Wednesday, May 6, 2026 08:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୫ ଲକ୍ଷ ରୋଜଗାର ଯାଏଁ ଆୟକର ଛାଡ଼

by Our Correspondent
01 Feb, 2019- 03:17 PM
in Latest News, News
1 min read
0
୫ ଲକ୍ଷ ରୋଜଗାର ଯାଏଁ ଆୟକର ଛାଡ଼
ନୂଆଦିଲ୍ଲୀ: ମୋଦିଙ୍କ ଚଳିତ ସରକାରର ଶେଷ ବଜେଟ୍(ଚାରି ମାସିଆ କାମଚଳା) ଆଜି ଲୋକସଭାରେ ଉପସ୍ଥାପିତ ହୋଇଛି । କାମଚଳା ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ ଏହା ଉପସ୍ଥାପନ କରିଛନ୍ତି । ନିର୍ବାଚନ ପୃଷ୍ଠଭୂମିରେ ସାଧାରଣ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବଜେଟ୍ ରେ ଭରପୂର ଉଦ୍ୟମ କରାଯାଇଛି । ବିଶେଷକରି ଚାଷୀ, ଗରିବ ଓ ମଧ୍ୟବର୍ତ୍ତି ବର୍ଗଙ୍କୁ ଖୁସି କରିବାକୁ ଉଦ୍ୟମ ହୋଇଛି ।
ବଜେଟ୍ ର ମୁଖ୍ୟତଃ ଦୁଇଟି ଦିଗ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଆୟକର ସୀମା ବୃଦ୍ଧି ଓ ଚାଷୀଙ୍କୁ ସହାୟତା । ଆୟକର ସୀମାକୁ ଡବଲ୍ କରାଯାଇଛି । ୫ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ଲୋକଙ୍କୁ ଟିକସ ଦେବାକୁ ପଡ଼ିବ ନାହିଁ । ପ୍ରୋଭିଡେଣ୍ଟ ଫଣ୍ଡ ଓ ବୀମା କରିଥିଲେ ଆୟକର ସୀମା ୬ ଲକ୍ଷ ୫୦ ହଜାର ଟଙ୍କା ହୋଇଛି । ପୂର୍ବରୁ ଆୟକର ସୀମା ଅଢ଼େଇ ଲକ୍ଷ ଟଙ୍କା ଥିଲା । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଦେଶର ୩ କୋଟି ଲୋକଙ୍କୁ ଲାଭ ମିଳିବ । ସେହିଭଳି ଚାଷୀଙ୍କ ସର୍ବନିମ୍ନ ଆୟର ଗ୍ୟାରେଣ୍ଟି ସ୍ୱରୂପ ‘ପ୍ରଧାନମନ୍ତ୍ରୀ କିଷାନ’ ନାମରେ ଏକ ନୂଆ ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନାରେ ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ସହାୟତା ମିଳିବ । ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯିବ । ଦେଶର ୧୨ କୋଟି ଚାଷୀ ଏହି ଯୋଜନାରୁ ଲାଭ ପାଇବେ । ଓଡ଼ିଶା ସରକାରଙ୍କ ଲୋକପ୍ରିୟ ‘କାଳିଆ’ ଯୋଜନାରେ ପ୍ରଭାବିତ ହୋଇ ମୋଦି ସରକାର ଏହି ଯୋଜନା ଆପଣେଇଥିବା ଚର୍ଚ୍ଚା ହେଉଛି ।
ଚାକିରିଆଙ୍କୁ ଖୁସି କରିଛନ୍ତି କେନ୍ଦ୍ର ସରକାର । ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚୁଇଟି ଉପରେ ଟିକସ ପଡ଼ିବ ନାହିଁ । ପୂର୍ବରୁ ଏହା ୧୦ ଲକ୍ଷ ଥିଲା । ସେହଭଳିି ଷ୍ଟାଣ୍ଡାର୍ଡ ରିଡକ୍ସନ୍ ୪୦,୦୦୦ରୁ ୫୦,୦୦୦ କୁ ବୃଦ୍ଧି କରାଯାଇଛି । ଜଣଙ୍କର ଦ୍ୱିତୀୟ ଘର ଥିଲେ ସେହି ଘରର ଭଡ଼ା ଉପରେ ଟିକସ ଦେବାକୁ ପଡ଼ିବ ନାହିଁ । ୮ କୋଟି ମାଗଣା ଏଲପିଜି ସଂଯୋଗର ଲକ୍ଷ୍ୟ ରଖାଯାଇଛି । ଫିଲ୍ମ ସୁଟିଂ ପାଇଁ ସିଙ୍ଗଲ୍ ଉଇଣ୍ଡୋ କ୍ଲିୟରାନ୍ସ ବ୍ୟବସ୍ଥା କରାଯାଇଛି । ବଜେଟ୍ ରେ ଭିଜନ୍ ୨୦୩୦ର କଥା କହିଛନ୍ତି କାମଚଳା ଅର୍ଥମନ୍ତ୍ରୀ । ସେଥିରେ ୧୦ଟି ଦିଗକୁ ଗୁରୁତ୍ୱ ଦିଆଯାଇଛି । ସୌରଶକ୍ତି ଉତ୍ପାଦନ କ୍ଷମତା ୧୦ ଗୁଣ କରିବାକୁ ଲକ୍ଷ୍ୟ ରହିଛି । ମୋବାଇଲ୍ ଡାଟା ୫୦ ପ୍ରତିଶତ ବୃଦ୍ଧି କରାଯାଇଛି । ଆଗାମୀ ୫ ବର୍ଷରେ ୧ ଲକ୍ଷ ଡିଜିଟାଲ ଗାଁ ଲକ୍ଷ୍ୟ ରଖାଯାଇଛି ।
ମୋଦି ସରକାରଙ୍କ ବିରୋଧରେ କର୍ପୋରେଟ ପ୍ରେମର ଆରୋପ ଲାଗିଥିବାରୁ ଏଥରର ବଜେଟ୍ ରେ କର୍ପୋରେଟ ଜଗତକୁ ଖୁସି କରିବାକୁ ଚାହିଁନାହାନ୍ତି ମୋଦି । ତେବେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କଠାରୁ ଆରମ୍ଭ କରି ମଧ୍ୟବିତ୍ତ ବର୍ଗ ଙ୍କ ପାଇଁ ଖୁସିର ପସରା ଖୋଲିଛନ୍ତି । ମୋଟାମୋଟି ଦେଖିଲେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ମୋଦି ସରକାର ପପୁଲିଷ୍ଟ ବଜେଟ୍ ଜରିଆରେ ଭୋଟ ହାତେଇବା ପାଇଁ ପ୍ରବଳ ମୁଣ୍ଡ ଖଟେଇଛନ୍ତି । ବିରୋଧୀ କଂଗ୍ରେସ ଏହି ବଜେଟ୍ କୁ ନିର୍ବାଚନୀ ବଜେଟ୍ କହି ସମାଲୋଚନା କରିଛି । କାମଚଳା ବଜେଟ୍ ହୋଇଥିବାରୁ ଏଥିରେ ବାସ୍ତବତା ଖୋଜି ପାଇବା କଷ୍ଟ ବୋଲି ବିରୋଧୀ ଦଳଗୁଡ଼ତକ ଆକ୍ଷେପ କରିଛନ୍ତି ।
Previous Post

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ନାଲିଆଖି: ମତେ ବାନ୍ଧିବାର ଅଛି ତ ପୂରା ଦୁଃସାହାସ କର

Next Post

ରିଷି କୁମାର ଶୁକ୍ଲା ସିବିଆଇ ନୂଆ ନିର୍ଦ୍ଦେଶକ

Next Post
ରିଷି କୁମାର ଶୁକ୍ଲା ସିବିଆଇ ନୂଆ ନିର୍ଦ୍ଦେଶକ

ରିଷି କୁମାର ଶୁକ୍ଲା ସିବିଆଇ ନୂଆ ନିର୍ଦ୍ଦେଶକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA