Wednesday, May 6, 2026 08:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଖାରବେଳଙ୍କୁ ଆକ୍ରମଣ ପଛରେ ଭୟଙ୍କର ଷଡ଼ଯନ୍ତ୍ର !

by Our Correspondent
25 Nov, 2018- 01:10 PM
in Latest News, Politics
1 min read
2
ଖାରବେଳଙ୍କୁ ଆକ୍ରମଣ ପଛରେ ଭୟଙ୍କର ଷଡ଼ଯନ୍ତ୍ର !

ଭୁବନେଶ୍ୱର: ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ବାରମ୍ବାର ଆକ୍ରମଣ ପଛରେ ଏକ ଭୟଙ୍କର ଷଡ଼ଯନ୍ତ୍ରର ସୂଚନା ମିଳିଛି । ନବୀନ ପଟ୍ଟନାୟକଙ୍କୁ ବଦନାମ କରିବା ପାଇଁ ଏହି ଷଡ଼ଯନ୍ତ୍ରର ଜାଲ୍ ବିଛାଯାଇଛି । ବାଛି ବାଛି ଖାରବେଳ ସ୍ୱାଇଁଙ୍କୁ ତାଙ୍କ ଅଜାଣତରେ ମୋହରା ବନାଯାଇଛି । ବିଭିନ୍ନ ଜାଗାରେ ଖାରବେଳଙ୍କୁ ମାଡ଼ ମରାଯିବ ଏବଂ ବିଜେଡ଼ି ଉପରକୁ ଦୋଷ ଠେଲି ସରକାରକୁ ବଦନାମ କରାଯିବ । ଟଙ୍କା କେଇଟା ଖର୍ଚ୍ଚରେ ବିରାଟ ରାଜନୈତିକ ସଫଳତା ପାଇବାକୁ ଷଡ଼ଯନ୍ତ୍ରକାରୀ ମନେ ମନେ ଭାବିନେଇଛନ୍ତି । କାଶୀପୁର ଆକ୍ରମଣ ଘଟଣା ପରେ ପାରିପାଶ୍ୱିର୍କ ସ୍ଥିତିରୁ ଏହି ଷଡ଼ଯନ୍ତ୍ରର ସୁରାକ୍ ମିଳିସାରିସାରିଥିବା ଜନୈକ ପୁଲିସ ଅଧିକାରୀ କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଘଟଣାର କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶ ଦେଇଥିବାରୁ ଏ ସମ୍ପର୍କରେ ଅଧିକ କହିବାକୁ ସେ ମନା କରିଛନ୍ତି ।

ବୁଦ୍ଧୀଜୀବୀ ମହଲରେ ବି ଏହାକୁ ନେଇ ରୋଚକ ଚର୍ଚ୍ଚା ଆରମ୍ଭ ହୋଇଛି । ଖାରବେଳ ସ୍ୱାଇଁଙ୍କୁ ଆଗରୁ କେହି ଆକ୍ରମଣ କରୁ ନ ଥିଲେ । ହଠାତ୍ ଏବେ କିନ୍ତୁ ବାରମ୍ବାର ଆକ୍ରମଣ ହେଉଛି । ବିଶେଷକରି ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ୍ ଆୟାର ମିତ୍ରଙ୍କ ସପକ୍ଷରେ ଖାରବେଳ କହିବା ପରଠୁ ତାଙ୍କ ଉପରେ ଆକ୍ରମଣ ହୋଇଆସୁଛି । ଅକ୍ଟୋବର ୨୪ ତାରିଖରେ କେନ୍ଦ୍ରାପଡ଼ାର ଆଳିରେ, ନଭେମ୍ବର ୧ରେ ବାଲେଶ୍ୱରର ଖଇରାରେ ଓ ନଭେମ୍ବର ୨୪ରେ ରାୟଗଡ଼ାର କାଶୀପୁରରେ ଆକ୍ରମଣ ହୋଇଛି । ସବୁ ଆକ୍ରମଣର ତରିକା ବି ପ୍ରାୟ ଏକା । ଖାରବେଳ ପଥପ୍ରାନ୍ତ ସଭା କରିବେ । ନବୀନ ସରକାରକୁ ଗାଳିଦେବେ । ଦୁଇ ତିନି ଜଣ ଯୁବକ ତାଙ୍କୁ ବିରୋଧ କରି ହଲାପଟା କରିବେ । ତାପରେ ଘଟଣାକୁ ଟିଭି ଚାନେଲ୍ ଓ ସୋସିଆଲ୍ ମିଡ଼ିଆରେ ଘନ ଘନ ପ୍ରଚାର କରି ନବୀନ ସରକାରକୁ ଲଙ୍ଗଳା କରିବେ । ଟୁଇଟ୍ ପରେ ଟୁଇଟ୍ ବର୍ଷା ମାଡ଼ ହେବ ।
ରାଜନୀତିରେ ରୁଚି ରଖୁଥିବା ସାଧାରଣ ଲୋକଟିଏ ଆଖିବୁଜି କହିଦେବ ଯେ ବିଜେଡ଼ି ବା କୌଣସି ନିର୍ଦ୍ଦିଷ୍ଟ ଦଳ ଉପରେ ଲଗାଯାଉଥିବା ଆରୋପ ସମ୍ପୂର୍ଣ୍ଣ ମିଛ । ବିଜେଡ଼ିବାଲା ବାଛି ବାଛି ଖାରବେଳଙ୍କୁ କାହିଁକି ଆକ୍ରମଣ କରିବେ? ଖାରବେଳ ସେଭଳି ଶକ୍ତିଶାଳୀ ନେତା ନୁହଁନ୍ତି ଯିଏ ନିଜ ଭାଷଣରେ ଲୋକଙ୍କୁ ପ୍ରଭାବିତ କରି ବିଜେଡ଼ିକୁ ଦୋହଲାଇଦେବେ । ଯେଉଁ ଦଳ ଗଢ଼ିଛନ୍ତି ତାହାର ସେଭଳି ଅସ୍ତିତ୍ୱ ନାହିଁ । ତେଣୁ ବିଜେଡ଼ି ତାଙ୍କୁ ନେଇ ଭୟଭୀତ ହେବାର କାରଣ ହିଁ ନାହିଁ । ଅନ୍ୟପକ୍ଷରେ ଖାରବେଳଙ୍କୁ ଆକ୍ରମଣ କଲେ ବିଜେଡ଼ିର ଲାଭ ପରିବର୍ତ୍ତେ କ୍ଷତି ହେବାଟା ସୁନିଶ୍ଚିତ । କାରଣ ଖାରବେଳଙ୍କ ଭଳି ଜଣେ ପ୍ରଭାବହୀନ ନେତାଙ୍କ ଦେହରେ ହାତମାରି ବିଜେଡ଼ି ନିଜ ସରକାରକୁ ବଦନାମ କରିବାକୁ କେବେ କଳ୍ପନା କରିବ କି? ଖାଲି ବିଜେଡ଼ି କାହିଁକି, ରାଜନୀତିରେ ପରିପକ୍ୱତା ଥିବା କୌଣସି ଦଳ ଏଭଳି କରିବାକୁ ସାହସ କରିବେନି । ନିଜ ଗୋଡ଼ରେ କୁରାଢ଼ୀ ମାରିବାକୁ କେହି ଚାହିଁବେନି ।
ସୁତରାଂ ଏଭଳି ଘଟଣା(ପ୍ରାୟୋଜିତ) ପଛରେ ସୁଚିନ୍ତିତ ଷଡ଼ଯନ୍ତ୍ରର ଯାହା ସୂଚନା ମିଳୁଛି ସେଥିରେ ଶତ ପ୍ରତିଶତ ସତ୍ୟତା ଥିବା ସାଧାରଣରେ ବିଶ୍ୱାସ ହେଉଛି । ରାଜନୀତିରେ ଲୋକଙ୍କ ହୃଦୟ ଜିତି ନେତା ହେବା କଷ୍ଟ । ହେଲେ ଲୋକଙ୍କ ହୃଦୟ ଜିତି ନେତା ହୋଇଥିବା ଶତ୍ରୁକୁ ବଦନାମ କରିବା ସହଜ କଥା । ଖାରବେଳଙ୍କୁ ମୋହରା କରିଥିବା ଆକ୍ରମଣକାରୀ ଏହି ସୂତ୍ରକୁ ଆପଣେଇଛନ୍ତି ଏବଂ ନବୀନ ପଟ୍ଟନାୟକଙ୍କୁ ବଦନାମ କରିବାର ସହଜ ରାସ୍ତା ପାଇଯାଇଛନ୍ତି । ଏହି ଷଡ଼ଯନ୍ତ୍ରକାରୀ କିଏ ତାହା ଲୋକ ବୁଝିଗଲେଣି । ତେବେ ସମସ୍ତଙ୍କ ଅପେକ୍ଷା ତଦନ୍ତ ରିପୋର୍ଟକୁ ।
Previous Post

କାଶୀପୁରରେ ଖାରବେଳଙ୍କୁ ଆକ୍ରମଣ

Next Post

ବିଜେପି ଗୁମର ଖୋଲିଲେ ଦିଲ୍ଲୀପ ରାୟ; ବିଧାୟକ ପଦ ଛାଡ଼ିବେ

Next Post
ବିଜେପି ଗୁମର ଖୋଲିଲେ ଦିଲ୍ଲୀପ ରାୟ; ବିଧାୟକ ପଦ ଛାଡ଼ିବେ

ବିଜେପି ଗୁମର ଖୋଲିଲେ ଦିଲ୍ଲୀପ ରାୟ; ବିଧାୟକ ପଦ ଛାଡ଼ିବେ

Comments 2

  1. Sudhansu sekhar mohapatra says:
    7 years ago

    ବେକାର କଥା ଗୁଡାକ ଲେଖି କାହିଁକି ନବୀନ ପଟ୍ଟନାୟକ ଙ୍କୁ ଘୋଡାଉଛନ୍ତି, ଏଇଟା 2018 ମସିହା ସାରିବା ଉପରେ ତଥାପି ଆପଣମାନେ ଲୋକମାନଙ୍କୁ ବୋକା ଭାବୁଛନ୍ତି

    Reply
  2. Sandeep Sahu says:
    7 years ago

    ଏ ରିପୋର୍ଟ ପଢ଼ିବା ମୁଁ ନିସନ୍ଦେହ ଯେ “ନିଦ ଡେ ଓଡ଼ିଶା” “ନିରପେକ୍ଷ” ସମ୍ବାଦ ପରିବେଷଣ କରୁଥିବା ଏକମାତ୍ର “ନିରପେକ୍ଷ” ସଂସ୍ଥା !

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA