ନୂଆଦିଲ୍ଲୀ: ମୋଦି ସରକାରରେ ଦୀର୍ଘ ୭ ବର୍ଷ ଧରି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରୁ ତାହା କାଢ଼ି ନିଆଯାଇଛି । ଇସ୍ପାତ ଓ ଖଣି ମନ୍ତ୍ରଣାଳୟ ମଧ୍ୟ ହରାଇଛନ୍ତି । ତାଙ୍କୁ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗ ବିଭାଗର ଦାୟିତ୍ୱ ଦିଆଯାଇଛି । ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ପାଇଛନ୍ତି ହରଦୀପ ସିଂହ ପୁରୀ ।
ଅନ୍ୟପକ୍ଷରେ ଓଡ଼ିଶାରୁ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇ ମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ଗୁରୁତ୍ୱପୂର୍ଣ୍ଣ ରେଳ ବିଭାଗର ଦାୟିତ୍ୱ ଦିଆଯାଇଛି । ସେ ରେଳ ମନ୍ତ୍ରଣାଳୟ ଓ ଆଇଟି ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି । ରେଳ ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ପିୟୂଷ ଗୋୟଲ୍ ଙ୍କୁ ବୟନ ଶିଳ୍ପ ବିଭାଗ ଦାୟିତ୍ୱ ଦିଆଯାଇଛି ।
ହର୍ଷବର୍ଦ୍ଧନଙ୍କ ଜାଗାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦାୟିତ୍ୱ ପାଇଛନ୍ତି ମନସୁଖ ମାଣ୍ଡଭ୍ୟ । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଗୁରୁତ୍ୱପୂର୍ଣ୍ଣ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦାୟିତ୍ୱ ଦିଆଯାଇଛି ।
ଓଡ଼ିଶାର ବିଶ୍ୱେଶ୍ୱର ଟୁଡୁଙ୍କୁ ଆଦିବାସୀ ବ୍ୟାପାର ବିଭାଗ ଏବଂ ଜଳଶକ୍ତି ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି । ଗୁରୁତ୍ୱପୂର୍ଣ୍ଣ ବୈଦେଶିକ ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି ମିନାକ୍ଷୀ ଲେଖି ।
କିଏ କେଉଁ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ
ରାଜନାଥ ସିଂହ- ପ୍ରତିରକ୍ଷା
ଅମିତ ଶାହା- ଗୃହ, ସମବାୟ
ନୀତିନ ଗଡ଼କରୀ- ଭୂପୃଷ୍ଠ ପରିବହନ ଏବଂ ହାଇୱେ
ନିର୍ମଳା ସୀତାରମଣ- ଅର୍ଥ, ସମବାୟ ବ୍ୟାପାର
ନରେନ୍ଦ୍ର ସିଂହ ତୋମାର- କୃଷି ଓ କୃଷକ କଲ୍ୟାଣ
ଡ. ସୁବ୍ରମଣ୍ୟମ୍ ଜୟଶଙ୍କର- ବୈଦେଶିକ ବ୍ୟାପାର
ଅର୍ଜୁନ ମୁଣ୍ଡା- ଆଦିବାସୀ ବ୍ୟାପାର
ସ୍ମୃତି ଇରାନୀ- ମହିଳା ଓ ଶିଶୁ କଲ୍ୟାଣ
ପିୟୁଷ ଗୋୟଲ- ବାଣିଜ୍ୟ ଏବଂ ଶିଳ୍ପ, ଖାଉଟୀ, ଖାଦ୍ୟ, ବଣ୍ଟନ, ବୟନ
ଧର୍ମେନ୍ଦ୍ର ପ୍ରଧାନ- ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ
ପ୍ରହଲ୍ଲାଦ ଯୋଶୀ- ସଂସଦୀୟ ବ୍ୟାପାର, କୋଇଲା ଓ ଖଣି
ନାରାୟଣ ଟାଟୁ ରାଣେ- ଏମଏସଏମଇ
ସର୍ବାନନ୍ଦ ସୋନୱାଲ- ବନ୍ଦର, ଜାହାଜ ଚଳାଚଳ ଏବଂ ଆୟୁଷ ମନ୍ତ୍ରଣାଳୟ
ମୁକ୍ତାର ଆବାସ୍ ନାକଭୀ- ସଂଖ୍ୟାଲଘୁ ବ୍ୟାପାର
ଡ. ବୀରେନ୍ଦ୍ର କୁମାର- ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ
ଗିରିରାଜ ସିଂହ- ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ
ଜ୍ୟୋତିରାଦିତ୍ୟ ସିନ୍ଧିଆ- ବେସାମରିକ ବିମାନ ଚଳାଚଳ
ରାମଚନ୍ଦ୍ର ପ୍ରସାଦ ସିଂହ- ଇସ୍ପାତ
ଅଶ୍ୱିନୀ ବୈଷ୍ଣବ- ରେଳ, ଯୋଗାଯୋଗ, ଆଇଟି
ପଶୁପତି କୁମାର ପାରସ- ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ
ଗଜେନ୍ଦ୍ର ସିଂହ ଶେଖାୱତ୍- ଜଳଶକ୍ତି
କିରେନ୍ ରୁଜ୍ଜୁ- ଆଇନ ଓ ନ୍ୟାୟ
ରାଜ କୁମାର ସିଂହ- ଶକ୍ତି
ହରଦୀପ ସିଂହ ପୁରୀ- ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍, ସହରାଞ୍ଚଳ
ମନସୁଖ ମାଣ୍ଡଭ୍ୟ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ରସାୟନ ଓ ସାର
ଭୂପେନ୍ଦ୍ର ଯାଦବ- ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ନିଯୁକ୍ତି
ଡ. ମହେନ୍ଦ୍ର ନାଥ ପାଣ୍ଡେ- ଭାରି ଶିଳ୍ପ
ପରଷୋତ୍ତମ ରୁପାଲା- ମତ୍ସ୍ୟ, ପଶୁପାଳନ
ଜି.କିଷାନ ରେଡ୍ଡୀ- ସଂସ୍କୃତି, ପର୍ଯ୍ୟଟନ ଏବଂ ଉତ୍ତର ପୂର୍ବାଞ୍ଚଳ ଉନ୍ନୟନ
ଅନୁରାଗ ସିଂହ ଠାକୁର- ସୂଚନା ଓ ପ୍ରସାରଣ, କ୍ରୀଡ଼ା ଓ ଯୁବ ବ୍ୟାପାର
ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ)
ରାଓ ଇନ୍ଦରଜିତ୍ ସିଂହ- ପରିସଂଖ୍ୟାନ, କାର୍ଯ୍ୟକ୍ରମ ରୂପାୟନ, ଯୋଜନା, କର୍ପୋରେଟ ବ୍ୟାପାର
ଡ. ଜିତେନ୍ଦ୍ର ସିଂହ- ବିଜ୍ଞାନ ଏବଂ କାରିଗରୀ କୌଶଳ, ଭୂ ବିଜ୍ଞାନ, ପ୍ରଧାନମନ୍ତ୍ରୀଙ୍କ ଅଫିସ, ସାଧାରଣ ଅଭିଯୋଗ, ପେନସନ୍, ପରମାଣୁ ଶକ୍ତି ଏବଂ ସ୍ପେସ୍