Wednesday, May 6, 2026 08:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କାଶୀପୁରରେ ଖାରବେଳଙ୍କୁ ଆକ୍ରମଣ

by Our Correspondent
24 Nov, 2018- 11:23 PM
in Latest News, News
1 min read
0
କାଶୀପୁରରେ ଖାରବେଳଙ୍କୁ ଆକ୍ରମଣ
ଭୁୁବନେଶ୍ୱର: ପୂର୍ବତନ ସାଂସଦ ତଥା ଉତ୍କଳ ଭାରତର ସଭାପତି ଖାରବେଳ ସ୍ୱାଇଁଙ୍କ ଉପରେ ଆଜି ରାୟଗଡ଼ା ଜିଲ୍ଲା କାଶୀପୁରରେ ଆକ୍ରମଣ ହୋଇଛି । ଦୁଇଦିନିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ଯାଇଥିବା ଖାରବେଳ ଅପରାହ୍ନରେ କାଶୀପୁରଠାରେ ଏକ ପଥପ୍ରାନ୍ତ ସଭା କରୁଥିବା ବେଳେ ଜଣେ ଉଦଭ୍ରାନ୍ତ ଯୁବକ ତାଙ୍କୁ ଅମାନୁଷିକ ଆକ୍ରମଣ କରିଥିଲା । ଦୁର୍ବୃତ୍ତର ମାଡ଼ରେ ଖାରବେଳଙ୍କ ମୁହଁରୁ ଚଷମା ଖସିପଡ଼ିଥିଲା । ଖାରବେଳଙ୍କ ଶରୀରରେ କୌଣସି ଆଘାତ ହୋଇ ନ ଥିଲେ ମଧ୍ୟ ତାଙ୍କର ସହଯୋଗୀ ତଥା ଉତ୍କଳ ଭାରତର ରାଜ୍ୟ ବିଦ୍ୟାର୍ଥୀ ସଭାପତି ପ୍ରତ୍ୟୁଷ ନାୟକ ଆକ୍ରମଣକାରୀଠାରୁ ବର୍ତ୍ତି ନାହାନ୍ତି । ତାଙ୍କ ଦେହରେ ଗଭୀର ଆଘାତ ଲାଗିଛି । ଘଟଣାଟି ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଆକ୍ରମଣକାରୀ ବିଜେଡ଼ିର ଜଣେ ସମର୍ଥକ ବୋଲି ଖାରବେଳ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ପୁଲିସ ସଂପୃକ୍ତ ଆକ୍ରମଣକାରୀକୁ ଗିରଫ କରିଛି । ତାହାର ରାଜନୈତିକ ସଂପୃକ୍ତି ନେଇ ତଦନ୍ତ ଚାଲିଛି ବୋଲି ଏସପି କହିଛନ୍ତି ।
ଖାରବେଳ ଆଜି କାଶୀପୁରରେ ସଭା କରୁଥିଲେ । ରାଜ୍ୟରେ ବିଜେଡ଼ି ସରକାରକୁ ଭ୍ରଷ୍ଟାଚାର ଓ ଦୁର୍ନୀତିଗ୍ରସ୍ତ କହି ତାଙ୍କର ଭାଷଣ ଦେଉଥିଲେ । ଏହି ସମୟରେ ପଛପଟୁ ୩/୪ ଜଣ ଯୁବକ ପାଟିତୁଣ୍ଡ ଆରମ୍ଭ କରିଥିଲେ । ଆମେ ବିଜେଡ଼ି, ବିଜେପି, କଂଗ୍ରେସ ଦଳକୁ ଜାଣୁ । ତମେ କିଏ, କ’ଣ ଏଠି ଘୋଷଣା କରିବାକୁ ଆସିଛ ବୋଲି ପଚାରିଥିଲେ । ଉତ୍କଳ ଭାରତ ଦଳ କ’ଣ ଆମେ ଜାଣୁନା । ଏଠୁ ପଳା ବୋଲି ଅଶ୍ଲୀଳ ଭାଷାରେ ଧମକେଇଥିଲେ ସେମାନେ । ସେମାନଙ୍କ ପାଟିତୁଣ୍ଡ ଦେଖି ଖାରବେଳ ତାଙ୍କ ଭାଷଣ ବନ୍ଦ କରିଦେଇଥିଲେ ଏବଂ ପୁଲିସକୁ ଖବର ପଠାଇଥିଲେ । ତେବେ ସେ ଚେୟାରରେ ଯାଇ ବସିଥିବା ବେଳେ ଜଣେ ଯୁବକ ତାଙ୍କୁ ଯାଇ ନାଲି ଆଖି ଦେଖାଇଥିଲା । କ’ଣ ପାଇଁ ଏଠାକୁ ଆସିଲ ବୋଲି ଜବାବ ମାଗିଥିଲା । ତମେ କିଏ, ମୁଁ କ’ଣ ପାଇଁ ଆସିଲି ତମକୁ କହିପାରିବି ନାହିଁ ବୋଲି ଖାରବେଳ କହିବା ପରେ ଯୁବକଟି ଉତକ୍ଷିପ୍ତ ହୋଇପଡ଼ିଥିଲା । ଟେବୁଲ ଉପରେ ଥୁଆ ହୋଇଥିବା ଏକ ବହିକୁ ଆଣି ଖାରବେଳଙ୍କ ମୁହଁକୁ ଜୋରରେ ଥାପଡ଼ ମାରିଥିଲା । ଏଥିରେ ଖାରବେଳଙ୍କ ମୁହଁରୁ ଚଷମା ଖସିପଡ଼ିଥିଲା । ତାକୁ ଅନ୍ୟମାନେ କାବୁ କରିବାକୁ ଚେଷ୍ଟା କରୁଥିବା ବେଳେ ସେ ଉକ୍ରଳ ଭାରତର କର୍ମକର୍ତ୍ତା ପ୍ରତ୍ୟୁଷ ନାୟକଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣରେ ତାଙ୍କ ଦେହରେ ଗୁରୁତର ଆଘାତ ଲାଗିଛି ।
ଆକ୍ରମଣକାରୀମାନେ ବିଜେଡ଼ିର ସମର୍ଥକ ବୋଲି ଖାରବେଳ ଅଭିଯୋଗ କରିଛନ୍ତି । ବିଜେଡ଼ି ବିରୋଧରେ ପଦୁଟିଏ କହିପାରିବ ନାହିଁ ବୋଲି ସେମାନେ ଧମକାଇଥିବାରୁ ସେମାନେ ବିଜେଡ଼ି ସମର୍ଥକ ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି । ସଭା ପୂର୍ବରୁ କାଶୀପୁର ଥାନାରେ ସୂଚନା ଦିଆଯାଇଥିଲେ ମଧ୍ୟ ଜଣେ ବି ସେଠାରେ ପୁଲିସ ଉପସ୍ଥିତ ନ ଥିଲେ । ଏପରିକି ଘଟଣା ପରେ ପୁଲିସକୁ ଖବର ଦିଆଯାଇଥିଲେ ମଧ୍ୟ କେହି ଆସି ନ ଥିଲେ ବୋଲି ସେ କହିଛନ୍ତି ।
କାଶୀପୁରରେ ଖାରବେଳ ଓ ତାଙ୍କ ସହଯୋଗୀଙ୍କ ଉପରେ ଏହି ଅମାନୁଷିକ ଆକ୍ରମଣକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି । କଂଗ୍ରେସ ଓ ବିଜେପି ଘଟଣାର ତୀବ୍ର ନିନ୍ଦା କରି ବିଜେଡ଼ି ସରକାର ରାଜ୍ୟରେ ହିଂସା ଓ ଅରାଜକତା ସୃଷ୍ଟି କରିଥିବା ସମାଲୋଚନା କରିଛନ୍ତି । ଅନ୍ୟପକ୍ଷରେ ଘଟଣାରେ ବିଜେଡ଼ିର କୌଣସି କର୍ମୀ ସଂପୃକ୍ତ ନାହାନ୍ତି ବୋଲି ରାୟଗଡ଼ା ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ତଥା ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ସଫେଇ ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତମାସରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳିଠାରେ ଖାରବେଳ ଏକ ପଥପ୍ରାନ୍ତ ସଭା କରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଆକ୍ରମଣକାରୀମାନେ ବିଜେଡ଼ିର ବୋଲି ସେ ଅଭିଯୋଗ କରିଥିଲେ ।
Previous Post

ଅପରାଜିତାଙ୍କ ପାଇଁ ଚାଲେଂଜ୍ ‘ସଫଳତା’

Next Post

ଖାରବେଳଙ୍କୁ ଆକ୍ରମଣ ପଛରେ ଭୟଙ୍କର ଷଡ଼ଯନ୍ତ୍ର !

Next Post
ଖାରବେଳଙ୍କୁ ଆକ୍ରମଣ ପଛରେ ଭୟଙ୍କର ଷଡ଼ଯନ୍ତ୍ର !

ଖାରବେଳଙ୍କୁ ଆକ୍ରମଣ ପଛରେ ଭୟଙ୍କର ଷଡ଼ଯନ୍ତ୍ର !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA