୋଗ ନ ଥିଲା କି? ରାଜନୀତିକୁ ଆସି ଅଧିକ ବା ସେ କ’ଣ କରିପାରିବେ? ଯଦି କ୍ଷମତା ରାଜନୀତିରେ ତାଙ୍କର ବିଶ୍ୱାସ ତେବେ ଯେଉଁ ବିଜେପିକୁ ସେ ଯାଉଛନ୍ତି ସେହି ଦଳ ଏଥର ଓଡ଼ିଶାରେ କ୍ଷମତା ଦଖଲ କରିପାରିବ ତ? ଯଦି ଦୁର୍ନୀତି ବିରୋଧରେ ସଂଗ୍ରାମ କରିବାକୁ ତାଙ୍କର ଇଚ୍ଛା ତେବେ ବିଜେପି ଏକ ଦୁର୍ନୀତିମୁକ୍ତ ଦଳ କି?
ବଡ଼କଥା ହେଉଛି, ରାଜ୍ୟ ବିଜେପିରେ ତାଙ୍କର ଗ୍ରହଣୀୟତା । ରାଜନୀତି କ୍ଷେତ୍ରକୁ ଆସୁଥିବା ଅପରାଜିତା ଓଡ଼ିଶାରେ ତାଙ୍କର କ୍ୟାରିୟର୍ ଆରମ୍ଭ କରିବେ । ଏଠି ତାଙ୍କ ପାଇଁ ଅନେକ ଚାଲେଂଜ ରହିଛି । ପ୍ରଥମତଃ ବିଜେପି ସଂଗଠନରେ ତାଙ୍କର ସ୍ଥିତି । ନରେନ୍ଦ୍ର ମୋଦି ଏବଂ ଅମିତ୍ ଶାହାଙ୍କ ଦ୍ୱାରା ସେ ପ୍ରେରିତ ହେଉଥିବା କୁହାଯାଉଥିଲେ ବି ଏଠି ତାଙ୍କୁ ସଂଗଠନର ସମର୍ଥନ ଓ ସହଯୋଗ ଲୋଡା । ଅବିକା ସ୍ଥିତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ରାଜ୍ୟ ବିଜେପି ପରିଚାଳିତ । ପ୍ରତିପକ୍ଷଙ୍କ ବିରୋଧରେ ଲଢ଼େଇର ନେତୃତ୍ୱ ଧର୍ମେନ୍ଦ୍ର ହିଁ ନେଉଛନ୍ତି । ତାଙ୍କର ଗ୍ରହଣୀୟତା ସେଭଳି ନ ଥିଲେ ବି ବିଜେପିର ସେ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଧରିନିଆଯାଇଛି । ଏବେ ଅପରାଜିତା ବିଜେପିକୁ ଆସି ରାତାରାତି ମୁଖ୍ୟମନ୍ତ୍ରୀ ଚେହେରା(ଚର୍ଚ୍ଚା ଅନୁଯାୟୀ) ପାଲଟିଲେ ଧର୍ମେନ୍ଦ୍ର ଓ ତାଙ୍କର ଗୋଷ୍ଠୀ ତାଙ୍କୁ ବରଦାସ୍ତ କରିବେ ତ? ଧରନ୍ତୁ ସେଭଳି କିଛି ନ ହେଲା ତେବେ ଅପରାଜିତାଙ୍କ ଭଳି ଜଣେ ଉଚ୍ଚ ଓ ଦୃଢ଼ମନା ମହିଳା କ’ଣ ସାଧାରଣ ନେତା କି କର୍ମୀର ପରିଚୟରେ ଆଗକୁ ବଢ଼ିବେ? ଅପରାଜିତାଙ୍କ ମିଜାଜ୍ କୁ ଅତି ନିକଟରୁ ଜାଣିଥିବା ଲୋକ ଏହାକୁ ଆଦୌ ଗ୍ରହଣ କରିବେନି ।
ଅପରାଜିତା ଯେଉଁ ରୂପରେ ଆସନ୍ତୁ ନା କାହିଁକି, ରାଜନୀତିର ଧରାବନ୍ଧା ନିୟମ ବାହାରେ ନୁହଁନ୍ତି । ଦଳ ଭିତରେ ତାଙ୍କୁ ସମର୍ଥନ ମିଳିବ, ବିରୋଧ ବି ଆସିବ । ସିଢ଼ି ଚେଇଇବା ପାଇଁ ଲୋକ ଆସିବେ, ସିଢ଼ିରୁ ଖସେଇବା ପାଇଁ ଲୋକ ବି ରହିବେ । ବେକରେ ଫୁଲମାଳ ପଡ଼ିବ, ପଛରୁ ଛୁରୀମାଡ଼ ବି ହେବ । କଥାହେଉଛି, ସ୍ୱାଭିମାନୀ ଓ ରୋକଠୋକ୍ ଅପରାଜିତା ନିଜକୁ ଏଥିରେ କେତେ ପର୍ଯ୍ୟନ୍ତ ନେଇପାରିବେ? ଖାଲି ନିଜକୁ ନେବେନି ତାଙ୍କୁ ସଫଳତା ପାଇବାକୁ ପଡ଼ିବ । କାରଣ ଆଇଏଏସ୍ ଚାକିରିର ଭରଣା କରିବାକୁ ହେଲେ ରାଜନୀତିରେ ସଫଳତା ତାଙ୍କ ପାଇଁ ନିହାତି ଆବଶ୍ୟକ । ତାହାପୁଣି ନଗଦ । ରାଜନୀତିରେ ବିନା ସଫଳତାରେ ସେ ନିଜର ଅଭିଳାଷ ପୂରଣ କରିପାରିବେ ନାହିଁ । ନହେଲେ ତାଙ୍କୁ ହୁଏତ ପସ୍ତେଇବାକୁ ପଡ଼ିବ ।
Previous Post

ମୁଖ୍ୟମନ୍ତ୍ରୀଙ୍କ ସହ ସେଲଫି ନେଲେ, ଲଂଚ୍ କଲେ ରେହେମାନ୍

Next Post

କାଶୀପୁରରେ ଖାରବେଳଙ୍କୁ ଆକ୍ରମଣ

Next Post
କାଶୀପୁରରେ ଖାରବେଳଙ୍କୁ ଆକ୍ରମଣ

କାଶୀପୁରରେ ଖାରବେଳଙ୍କୁ ଆକ୍ରମଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA