ନୂଆଦିଲ୍ଲୀ: ଉତ୍କଣ୍ଠାର ଅବସାନ । ଅଲିମ୍ପକ୍ସ ପୁରୁଷ ହକି ସେମି ଫାଇନାଲ୍ ରେ ହାରିଯାଇଛି ଭାରତ । ଶକ୍ତିଶାଳୀ ବେଲଜିୟମ୍ ଦଳ ଭାରତକୁ ୫-୨ ଗୋଲ୍ ରେ ପରାସ୍ତ କରି ଫାଇନାଲ୍ କୁ ଯାଇଛି । ଆଜି ଆରମ୍ଭରୁ ମ୍ୟାଚ୍ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା ଏବଂ ଉଭୟ ଦଳ ପରିଷ୍ପରର କଡ଼ା ମୁକାବିଲା କରିଥିଲେ । ଭାରତ ପକ୍ଷରୁ ହରମନ ପ୍ରୀତ ଏବଂ ମନଦୀପ ସିଂ ଦୁଇଟି ଚମତ୍କାର ଗୋଲ୍ ଦେଇଥିଲେ । ତେବେ ବେଲଜିୟମ୍ ଦଳର କୌଶଳ ଓ ଚମତ୍କାରିତା ଆଗରେ ଭାରତୀୟ ଦଳ ସକ୍ଷମ ହୋଇ ନ ଥିଲେ । ୫-୨ ଗୋଲ୍ ରେ ସେମାନେ ମ୍ୟାଚ୍ ଜିତି ଯାଇଥିଲେ । ଏଥିସହ ଭାରତୀୟ ପୁରୁଷ ହକି ଦଳର ଅଲମ୍ପିକ୍ସ ଫାଇନାଲ୍ ଖେଳିବାର ସ୍ୱପ୍ନ ମଉଳିଯାଇଛି । ତେବେ ବ୍ରୋଞ୍ଜ ପଦକ ହାସଲ ପାଇଁ ଭାରତ ପାଇଁ ସୁଯୋଗ ରହିଛି ।