Wednesday, May 6, 2026 08:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅଧିକ ଧନଶାଳୀ, ବଳଶାଳୀ: ୬୭ ବିଧାୟକଙ୍କ ନାଁରେ ଅପରାଧିକ ମାମଲା

by Our Correspondent
27 May, 2019- 08:28 PM
in Latest News, News
1 min read
0
ଅଧିକ ଧନଶାଳୀ, ବଳଶାଳୀ: ୬୭ ବିଧାୟକଙ୍କ ନାଁରେ ଅପରାଧିକ ମାମଲା
ଭୁୁବନେଶ୍ୱର: ଷୋଡ଼ଶ ବିଧାନସଭାରେ ଧନଶାଳୀ ସାଙ୍ଗକୁ ବଳଶାଳୀ ବିଧାୟକଙ୍କ ସଂଖ୍ୟା ବଢ଼ିଛି । ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିବା ୧୪୬ ବିଧାୟକଙ୍କ ମଧ୍ୟରୁ ୬୭ ଜଣଙ୍କ ନାଁରେ ରହିଛି ବିଭିନ୍ନ ଅପରାଧିକ ମାମଲା । ସେଥିମଧ୍ୟରୁ ୫୯ ଜଣ ଜଣ ବିଧାୟକଙ୍କ ନାଁରେ ରହିଛି ହତ୍ୟା, ହତ୍ୟା ଉଦ୍ୟମ ଓ ଅପହରଣ ଭଳି ସଙ୍ଗୀନ ଅପରାଧିକ ମାମଲା ।
୨୦୦୯ ରେ ବିଧାୟକ ନିର୍ବାଚିତ ହୋଇ ଆସିଥିବା ୧୪୭ ଜଣଙ୍କ ମଧ୍ୟରୁ ୪୮ ଜଣଙ୍କ ନାଁରେ ଅପରାଧିକ ମାମଲା ଏବଂ ୨୧ ଜଣଙ୍କ ନାଁରେ ସଙ୍ଗୀନ ଅପରାଧିକ ମାମଲା ଥିଲା । ୨୦୧୪ ରେ ବିଧାନସଭା ଆସିଥିବା ୫୨ ଜଣ ବିଧାୟକ ବିଭିନ୍ନ ଅପରାଧିକ ମାମଲାରେ ଛନ୍ଦି ହୋଇଥିବା ବେଳେ ୪୧ ଜଣଙ୍କ ନାଁରେ ଥିଲା ସଙ୍ଗୀନ ଅପରାଧିକ ମାମଲା । ଏଥର ଅପରାଧିକ ମାମଲାରେ ଛନ୍ଦି ହୋଇଥିବା ବିଧାୟକଙ୍କ ସଂଖ୍ୟା ଆସି ପହଞ୍ଚିଛି ୬୭ । ପ୍ରତିଶତ ହିସାବରେ ଦେଖିଲେ ଏହା ୪୬% । ଅର୍ଥାତ୍ ପାଖାପାଖି ଅଧେ ବିଧାୟକଙ୍କ ଦେହରେ ଲାଗିଛି ଦାଗ । ୨ ଜଣ ବିଧାୟକଙ୍କ ନାଁରେ ହତ୍ୟା ମାମଲା ଥିବା ବେଳେ ୧୧ ବିଧାୟକ ହତ୍ୟା ଉଦ୍ୟମ ମାମଲାରେ ଛନ୍ଦି ହୋଇଛନ୍ତି ।
ଅପରାଧିକ ମାମଲା ଖାଇଥିବା ସମୁଦାୟ ୬୭ ଜଣ ବିଧାୟକଙ୍କ ମଧ୍ୟରୁ ବିଜେଡ଼ିର ଅଛନ୍ତି ୪୬ ବିଧାୟକ । ଏହି ତାଲିକାରେ ବିଜେପିର ୧୪ ଜଣ ଏବଂ କଂଗ୍ରେସର ୯ ଜଣ ବିଧାୟକ ଅଛନ୍ତି । ପ୍ରତିଶତ ହାରରେ ଦେଖିଲେ କଂଗ୍ରେସର ସର୍ବାଧିକ ୬୭% ବିଧାୟକଙ୍କ ନାଁରେ ଅପରାଧିକ ମାମଲା ରହିଛି । ସେହିଭଳି ସଙ୍ଗୀନ ଅପରାଧିକ ମାମଲାରେ ବିଜେଡ଼ିର ୩୩ ଜଣ ବିଧାୟକ ଥିବା ବେଳେ ବିଜେପିର ୧୦ ଏବଂ କଂଗ୍ରେସର ୫ ଜଣ ବିଧାୟକ ଅଛନ୍ତି ।
ଧନଶାଳୀ ବିଧାୟକ: ଖାଲି ଅଧିକ ସଂଖ୍ୟାରେ ବଳଶାଳୀ ନୁହଁନ୍ତି, ଅଧିକ ଧନଶାଳୀ ବି ଏଥର ଆସିଛନ୍ତି ବିଧାନସଭାକୁ । ୧୪୬ ବିଧାୟକଙ୍କ ମଧ୍ୟରୁ ୯୫ ଜଣ ହେଉଛନ୍ତି କୋଟିପତି ବିଧାୟକ । ମୋଟ ବିଧାୟକ ସଂଖ୍ୟାର ଏହା ୬୫% । ୨୦୧୪ ରେ ୭୬ ଜଣ(୫୨%) କୋଟିପତି ନେତା ବିଧାନସଭାକୁ ଆସିଥିଲା ବେଳେ ୨୦୦୯ରେ କୋଟିପତି ବିଧାୟକଙ୍କ ସଂଖ୍ୟା ଥିଲା ୩୩(୨୨%) । ଏଥର ୯୫ ଜଣ କୋଟିପତି ବିଧାୟକ ତାଲିକାରେ ବିଜେଡ଼ିର ୭୯, ବିଜେପିର ୯ ଏବଂ କଂଗ୍ରେସର ୭ ବିଧାୟକ ଅଛନ୍ତି ।
୫ କୋଟି ଏବଂ ତାଠାରୁ ଉଦ୍ଧ୍ୱର୍ ସମ୍ପତ୍ତିଧାରୀ ୨୮ ବିଧାୟକ ଥିବା ବେଳେ ୨ କୋଟିରୁ ୫ କୋଟି ସମ୍ପତ୍ତି ମଧ୍ୟରେ ୩୭ ବିଧାୟକ ଅଛନ୍ତି । ୫୦ ଲକ୍ଷରୁ ୨ କୋଟି ସମ୍ପତ୍ତି ମଧ୍ୟରେ ୫୦ ବିଧାୟକ, ୧୦ ଲକ୍ଷରୁ ୫୦ ଲକ୍ଷ ମଧ୍ୟରେ ୨୭ ଏବଂ ୧୦ ଲକ୍ଷରୁ କମ ସମ୍ପତ୍ତି ମଧ୍ୟରେ ମାତ୍ର ୪ ଜଣ ବିଧାୟକ ଅଛନ୍ତିି ।
ସର୍ବାଧିକ ଧନଶାଳୀ ୩ ବିଧାୟକ ହେଉଛନ୍ତି ନବୀନ ପଟ୍ଟନାୟକ(୬୩ କୋଟି), ନବକିଶୋର ଦାସ(୩୩ କୋଟି) ଏବଂ ସରୋଜ ମେହେର(୩୧ କୋଟି) । ତାଲିକାର ସବା ତଳେ ଅଛନ୍ତି ରାୟଗଡ଼ାର ସ୍ୱାଧୀନ ବିଧାୟକ ମକରାନନ୍ଦ ମୁଦୁଲ । ତାଙ୍କ ସମ୍ପତ୍ତି ର ମୂଲ୍ୟ ମାତ୍ର ୧୫ ହଜାର । ବାଲେଶ୍ୱର ବିଧାୟକ ମଦନ ମୋହନ ଦତ୍ତଙ୍କ ସମ୍ପତ୍ତି ମୂଲ୍ୟ ୩ ଲକ୍ଷ ଏବଂ ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସଙ୍କ ସମ୍ପତ୍ତି ପରିମାଣ ୬ ଲକ୍ଷ ।
ଓଡ଼ିଶା ଇଲେକ୍ସନ୍ ୱାଚ୍ ଏବଂ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ ପକ୍ଷରୁ ବିଧାୟକ ପ୍ରାର୍ଥୀମାନଙ୍କ ସତ୍ୟପାଠର ତର୍ଜମା କରାଯାଇ ଏହି ତଥ୍ୟ ପ୍ରକାଶ ପାଇଛି ।
Previous Post

କାହ୍ନୁ ଲେଙ୍କାଙ୍କ ବିସ୍ଫୋରଣ: ବିଜେଡ଼ି କବଜା କରିବା ଯୋଜନାରେ ପଟ୍ଟନାୟକ ବ୍ରଦର୍ସ

Next Post

କଥା ରଖିଲେ ନବୀନ; ଶପଥ ଗ୍ରହଣ ଉତ୍ସବକୁ ମୋଦିଙ୍କୁ ଆମନ୍ତ୍ରଣ

Next Post
କଥା ରଖିଲେ ନବୀନ; ଶପଥ ଗ୍ରହଣ ଉତ୍ସବକୁ ମୋଦିଙ୍କୁ ଆମନ୍ତ୍ରଣ

କଥା ରଖିଲେ ନବୀନ; ଶପଥ ଗ୍ରହଣ ଉତ୍ସବକୁ ମୋଦିଙ୍କୁ ଆମନ୍ତ୍ରଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA