Wednesday, May 6, 2026 08:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କାହ୍ନୁ ଲେଙ୍କାଙ୍କ ବିସ୍ଫୋରଣ: ବିଜେଡ଼ି କବଜା କରିବା ଯୋଜନାରେ ପଟ୍ଟନାୟକ ବ୍ରଦର୍ସ

by Our Correspondent
26 May, 2019- 11:36 PM
in Latest News, News, Politics
1 min read
0
କାହ୍ନୁ ଲେଙ୍କାଙ୍କ ବିସ୍ଫୋରଣ: ବିଜେଡ଼ି କବଜା କରିବା ଯୋଜନାରେ ପଟ୍ଟନାୟକ ବ୍ରଦର୍ସ
ଭୁବନେଶ୍ୱର: ରାଜ୍ୟରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ନିରଞ୍ଜନ ପଟ୍ଟନାୟକଙ୍କୁ ସମ୍ପୂର୍ଣ୍ଣ ଦାୟୀ କରି ଜଣଙ୍କ ପରେ ଜଣେ ବରିଷ୍ଠ ନେତା ମୁହଁ ଖୋଲୁଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କା ଆଜି ମନଇଚ୍ଛା ବର୍ଷିଛନ୍ତି । ଖାଲି ନିରଞ୍ଜନ ନୁହଁନ୍ତି ଭାଇ ସୌମ୍ୟରଂଜନଙ୍କୁ ମଧ୍ୟ ସେ ଛାଡ଼ିନାହାନ୍ତି । ଆଗାମୀ ୫ ବର୍ଷରେ ବିଜେଡ଼ିକୁ କବଜା କରିବାକୁ ପଟ୍ଟନାୟକ ବ୍ରଦର୍ସ ଯୋଜନା କରିଥିବା ସେ କହିଛନ୍ତି । କଂଗ୍ରେସକୁ ତଳିତଳାନ୍ତ କରିସାରିଥିବା ନିରଞ୍ଜନ ଭାଇ ସୌମ୍ୟମ୍ୟଙ୍କୁ ମାଧ୍ୟମ କରି ଏଥିପାଇଁ ଚକ୍ରାନ୍ତ କରିଥିବା କହିଛନ୍ତି । ଶ୍ରୀ ଲେଙ୍କାଙ୍କର ଏଭଳି ସାଂଘାତିକ ବୟାନ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି ।
ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ହେବାକୁ ନିରଞ୍ଜନ ପଟ୍ଟନାୟକଙ୍କର ଏକ ବଡ଼ ସ୍ୱପ୍ନ ଥିଲା । ସେଥିପାଇଁ ସେ ଅନେକ ଜ୍ୟୋତିଷଙ୍କୁ ହାତ ଦେଖାଇଥିଲେ । ମାତ୍ର ରାଜ୍ୟରେ କଂଗ୍ରେସର ଅବସ୍ଥା ତାଙ୍କ ଆଶା ମଉଳେଇ ଦେଲା । ମୁଖ୍ୟମନ୍ତ୍ରୀ ନହେଲେ ନାହିଁ କେମିତି ଉପମୁଖ୍ୟମନ୍ତ୍ରୀ ହେବେ ବ୍ୟାକୁଳ ହୋଇଥିଲେ । ତେଣୁ ବିଜେଡ଼ି କାନ୍ଧରେ ଆଉଜିବାକୁ ଯୋଜନା କରି ଭାଇ ସୌମ୍ୟରଞ୍ଜନଙ୍କୁ କାମରେ ଲଗାଇଥିଲେ । ଏହିକ୍ରମରେ କଂଗ୍ରେସ ପ୍ରାର୍ଥୀ ଚୟନରେ ମନମାନି କଲେ । ଖଣ୍ଡପଡ଼ାରେ କଂଗ୍ରେସ ନେତାଙ୍କ ଅଭାବ ନ ଥିବା ବେଳେ ଭାଇଙ୍କ ବିରୋଧରେ ତାଙ୍କ ଘରୋଇ କର୍ମଚାରୀଙ୍କୁ ଟିକେଟ ଦିଆଗଲା । ବାପପୁଅ ମିଳିମିଶି ଟିକେଟ ବାଣ୍ଟିନେଲେ । ଯୋଗ୍ୟ ପ୍ରାର୍ଥୀଙ୍କୁ ହତାଦର କରାଗଲା ।
ଶ୍ରୀ ଲେଙ୍କା କହିଛନ୍ତି, ବିଜେଡ଼ି ଏଥର ସରକାର ଗଢ଼ିବା ପାଇଁ ଆବଶ୍ୟକ ଆସନ ପାଇବ ନାହିଁ ବୋଲି ନିରଞ୍ଜନ ଭାବିଥିଲେ । ବିଜେଡ଼ି ୭୦ କିମ୍ବା ତାଠାରୁ କମ ଆସନ ପାଇବ ବୋଲି ତାଙ୍କର ଆକଳନ ଥିଲା । ତେଣୁ ନବୀନ ପଟ୍ଟନାୟକଙ୍କୁ ମନାଇ କଂଗ୍ରେସ ସମର୍ଥନରେ ସରକାର ଗଢ଼ିବାକୁ ଭାଇ ସୌମ୍ୟଙ୍କୁ ସଜାଇ ରଖିଥିଲେ । ବିଜେଡ଼ି ସହ ମେଣ୍ଟ କଲେ ଉପମୁଖ୍ୟମନ୍ତ୍ରୀ ପଦ ପାଇଯିବେ ବୋଲି ଭାବିଥିଲେ । ସେହି ଯୋଜନାରେ ଭାଇଙ୍କୁ ଧରି ନିରଞ୍ଜନ ଆଗକୁ ବଢ଼ିଥିଲେ ।
ଖଣ୍ଡପଡ଼ାରେ ସୌମ୍ୟରଂଜନ ପଟ୍ଟନାୟକ ସବୁଠାରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିବାରୁ ତାହାକୁ ପ୍ରଚାରର ଆୟୁଧ କରିଛନ୍ତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ୫ ବର୍ଷ ଭିତରେ ବିଜେଡ଼ିକୁ କବଜା କରିନେବା । ତାଙ୍କ କାର୍ଯ୍ୟଧାରା ଏହି ଆଧାରରେ ହେବ ବୋଲି ଶ୍ରୀ ଲେଙ୍କା ସତର୍କ କରାଇଛନ୍ତି ।
ତେବେ ଶ୍ରୀ ଲେଙ୍କାଙ୍କ ଅଭିଯୋଗ ଉପରେ ନିରଞ୍ଜନ ପଟ୍ଟନାୟକଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।
Previous Post

ଔପଚାରିକତା ଶେଷ, ଅପେକ୍ଷା ୨୯କୁ

Next Post

ଅଧିକ ଧନଶାଳୀ, ବଳଶାଳୀ: ୬୭ ବିଧାୟକଙ୍କ ନାଁରେ ଅପରାଧିକ ମାମଲା

Next Post
ଅଧିକ ଧନଶାଳୀ, ବଳଶାଳୀ: ୬୭ ବିଧାୟକଙ୍କ ନାଁରେ ଅପରାଧିକ ମାମଲା

ଅଧିକ ଧନଶାଳୀ, ବଳଶାଳୀ: ୬୭ ବିଧାୟକଙ୍କ ନାଁରେ ଅପରାଧିକ ମାମଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA