Tuesday, March 2, 2021 04:39 PM
  • About
  • Advertise
  • Careers
  • Contact
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେପି ଯୁବମୋର୍ଚ୍ଚା ନେତା ଗିରଫ

ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରେ ଆକ୍ରମଣ

by Our Correspondent
18 Jan, 2121- 07:15 PM
in Latest News, News
1 min read
0
ବିଜେପି ଯୁବମୋର୍ଚ୍ଚା ନେତା ଗିରଫ
Share on FacebookShare on Twitter

ଭୁୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରେ ହମଲା କରିଥିବା ଦୁର୍ବୃତ୍ତ ଚିହ୍ନଟ ହୋଇଛନ୍ତି । ଗ୍ୟାଙ୍ଗ୍ ଲିଡର ହେଉଛନ୍ତି କେନ୍ଦୁଝର ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ସଞ୍ଜୟ ମହାନ୍ତି । ମାତାଲ ସଞ୍ଜୟ ଏବଂ ତାଙ୍କର ବନ୍ଧୁମାନେ ପିସିସି ସଭାପତିଙ୍କ ଗାଡ଼ିକୁ ଅଟକାଇ ତାଙ୍କ ଡ୍ରାଇଭର ଓ ସୁରକ୍ଷାକର୍ମୀଙ୍କୁ ପିଟିଥିଲେ । ଆଜି ସଞ୍ଜୟଙ୍କୁ ପୁଲିସ ଗିରଫ କରି ଜେଲ୍ ପଠାଇଛି । ଅନ୍ୟମାନଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ପୁଲିସ କହିଛି ।

ସଞ୍ଜୟଙ୍କ ଗିରଫ ପରେ ବିଜେପି ନେତାଙ୍କ ଅକଲ ଗୁଡୁମ୍ ହୋଇଛି । ବିଜେଡ଼ି ବିରୋଧରେ ରାଜନୈତିକ ହିଂସାକୁ ଅସ୍ତ୍ର କରି ରାଜ୍ୟରେ ହଟଚମଟ କରୁଥିବା ବିଜେପି ନିଜେ ସେହି ରାସ୍ତାରେ ବୋଲି ପ୍ରମାଣିତ କରିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ଦଳର ବରିଷ୍ଠ ନେତୃବର୍ଗ ବିଜେପି ଉପରେ ବର୍ଷିଛନ୍ତି । ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ପ୍ରତିବାଦ ଆନେ୍ଦାଳନ ଆରମ୍ଭ ହୋଇଛି ।

ଅନ୍ୟପକ୍ଷରେ ବିଜେଡ଼ି ଏହି ଘଟଣାକୁ ନିନ୍ଦା କରିବା ସହ ବିଜେପିର ଏଭଳି ହୀନ କାର୍ଯ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି । ଓଡ଼ିଶାରେ ବିଜେପି ତ୍ରିପୁରା ମଡେଲ୍ ଆପଣେଇଥିବା ଦଳର ମୁଖପାତ୍ର ଲେଲିନ୍ ମହାନ୍ତି କହିଛନ୍ତି । ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ଏହା ବିଜେପି ନେତାଙ୍କ ଅସଲ ରଙ୍ଗ ପଦାକୁ ଆଣିଛି । ଗଣତନ୍ତ୍ର ଓ ସଭ୍ୟ ସମାଜରେ ହିଂସାର ସ୍ଥାନ ନାହିଁ ବୋଲି ପ୍ରଣବ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ଲଜ୍ଜାର କଥା, ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଦଳ ଉପରୁ ଦୋଷ ଝାଡ଼ିବାକୁ ସଂପୃକ୍ତ ଆକ୍ରମଣକାରୀ ସଞ୍ଜୟ ମହାନ୍ତିଙ୍କୁ ପର କରିଦେଇଛନ୍ତି । ସେ ବିଜେପି ଯୁବମୋର୍ଚ୍ଚାରେ ନାହାନ୍ତି ବୋଲି ଗଣମାଧ୍ୟମରେ ସଫେଇ ଦେଇଛନ୍ତି । ତେବେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏଭଳି ଘଟଣାକୁ ନିନ୍ଦା କରି ଟ୍ୱିଟ୍ କରିଛନ୍ତି ।

ସୂଚନାଥାଉକି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗତକାଲି ଭୁବନେଶ୍ୱରରୁ କେନ୍ଦୁଝର ଯାଉଥିଲେ । ସଂଧ୍ୟା ପ୍ରାୟ ୮ଟା ବେଳେ କେନ୍ଦୁଝର ସହରର କାଶୀପୁର ଅତିକ୍ରମ କରୁଥିଲା ବେଳେ ପଛପଟୁ ଦୁବୃର୍ତ୍ତ ଏକ ବୋଲେରୋ ଦ୍ରୁତ ଗତିରେ ଆସି ସେମାନଙ୍କ ଗାଡ଼ିକୁ ଅଟକାଇଥିଲେ । ସମସ୍ତେ ମଦ ପିଇ ମାତାଲ୍ ଅବସ୍ଥାରେ ଥିଲେ । କାହିଁକି ଗାଡିକୁ ଓଭରଟେକ୍ କଲ ବୋଲି ଅଭଦ୍ର ଭାଷାରେ ଗାଳି କରିବା ସହ ଡ୍ରାଇଭରର ସାର୍ଟ କଲର୍ ଧରି ମୁଥ ମାରିଥିଲେ । ଶ୍ରୀ ପଟ୍ଟନାୟକଙ୍କ ପିଏସଓ ରାଜେଶ ସିଂହଙ୍କୁ ମଧ୍ୟ ଗାଡ଼ି ଭିତରୁ ଟାଣି ଆଣି ପ୍ରବଳ ପିଟିଥିଲେ ।

ଗାଡ଼ିରେ ବସିଥିବା ନିରଞ୍ଜନ ପଟ୍ଟନାୟକ ପ୍ରଥମେ କିଛି ବୁଝି ପାରି ନ ଥିଲେ । ମଦ ପିଇ ମାତାଲ୍ ହୋଇଥିବାରୁ ଯୁବକମାନେ ଏମିତି ଉତ୍ପାତ କରୁଛନ୍ତି ବୋଲି ଭାବି ନେଇଥିଲେ । ଦୁବୃର୍ତ୍ତଙ୍କ ପିଛା ମାତ୍ର ଗ୍ୟାଙ୍ଗ ଲିଡର୍ ସଞ୍ଜୟ ମହାନ୍ତି ବିଜେପି ଯୁବମୋର୍ଚ୍ଚା ନେତା ବୋଲି ଜଣାପଡିବା ପରେ ଏହି ଆକ୍ରମଣ ପଛରେ ରାଜନୈତିକ ପ୍ରତିହିଂସା ଥିବା ସେ କହିଛନ୍ତି । ଗତକାଲିର ଏହି ଘଟଣା ପରେ କେନ୍ଦୁଝର କଂଗ୍ରେସ ଶିବିରରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି ।

Previous Post

ଆରପାରିରେ ସମାଜସେବୀ ଲଳିତ ନାୟକ

Next Post

ଆର୍ମି ଭାଇସ୍ ଚିଫ୍ ପଦରେ ଓଡ଼ିଆ ଅଫିସର

Next Post
ଆର୍ମି ଭାଇସ୍ ଚିଫ୍ ପଦରେ ଓଡ଼ିଆ ଅଫିସର

ଆର୍ମି ଭାଇସ୍ ଚିଫ୍ ପଦରେ ଓଡ଼ିଆ ଅଫିସର

Leave a Reply Cancel reply

Your email address will not be published. Required fields are marked *

RECOMMENDED NEWS

ଭରସା ପାଉନି: ୧୨୦ରୁ ୭୮କୁ ଖସିଲେ ଧର୍ମେନ୍ଦ୍ର

ଭରସା ପାଉନି: ୧୨୦ରୁ ୭୮କୁ ଖସିଲେ ଧର୍ମେନ୍ଦ୍ର

3 years ago
ମହାନଦୀ ନାଁରେ ବିଜେଡ଼ିର ଚାଲବାଜି

ମହାନଦୀ ନାଁରେ ବିଜେଡ଼ିର ଚାଲବାଜି

4 years ago
ଖରାଛୁଟି ବଢ଼ିଲା, ମନ୍ତ୍ରୀ ଜାଣିଲେନି

ଖରାଛୁଟି ବଢ଼ିଲା, ମନ୍ତ୍ରୀ ଜାଣିଲେନି

2 years ago
ଚାଷୀଙ୍କ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠିତ

ଚାଷୀଙ୍କ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠିତ

2 years ago
  • 1.3k Fans

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week

BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    2971 shares
    Share 1188 Tweet 743
  • ଅର୍ଗସ୍ ରୁ ତଡା ଖାଇଲେ ବିଭୂ ରଥ

    1638 shares
    Share 655 Tweet 410
  • ଓଟିଭି ଛାଡ଼ିଲେ ସାମ୍ବାଦିକ ରମେଶ ରଥ

    1349 shares
    Share 540 Tweet 337
  • ଡିଜିପିଙ୍କ ବାଟ ଓଗାଳିବାକୁ ପଣ୍ଡା କମ୍ପାନୀର ଚାଲ୍!

    1187 shares
    Share 475 Tweet 297
  • ସମ କୋଭିଡ ହସ୍ପିଟାଲ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

    1143 shares
    Share 457 Tweet 286
Mid Day Odisha

MiddayOdisha fills a gap in local media for the numerous speakers living and visiting Odisha and outside Odisha.

Follow us on social media:

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020 MIDDAY ODISHA