Wednesday, May 6, 2026 08:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମମତା ପଞ୍ଜୁରୀରେ ମୋଦି ଶୁଆ

by Our Correspondent
03 Feb, 2019- 11:44 PM
in Latest News, News
1 min read
0
ମମତା ପଞ୍ଜୁରୀରେ ମୋଦି ଶୁଆ
କୋଲକତା: ସିବିଆଇ ଟିମ୍ କୁ ଗୋଡ଼େଇ ଛତ୍ରଭଙ୍ଗ କଲା କୋଲକତା ପୁଲିସ । ପୁଲିସ କମିଶନରଙ୍କ ଘର ଆଗରେ ସିବିଆଇ ଟିମ୍ ର ବାଟ ଓଗାଳିଲା । ଧକ୍କା ମାରି ମାରି ଥାନାକୁ ନେଇଗଲା । ୫ ଜଣ ସିବିଆଇ ଅଧିକାରୀଙ୍କୁ ଥାନାରେ ଠୁଙ୍କିଦେଲା । ପୁଲିସ ଡିଜିଙ୍କୁ ସାଙ୍ଗରେ ଧରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାସ୍ଥଳକୁ ଗଲେ । ମୋଦିଙ୍କ ସିବିଆଇ ବିରୋଧରେ ଧାରଣାରେ ବସିଲେ । ମରିଯିବି ପଛେ ଛାଡ଼ିବି ନାହିଁ ବୋଲି ଧମକ ଦେଲେ । ମମତାଙ୍କ ପଞ୍ଜୁରୀରେ ଶୁଆ ବନିଗଲା ସିବିଆଇ ।
ଆଜି ସଂଧ୍ୟାରେ କୋଲକତା ପାର୍କ ଷ୍ଟ୍ରିଟ୍ ସ୍ଥିତ ପୁଲିସ କମିଶନର ରାଜୀବ କୁମାରଙ୍କ ଘର ସାମନାରେ ଏହି ଦୃଶ୍ୟ ସାରା ଦେଶରେ ନିଆଁ ଲଗାଇ ଦେଇଛି । ମମତା ବାନାର୍ଜୀଙ୍କ ତାକତ୍ ଆଗରେ ସିବିଆଇ ଚେହେରା ଫିକା ପଡ଼ିଯାଇଛି । ମୋଦି ସରକାରଙ୍କୁ ଅଡୁଆରେ ପକାଇ ଦେଇଛି । ସିବିଆଇକୁ ମୋଦି ସରକାର ରାଜନୈତିକ ଅସ୍ତ୍ର କରିବାର ଅଭିଯୋଗ ନିର୍ଣ୍ଣାୟକ ମୋଡ଼ ନେଇଛି । ଦେଶ ସାମ୍ବିଧାନିକ ସଙ୍କଟ ଆଡକୁ ଗତି କରିଛି । ସଂଘୀୟ ଭାରତବର୍ଷ ଅସ୍ଥିରତାର ସାମନା କରିଛି ।
କୋଲକତା ପୁଲିସ କମିଶନର ରାଜୀବ କୁମାରଙ୍କ ଘରେ ସିବିଆଇ ରେଡ୍ ଉଦ୍ୟମ ଘଟଣା ଏହି ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି । ଆଜି ସଂଧ୍ୟାରେ ସିବିଆଇର ଏକ ଟିମ୍ ରାଜୀବ କୁମାରଙ୍କ ଘର ଆଗରେ ଚକ୍କର କାଟିଥିଲେ । ଠିକ୍ ୬ଟା ବେଳେ ସେମାନେ ରାଜୀବଙ୍କ ଘର ଆଗରେ ପହଞ୍ଚି ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । ମାତ୍ର ସେଠାରେ ପୂର୍ବରୁ ସଜାଗ ଥିବା କୋଲକତା ପୁଲିସ ସେମାନଙ୍କ ବାଟ ଓଗାଳିଥିଲା । ସିବିଆଇ ଅଧିକାରୀମାନେ ଜୋର୍ ଜବରଦସ୍ତ ପଶିବାକୁ ଉଦ୍ୟମ କରିବାକୁ ପୁଲିସ ସେମାନଙ୍କୁ ଧକ୍କା ମାରି ଘଉଡ଼ାଇବାକୁ ଲାଗିଲା । ୫ ଜଣ ସିବିଆଇ ଅଧିକାରୀ ମୁହାଁମୁହିଁ ହେବାରୁ ପୁଲିସ ସେମାନଙ୍କୁ ପ୍ରଥମେ ପାର୍କ ଷ୍ଟ୍ରିଟ୍ ଥାନା ଏବଂ ସେଠାରୁ ସେକ୍ସପିୟର ସରଣୀ ଥାନା ନେଇଯାଇଥିଲା । ସେମାନଙ୍କୁ ଥାନାରେ ଠୁଙ୍କି ଅଟକ ରଖିଦେଲା । କୋଲକତାସ୍ଥିତ ସିବିଆଇ ଅଫିସକୁ ବି ଘେରାବନ୍ଦୀ କରି ରଖିଲା କୋଲକତା ପୁଲିସ । ଅବଶ୍ୟ ପରେ ଅଟକ ସିବିଆଇ ଅଧିକାରୀଙ୍କୁ ପୁଲିସ ଛାଡ଼ିଦେଲା ।

ଏପଟେ ଘଟଣାର କିଛି ସମୟ ମଧ୍ୟରେ ରାଜୀବ କୁମାରଙ୍କ ଘର ଆଗରେ ପହଞ୍ଚିଗଲେ ମମତା ବାନାର୍ଜୀ । ସାଙ୍ଗରେ ଥିଲେ ପୁଲିସ ଡିଜି ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ । ରାଜୀବଙ୍କ ସହ ଆଲୋଚନା କରିଥିଲେ ମମତା । ସେଠାରୁ ମେଟ୍ରୋ ଚାନେଲ୍ ଯାଇ ସେଠାରେ ଧାରଣାରେ ବସିଗଲେ । ସମ୍ବିଧାନ ବଞ୍ଚାଓ ଦାବିରେ ଧାରଣାରେ ବସିଥିବା ମମତା ସାମ୍ବାଦିକ ସମ୍ମିଳନୀ କରି ମୋଦି ସରକାରଙ୍କ ଉପରେ ପ୍ରବଳ ବର୍ଷିଗଲେ । ସିବିଆଇକୁ ହାତ କରି ମୋଦି ସରକାର ଦେଶରେ ଅରାଜକତା ସୃଷ୍ଟି କରୁଛନ୍ତି ଏବଂ ସେ ମରିଯିବେ ପଛେ ନଇଁବେ ନାହିଁ ବରଂ ଏହାର ସାମନା କରିବେ ବୋଲି ମମତା ଘୋଷଣା କରିଛନ୍ତି ।
୨୦୧୩ରେ ସଂଗଠିତ ଶାରଦା ଓ ରୋଜ ଭ୍ୟାଲି ଚିଟଫଣ୍ଡ ଠକେଇର ତଦନ୍ତ ପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ର ନେତୃତ୍ୱ ନେଇଥିଲେ ରାଜୀବ କୁମାର । ତେବେ ଚିଟଫଣ୍ଡ ଦୁର୍ନୀତିର ତଦନ୍ତକୁ ସେ ଗୋଳମାଳିଆ କରି କିଛି ରାଜନେତାଙ୍କୁ ସୁରକ୍ଷା ଦେଇଥିବା ସିବିଆଇ ଅଭିଯୋଗ କରିଛି । ଗତ ଦୁଇବର୍ଷ ମଧ୍ୟରେ ତାଙ୍କୁ ବାରମ୍ବାର ସମନ୍ ହୋଇଥିଲେ ମଧ୍ୟ ସେ କୁଆଡ଼େ ସିବିଆଇରେ ହାଜର ହେଉନାହାନ୍ତି । ଆଜି ହିଁ ସିବିଆଇ ତାଙ୍କ ଘର ରେଡ୍ କରି ତାଙ୍କୁ ଗିରଫ କରିବ ବୋଲି ଗଣମାଧ୍ୟମରେ ଖବର ଆସିଥିଲା । ଆଉ ସେହି ଖବର ଆଧାରରେ କୋଲକତା ପୁଲିସ ସଜାଗ ହୋଇଥିଲା । ସିବିଆଇକୁ ସେଠାରେ ପୂରାଇ ଦେବନି ବୋଲି ଶପଥ ନେଇ ବଳ ଦେଖାଇଥିଲା ପୁଲିସ । ସିବିଆଇକୁ ପାନେ ଦେଲା ଦିଦିଙ୍କ ପୁଲିସ । ଭାରତବର୍ଷର ଗଣତାନ୍ତ୍ରିକ ଇତିହାସରେ ଏହା ଅଦ୍ଭୂତପୂର୍ବ ଘଟଣା ବୋଲି କୁହାଯାଉଛି ।
Previous Post

ପୁରୀରେ ତାଉ ଦେଖାଇଲେ ଅମିତ୍ ଶାହା

Next Post

ପୂର୍ବତନ ମନ୍ତ୍ରୀ ହରିହର କରଣଙ୍କ ପରଲୋକ

Next Post
ପୂର୍ବତନ ମନ୍ତ୍ରୀ ହରିହର କରଣଙ୍କ ପରଲୋକ

ପୂର୍ବତନ ମନ୍ତ୍ରୀ ହରିହର କରଣଙ୍କ ପରଲୋକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA