Wednesday, May 6, 2026 08:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କେନ୍ଦ୍ରାପଡ଼ା ଭୂଇଁ ଚାଟିଲେ ବୈଜୟନ୍ତ

by Our Correspondent
24 May, 2019- 01:58 AM
in Latest News, News, Politics
1 min read
0
କେନ୍ଦ୍ରାପଡ଼ା ଭୂଇଁ ଚାଟିଲେ ବୈଜୟନ୍ତ
ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ଶକ୍ତି ଓ ଲୋକପ୍ରିୟତା ଆଗରେ ଧରାଶାୟୀ ହେଲେ ବୈଜୟନ୍ତ ପଣ୍ଡା । ତାଙ୍କ ଟିଭି କି ହେଲିକପ୍ଟର କେନ୍ଦ୍ରାପଡ଼ାରେ କାମ ଦେଇନି । ବିନା ବିଜୁ କି ନବୀନ ବ୍ରାଣ୍ଡରେ କେନ୍ଦ୍ରାପଡ଼ାବାସୀ ତାଙ୍କୁ ଗ୍ରହଣ କରିନାହାନ୍ତି । ବିଜେଡ଼ିର ଯୁବପ୍ରାର୍ଥୀ ତଥା ହୀରୋ ଅନୁଭବ ମହାନ୍ତିଙ୍କଠାରୁ ଲକ୍ଷାଧିକ ଭୋଟରେ ହାରିଛନ୍ତି ବିଜେପିର ଏହି ହେଭିୱେଟ୍ ।
ଗତବର୍ଷ ବିଜେଡ଼ିରୁ ତଡ଼ା ଖାଇଥିବା ବୈଜୟନ୍ତ ଠିକ୍ ନିର୍ବାଚନ ପୂର୍ବରୁ ଅମିତ୍ ଶାହାଙ୍କୁ ଧରି ବିଜେପିରେ ମିଶିଥିଲେ । ଶାହା ତାଙ୍କର ଟିଭି ଓ ପ୍ରତିପତ୍ତି କୁ ଲୋଭେଇ ତାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଦେବା ସହ ସେ ଆଖେଇଥିବା କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲେ । ନରେନ୍ଦ୍ର ମୋଦି, ଅମିତ୍ ଶାହାଙ୍କୁ ଧରି ନିଜ ପାଇଁ ଘମାଘୋଟ ପ୍ରଚାର କରିଥିଲେ ବୈଜୟନ୍ତ । ଭୋଟରଙ୍କୁ ପ୍ରଭାବିତ କରିବାକୁ ନିଜ ଟିଭିକୁ ଫୁଲ୍ ଦମ୍ ରେ ଲଗାଇଥିଲେ । ମାତ୍ର କିଛି କାମ ଦେଇନି । ଲୋକସଭାରେ ହାଟ୍ରିକ୍ ସ୍ୱପ୍ନ ଧୂଳିସାତ୍ ହୋଇଛି । କେନ୍ଦ୍ରାପଡ଼ା ଭୋଟର ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
କେନ୍ଦ୍ରାପଡ଼ାରେ ନିଜର ଆଧିପତ୍ୟ ଜାହିର କରିବାକୁ ଉଦ୍ୟମ କରୁଥିବା ବୈଜୟନ୍ତଙ୍କୁ ନିଜେ ନବୀନ ପଟ୍ଟନାୟକ ସାମନା କରିଥିଲେ । ଯେଉଁ ଲକ୍ଷ୍ୟରେ ଦୁଇ ଦୁଇ ଥର ତାଙ୍କୁ କେନ୍ଦ୍ରାପଡ଼ାରୁ ସାଂସଦ କରି ପଠାଇଥିଲେ, ତାହା ପୂରଣ ନ କରି ନିଜର ବ୍ୟବସାୟିକ ସ୍ୱାର୍ଥ ରକ୍ଷା ପାଇଁ ବୈଜୟନ୍ତ କାମ କରିଛନ୍ତି ବୋଲି ନବୀନ ନିର୍ବାଚନ ପ୍ରଚାର ବେଳେ କହିଥିଲେ । ବୈଜୟନ୍ତ କେନ୍ଦ୍ରାପଡ଼ାବାସୀଙ୍କୁ ବିଶ୍ୱାସଘାତକତା କରିଛନ୍ତି । କେନ୍ଦ୍ରାପଡ଼ାବାସୀ ତାଙ୍କୁ କେବେ କ୍ଷମା ଦେବେ ନାହିଁ । କେନ୍ଦ୍ରାପଡ଼ା ସ୍ୱାଭିମାନର ଆଞ୍ଚ ଆଣୁଥିବା ଲୋକଙ୍କୁ ସେମାନେ କେବେ ବରଦାସ୍ତ କରିବେ ନାହିଁ ବୋଲି ନବୀନ କହି ଅନୁଭବ ମହାନ୍ତିଙ୍କ ପାଇଁ ଭୋଟ ମାଗିଥିଲେ । ଏଥିସହ କେନ୍ଦ୍ରାପଡ଼ାର ବିକାଶ ଦାୟିତ୍ୱ ସେ ଉପରକୁ ଆଣିଥିଲେ । ନବୀନଙ୍କ ବକ୍ତବ୍ୟ ଓ ପ୍ରତିଶ୍ରୁତିକୁ କେନ୍ଦ୍ରାପଡ଼ାବାସୀ ଗ୍ରହଣ କରିଥିବା ଏହି ନିର୍ବାଚନ ଫଳାଫଳ ଜଣାଇ ଦେଇଛି ।
ଅନ୍ୟପକ୍ଷରେ କେନ୍ଦ୍ରାପଡ଼ାରେ ବିଜେପି ସଂଗଠନ ଦୁର୍ବଳ ଥିଲେ ମଧ୍ୟ ବୈଜୟନ୍ତ ନିଜର ଶକ୍ତି ବଳରେ ଜିତିଯିବେ ବୋଲି ଅହଂକାର ରଖିଥିଲେ । କଂଗ୍ରେସ ଭୋଟକୁ ନିଜ ସପକ୍ଷରେ ଆଣିବାକୁ ବି ପ୍ରବଳ ଦମ୍ ଖଟାଇଥିଲେ । ମାତ୍ର ତାହା ସମ୍ପୂର୍ଣ୍ଣ ସଫଳ ହୋଇନାହିଁ । ତାଙ୍କର ଅହଂକାରକୁ ଖୋଦ୍ ଦଳୀୟ ନେତାମାନେ ମଧ୍ୟ ପସନ୍ଦ କରି ନ ଥିଲେ ।
ସୂଚନାଯୋଗ୍ୟ, ଗତ ୨୦୧୪ ନିର୍ବାଚନରେ ବୈଜୟନ୍ତ ମିଥ୍ୟା ସତ୍ୟପାଠ ଦାଖଲ କରି କେନ୍ଦ୍ରାପଡ଼ାବାସୀଙ୍କୁ ପ୍ରତାରଣା କରିଥିବା ବିଜେଡ଼ି ଅଭିଯୋଗ କରି ଆସୁଛି । ତାଙ୍କର ଘରୋଇ ଖଣି କମ୍ପାନୀ ଇମ୍ଫାର ସେ ଉପାଧ୍ୟକ୍ଷ ଥାଇ ମୋଟା ଅଙ୍କର ଦରମା ନେଉଥିଲେ ମଧ୍ୟ ସତ୍ୟପାଠରେ ତାହା ଲୁଚାଇ ଦେଇଥିଲେ । ଏଥର ସତ୍ୟପାଠରେ ତାହା ଉଲ୍ଲେଖ କରି ନିଜେ ଧରାପଡ଼ିଥିଲେ । ବୈଜୟନ୍ତ ଏହାକୁ ଅସ୍ୱୀକାର କରିଥିଲେ ମଧ୍ୟ ବିଜେଡ଼ି ତାଙ୍କୁ ଘେରି ରହିଥିଲା । ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ନେଇ ଗୁଜବ ତିଆରି କରିବାର ଅପବାଦ ମଧ୍ୟ ବୈଜୟନ୍ତଙ୍କ ଦେହରେ ବୋଳି ହୋଇଥିଲା । ବାହାମସ୍ ପ୍ରସଙ୍ଗରେ ମଧ୍ୟ ବିବାଦୀୟ ହୋଇଥିଲେ ବୈଜୟନ୍ତ ।
Previous Post

ପୋଡ଼ିଦେଲା ପୋଡ଼ା ଟ୍ରାନସଫରମର୍

Next Post

କିଏ କେଉଁ ଆସନରୁ ଜିତିଲେ

Next Post
କିଏ କେଉଁ ଆସନରୁ ଜିତିଲେ

କିଏ କେଉଁ ଆସନରୁ ଜିତିଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA