Wednesday, May 6, 2026 08:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କଥା ରଖିଲେ ନବୀନ; ଶପଥ ଗ୍ରହଣ ଉତ୍ସବକୁ ମୋଦିଙ୍କୁ ଆମନ୍ତ୍ରଣ

by Our Correspondent
27 May, 2019- 08:47 PM
in Latest News, News, Politics
1 min read
0
କଥା ରଖିଲେ ନବୀନ; ଶପଥ ଗ୍ରହଣ ଉତ୍ସବକୁ ମୋଦିଙ୍କୁ ଆମନ୍ତ୍ରଣ
ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ନବୀନ ପଟ୍ଟନାୟକ ଓ ତାଙ୍କ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ । ନରେନ୍ଦ୍ର ମୋଦିଙ୍କୁ ଏଥିପାଇଁ ଆମନ୍ତ୍ରଣ କରିଛନ୍ତି ନବୀନ । ନିର୍ବାଚନ ବେଳେ ନବୀନ ଦେଇଥିବା କଥାକୁ ଭୁଲିନାହାନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପିର ଅନ୍ୟ ବରିଷ୍ଠ ନେତାଙ୍କୁ ମଧ୍ୟ ଆମନ୍ତ୍ରଣ କରିଛନ୍ତି ନବୀନ ।
ନରେନ୍ଦ୍ର ଏପ୍ରିଲ୍ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଧୂମ୍ ବର୍ଷିଥିଲେ । ନବୀନ ସରକାରଙ୍କ ବିଦାୟ ବେଳା ଆସିଗଲା ବୋଲି ଜୋର୍ ଲଗାଇଥିଲେ । ଓଡ଼ିଶାରୁ ବିଜେଡ଼ି ସରକାର ଗଲା ପରେ ସେ ପୁଣି ଓଡ଼ିଶା ଆସିବେ ବୋଲି ମୋଦି ପ୍ରତିଶ୍ରୁତି ଦେଇ ଫେରିଥିଲେ । ତା’ ପରଦିନ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ପ୍ରଚାର ସଭାରେ ମୋଦିଙ୍କୁ ଅତ୍ୟନ୍ତ ବିନମ୍ରତାର ସହ ଜବାବ ଦେଇଥିଲେ । ନବୀନ କହିଥିଲେ,

“ତୃତୀୟ ପର୍ଯ୍ୟାୟ ଭୋଟ ପରେ ଓଡ଼ିଶାବାସୀଙ୍କ ଆର୍ଶିବାଦରେ ବିଜେଡ଼ି ବହୁ ମତ ପାଇସାରିଲାଣି । ବିଜେଡ଼ି ସରକାରର ଶପଥ ଗ୍ରହଣ ଉତ୍ସବରେ ଅତିଥି ଭାବରେ ଯୋଗଦେବାକୁ ମୋଦିଜୀଙ୍କୁ ନମ୍ରତାର ସହ ମୋର ଅନୁରୋଧ ।”

ନବୀନଙ୍କ ଏହି ଦମ୍ଭୋକ୍ତିକୁ ଅତି କଠୋର ଭାଷାରେ ସମାଲୋଚନା କରିବା ସହ ତାଙ୍କୁ ନିର୍ଘାତ୍ କଟାକ୍ଷ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ନବୀନ ପଟ୍ଟନାୟକଙ୍କୁ ମିଛର ସୌଦାଗର ବୋଲି ଧର୍ମେନ୍ଦ୍ର ଅଭିହିତ କରିବା ସହ ୨୦ ବର୍ଷ ଧରି ସେ ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଥିବା କହିଥିଲେ । ଧର୍ମେନ୍ଦ୍ର କହିଥିଲେ,

“ଓଡ଼ିଶାରେ ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ନବୀନ ବାବୁଙ୍କୁ ଆମନ୍ତ୍ରଣ କରିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରେ ବସିବାକୁ ନବୀନ ବାବୁଙ୍କ ପାଇଁ ସିଟ୍ ବ୍ୟବସ୍ଥା ମୁଁ କରେଇଦେବି ।”

ତେବେ ନିର୍ବାଚନ ଫଳ ଆସିବା ପରେ ଆଜି କିଏ କାହା ପାଇଁ ସିଟ୍ ବ୍ୟବସ୍ଥା କରିବାକୁ ଯାଉଛନ୍ତି ତାହା ଓଡ଼ିଶାବାସୀଙ୍କୁ ଅଛପା ନାହିଁ । ଦୁଇ ତୃତୀୟାଂଶ ଆସନ ସହ ପଞ୍ଚମ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବାକୁ ଯାଉଥିବା ନବୀନ ପଟ୍ଟନାୟକ ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଆଉ ଏହି ଅବସରରେ ମୋଦୀଙ୍କ ଉପସ୍ଥିତି କାମନା କରି ଭାଷଣ ଛଳରେ ଆଗୁଆ ଆମନ୍ତ୍ରଣ କରିଥିବା ନବୀନ ଆଜି ତାଙ୍କୁ ଆମନ୍ତ୍ରଣ ପତ୍ର ପଠାଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ବି ଆମନ୍ତ୍ରଣ କରିବାକୁ ଭୁଲିନାହାନ୍ତି ନବୀନ । ସମସ୍ତ ସାଂସଦ, ବିଧାୟକଙ୍କ ସମେତ ସବୁଦଳର ତୁଙ୍ଗ ନେତାଙ୍କୁ ଶପଥ ଗ୍ରହଣ ଉତ୍ସବକୁ ଆମନ୍ତ୍ରଣ କରିଛନ୍ତି ନବୀନ ।
ମୋଦିଙ୍କ ଛଡ଼ା ଅନ୍ୟ କେଉଁ ଜାତୀୟ ନେତାଙ୍କୁ ଆମନ୍ତ୍ରଣ କରିନାହାନ୍ତି ନବୀନ । ତେବେ ମେକ ଇନ ଓଡ଼ିଶାରେ ଭାଗ ନେଇଥିବା ଦେଶର ପ୍ରତିଷ୍ଠିତ ଶିଳ୍ପପତି ରତନ ଟାଟା, ମୁକେଶ ଅମ୍ବାନୀ, ନବୀନ ଜିନ୍ଦଲ ପ୍ରଭୃତିଙ୍କୁ ଶପଥ ଗ୍ରହଣ ଉତ୍ସବକୁ ଆମନ୍ତ୍ରିତ କରାଯାଇଛି ।
ସୂଚନାଯୋଗ୍ୟ, ନିର୍ବାଚନ ପ୍ରଚାର ବେଳେ ଶପଥ ଗ୍ରହଣ ଉତ୍ସବ ଆମନ୍ତ୍ରଣକୁ ନେଇ ସୋସିଆଲ୍ ମିଡ଼ିଆରେ ବେଶ୍ ଗରମ ଚର୍ଚ୍ଚା ହୋଇଥିଲା । ବିଜେଡ଼ି ଓ ବିଜେପି ପକ୍ଷରୁ ନିମନ୍ତ୍ରଣ ପତ୍ର ଭାଇରାଲ୍ ହୋଇଥିଲା ।

Previous Post

ଅଧିକ ଧନଶାଳୀ, ବଳଶାଳୀ: ୬୭ ବିଧାୟକଙ୍କ ନାଁରେ ଅପରାଧିକ ମାମଲା

Next Post

ରାଜନୀତିକୁ ଆସିବେନି ଅରୁଣ ପଟ୍ଟନାୟକ

Next Post
ରାଜନୀତିକୁ ଆସିବେନି ଅରୁଣ ପଟ୍ଟନାୟକ

ରାଜନୀତିକୁ ଆସିବେନି ଅରୁଣ ପଟ୍ଟନାୟକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA