ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପୁଣି ସରକାର ଗଢ଼ିବେ ମମତା ବାନାର୍ଜୀ । ଅଧିକାଂଶ ଗଣମାଧ୍ୟମ ସଂସ୍ଥାର ଏକଜିଟ୍ ପୋଲ୍ ରେ ଏହି ପୂର୍ବାନୁମାନ ଦିଆଯାଇଛି । ସେହିଭଳି କେରଳରେ ପିନାରାୟୀ ବିଜୟନ୍ ଏବଂ ଆସାମରେ ସର୍ବାନନ୍ଦ ସୋନାୱାଲା ସରକାର ପୁଣି କ୍ଷମତାକୁ ଫେରୁଥିବା ବେଳେ ତାମିଲନାଡୁରେ କ୍ଷମତାସୀନ ଏଆଇଏଡିଏକେ ମେଣ୍ଟ ଚିତପଟାଙ୍ଗ ମାରିବ । ତାମିଲନାଡୁରେ ଡିଏମକେ-କଂଗ୍ରେସ ମେଣ୍ଟ ସ୍ପଷ୍ଟ ବହୁମତ ପାଇ ସରକାର ଗଢ଼ିବ । ପୁଡୁଚେରୀରେ ଏନଡିଏ ମେଣ୍ଟ ସରକାର ଗଢ଼ିବ ବୋଲି ଏକଜିଟ୍ ପୋଲ୍ କହୁଛି ।
ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସଂଖ୍ୟାଗରିଷ୍ଠ ଆସନ ପାଇ ପୁନର୍ବାର ସରକାର ଗଢ଼ିବାର ସମ୍ଭାବନା ଅଧିକ । ଏବିପି ସି-ଭୋଟର, ସିଏନଏନ ନ୍ୟୁଜ ୧୮, ଇଟିଜି ରିସର୍ଚ୍ଚ ଏବଂ ପି-ମାର୍କ ସଂସ୍ଥାର ଏକଜିଟ୍ ପୋଲ୍ ରେ ତୃଣମୂଳ କଂଗ୍ରେସକୁ ସ୍ପଷ୍ଟ ବହୁମତ ଦିଆଯାଇଛି । ରିପବ୍ଲିକ୍ ଟିଭି-ସିଏନଏକ୍ସ ସର୍ଭେରେ ମମତାଙ୍କ ଟିଏମସିକୁ ୧୨୮ରୁ ୧୩୮ ସିଟ୍ ଏବଂ ବିଜେପିକୁ ୧୩୮ରୁ ୧୪୮ ସିଟ୍ ଦିଆଯାଇଛି । ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇଁ ଇଣ୍ଡିଆ ସର୍ଭେରେ ଟିଏମସି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଇଛି । ଟିଏମସିକୁ ୧୩୦ରୁ ୧୫୬ ଏବଂ ବିଜେପିକୁ ୧୩୪ରୁ ୧୬୦ ଆସନ ଦିଆଯାଇଛି ।
ଏହି ୫ ଟି ରାଜ୍ୟରେ ଆସନ୍ତା ୨ ତାରିଖ ଦିନ ଭୋଟ ଗଣତି ହୋଇ ଫଳାଫଳ ବାହାରିବ ।
ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ଫଳାଫଳ
ପଶ୍ଚିମବଙ୍ଗ
ETG Research
TMC: 164-176
BJP: 105-115
Congress-Left alliance:10-15
P-MARQ
TMC:152-172
BJP:112-132
Congress-Left alliance:10-20
ABP C-Voter
TMC:152-164
BJP:109-121
Congress-Left alliance:14-25
CNN News 18
TMC:162
BJP:115
Congress-Left alliance:15
Republic TV-CNX
TMC:128-138
BJP:138-148
Congress-Left alliance:11-21
India Today-Axis My India
TMC:130-156
BJP:134-160
ଆସାମ
ABP-C Voter
NDA:58-71
Congress+: 53-66
Others: 0-5
India Today-Axis My India
BJP alliance:75-85
Cong alliance:40-50
Others:1-4
Republic TV-CNX
BJP alliance:74-84
Cong alliance:40-50
Others:1-3
କେରଳ
ABP-C Voter
LDF: 71-77
UDF:62-68
India Today-My Axis India
LDF:104-120
UDF:20-36
Republic TV-CNX
LDF:72-80
UDF:58-64
ତାମିଲନାଡୁ
Republic TV-CNX
DMK aliiance:160-170
AIADMK alliance:58-68
P-MARQ
DMK alliance:165-190
AIADMK alliance-40-65
ପୁଡୁଚେରୀ
Republic-CNX
NDA:16-20
SDA:11-13
ABP-C Voter
NDA:19-23
SDA:6-10