Wednesday, May 6, 2026 08:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବାଲକ୍ରିଷ୍ଣନ୍ ଙ୍କୁ ନୂଆ ନିଯୁକ୍ତି; ପାରିଶ୍ରମିକ ନେବାକୁ ମନାକଲେ

by Our Correspondent
27 Dec, 2018- 09:13 PM
in Latest News, News
1 min read
1
ବାଲକ୍ରିଷ୍ଣନ୍ ଙ୍କୁ ନୂଆ ନିଯୁକ୍ତି; ପାରିଶ୍ରମିକ ନେବାକୁ ମନାକଲେ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ପଦବୀରେ ଥାଇ ନିକଟରେ ଚାକିରିରୁ ଅବସର ଗ୍ରହଣ କରିଥିବା ଆର.ବାଲକ୍ରିଷ୍ଣନ୍ ଙ୍କ ଦକ୍ଷତା ଓ ଓଡିଶାର ସଂସ୍କୃତି ଉପରେ ପ୍ରଗାଢ଼ ଜ୍ଞାନ, ଗବେଷଣାକୁ ହରାଇବାକୁ ଚାହିଁନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କର ସାମର୍ଥକୁ ରାଜ୍ୟର ହିତ ପାଇଁ ନିୟୋଜିତ କରିଛନ୍ତି । ଶ୍ରୀ ବାଲକ୍ରିଷ୍ଣନ୍ ଙ୍କୁ ମୁଖ୍ୟ ଉପଦେଷ୍ଟା(ସ୍ପେଶାଲ ଇନିସିଏଟିଭସ୍) ଭାବେ ଆଜି ନିଯୁକ୍ତି ଦିଆଯାଇଛି । ଏହି ପଦବୀରେ ତାଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟ ମାନ୍ୟତା ମିଳିବ । ସିଧାସଳଖ ସେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କରିବେ ।
ମୋଟ ୫ ଟି କ୍ଷେତ୍ର ପାଇଁ ବାଲକ୍ରିଷ୍ଣନ୍ ବର୍ତ୍ତମାନ କାର୍ଯ୍ୟ କରିବେ । ସେଗୁଡ଼ିକ ହେଲା- ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ଆଦିବାସୀ ସଂଗ୍ରାହାଳୟ, କ୍ରାଫ୍ଟ୍ ମୁ୍ୟଜିୟମ୍, ଐତିହ୍ୟ କ୍ୟାବିନେଟ୍ ଏବଂ ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ । ପରବର୍ତ୍ତୀ ସମୟରେ ଅନ୍ୟ ଯେଉଁ କାର୍ଯ୍ୟ ଦିଆଯିବ କରିବେ । ଏ ସଂକ୍ରାନ୍ତୀୟ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଶ୍ରୀ ବାଲକ୍ରିଷ୍ଣନ୍ ଆଗ୍ରହର ସହ ଗ୍ରହଣ କରିଥିଲେ ମଧ୍ୟ ସେଥିପାଇଁ କୌଣସି ଦରମା କିମ୍ବା ପାରିଶ୍ରମିକ ନେବାକୁ ମନା କରିଛନ୍ତି । ଓଡ଼ିଶା ଏବଂ ଓଡ଼ିଶାର ସଂସ୍କୃତି ପ୍ରତି ତାଙ୍କର ପ୍ରବଳ ଭଲ ପାଇବା ଅଛି ଏବଂ ସେହି କାର୍ଯ୍ୟରେ ନିଜକୁ ବିନା ପାରିଶ୍ରମିକରେ ନିୟୋଜିତ କରିବେ ବୋଲି ଆଗ୍ରହ ରଖିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କର ଆଗ୍ରହକୁ ସମ୍ମାନ ଜଣାଇଛନ୍ତି । ଶ୍ରୀ ବାଲକ୍ରିଷ୍ଣନ୍ ବିନା ପାରିଶ୍ରମିକରେ ଅବୈତନିକ ଭାବେ କାର୍ଯ୍ୟ କରିବେ । ତେବେ ତାଙ୍କୁ କାର୍ଯ୍ୟରେ ସହଯୋଗ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଫିସ, ଗାଡ଼ି, କର୍ମଚାରୀ ଏବଂ ଆବଶ୍ୟକ କ୍ୱାଟର୍ ଯୋଗାଇ ଦିଆଯିବ ।
ସୂଚନାଯୋଗ୍ୟ, ଶ୍ରୀ ବାଲକ୍ରିଷ୍ଣନ୍ ଗତ ନଭେମ୍ବର ୩୦ ତାରିଖରେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଚାକିରିକାଳ ଭିତରେ ଅତ୍ୟନ୍ତ ଦକ୍ଷ, କର୍ତ୍ତବ୍ୟନିଷ୍ଠ ଆଇଏଏସ୍ ଅଫିସର ଭାବେ ତାଙ୍କର ବେଶ୍ ସୁନାମ ଥିଲା । ଓଡ଼ିଶାର ସଂସ୍କୃତି, ଐତିହ୍ୟ ଉପରେ ତାଙ୍କର ଅନେକ ଗବେଷଣା ଅଛି । କୋଣାର୍କ ଉପରେ ତାଙ୍କର ଗବେଷଣା ବେଶ୍ ଆଦୃତ ଲାଭ କରିଛି । ସଂସ୍କୃତି ଗବେଷଣା ଛଡ଼ା ସାମାଜିକ କ୍ଷେତ୍ରରେ ତାଙ୍କର ବହୁତ ଅବଦାନ ଅଛି । ଖାଲି ଦକ୍ଷତା ଓ ଜ୍ଞାନ ନୁହେଁ, ନିଜର ଭଦ୍ର ଓ ଅମାୟିକ ବ୍ୟକ୍ତିତ୍ୱ ପାଇଁ ସେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛନ୍ତି ।
Previous Post

ଶାହା ହେଲେନି ସାହା: ଧର୍ମେନ୍ଦ୍ରଙ୍କ ହାତରୁ ଚାଲିଗଲା ମଧ୍ୟପ୍ରଦେଶ ଦାୟିତ୍ୱ

Next Post

ବିଜେଡ଼ି ପାଇଁ ଅଡୁଆ ମହାରଥୀ

Next Post
ବିଜେଡ଼ି ପାଇଁ ଅଡୁଆ ମହାରଥୀ

ବିଜେଡ଼ି ପାଇଁ ଅଡୁଆ ମହାରଥୀ

Comments 1

  1. binayak rath says:
    7 years ago

    Odisha History by w.HUNTER re Odisha ra 160 prakhyat kabinka katha kuha jaichhi. Ajjikali Mukhyata Pala Gayak mane 10-15 kabinkar rachit kabvya ku allochana karanti. Baki 140 jana prakhyat Kabi nka bishaya re samasthe nirab.Taha uppare Mr Balakrishan nka matamat nia jai sehi kabi yebm semank dwara likhit kabya ku prakash kara gale Odiya Sahitya re yek nutan diganta abiskar hoi paranta.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA