ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ଆଜି ଏକ ଅଦଳ ବଦଳ ହୋଇଛି । ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ଜେଲ୍ ବିଭାଗ ଆଇଜି ଭାବେ ବଦଳି କରାଯାଇଛି । ଉତ୍ତରାଞ୍ଚଳ ଆଇଜି ନରସିଂହ ଭୋଳ କେନ୍ଦ୍ରାଞ୍ଚଳ ଆଇଜି ଭାବେ କଟକରେ ଅବସ୍ଥାପିତ ହୋଇଛନ୍ତି । ଜେଲ୍ ଆଇଜି ହିମାଂଶୁ କୁମାର ଲାଲଙ୍କୁ ପୂର୍ବାଞ୍ଚଳ ଆଇଜି ଭାବେ ବାଲେଶ୍ୱରକୁ ବଦଳି କରାଯାଇଛି । କେନ୍ଦ୍ରୀୟ ଡେପୁଟେସନ୍ ରୁ ଫେରିଥିବା ଡ. ଦୀପକ କୁମାରଙ୍କୁ ଉତ୍ତରାଞ୍ଚଳ ଡିଆଇଜି ଭାବେ ସମ୍ବଲପୁରରେ ଅବସ୍ଥାପିତ କରାଯାଇଛି । ଭୁବନେଶ୍ୱର ଡିସିପି ମୁଖ୍ୟାଳୟରେ ଥିବା ରାଜକିଶୋର ପାଇକରାୟ(ଓପିଏସ) ଙ୍କୁ ଦେବଗଡ଼ ଏସପି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଭୁବନେଶ୍ୱର ଅତିରିକ୍ତ ଡିସିପି ଡି.ପି.ତ୍ରିପାଠୀ(ଓପିଏସ)ଙ୍କୁ କଟକ ଏସଆରପି ଭାବେ ନିଯୁକ୍ତି ଦିଆଯାଇଛି ।
ସେହିଭଳି ଆଇଏଫଏସ୍ ସ୍ତରରେ ମଧ୍ୟ ବଡ଼ଧରଣର ଅଦଳବଦଳ ହୋଇଛି । ଏଥିରେ ୨୫ ଜଣ ଜଙ୍ଗଲ ବିଭାଗ ଅଫିସର ବଦଳି ହୋଇଛନ୍ତି ।
ଏସ.କେ.ପୋପଲି-ପିସିସିଏଫ(କେନ୍ଦୁପତ୍ର)
ଶ୍ରୀମତୀ ଉମା ନନ୍ଦୁୁରୀ-ଏପିସିସିଏଫ୍(ଏଫସି)
ପ୍ରେମ କୁମାର ଝା-ଏପିସିସିଏଫ(ପିପି ଆଣ୍ଡ ଏ)
ରମେଶ ଚନ୍ଦ୍ର ସେଠୀ-ସିସିଏଫ୍(ପିସିସିଏଫ)
ଅମିତାଭ ବ୍ରହ୍ମା- ସିସିଏଫ(ପି ଆଣ୍ଡ ଏ)
ସୁୁଦର୍ଶନ ପାତ୍ର-ସିଏଫ(କେନ୍ଦୁପତ୍ର), କଟକ ସର୍କଲ
ଅଶ୍ୱିନୀ କୁମାର କର-ଆରସିସିଏଫ(ଇନଚାର୍ଜ), ଭବାନୀପାଟଣା ସର୍କଲ
ଅରୁଣ କୁମାର ମିଶ୍ର-ଆରସିସିଏଫ(ଇନଚାର୍ଜ), ରାଉରକେଲା ସର୍କଲ
ସୁଦୀପ ନାୟକ-ନିର୍ଦ୍ଦେଶକ, ଓଏଫଆରସି, ଅନୁଗୁଳ
ପ୍ରସନ୍ନ କୁମାର ସାହୁ-ସିଏଫ(କେନ୍ଦୁପତ୍ର), ସମ୍ବଲପୁର
ମିହିର କୁମାର ବିଶ୍ୱାଳ- ସିଏଫ(ପିସିସିଏଫ)
କେଦାର କୁମାର ସ୍ୱାଇଁ-ସିଏଫ(ପିସିସିଏଫ)
ପ୍ରଦୀପ୍ତ କୁମାର ସାହୁ-ସିଏଫ(ପିସିସିଏଫ)
ବିକାଶ ରଞ୍ଜନ ଦାସ-ସିଏଫ(ପିସିସିଏଫ)(ଡବ୍ଲୁଏଲ)
ସତ୍ୟନାରାୟଣ ବେହୁରା-ସିଏଫ(ପିସିସିଏଫ)(ଡବ୍ଲୁଏଲ)
ଦିଲ୍ଲୀପ କୁମାର ସ୍ୱାଇଁ-ସିଏଫ(ପିସିସିଏଫ)
ହର୍ଷ ବର୍ଦ୍ଧନ ଉଦଗାତା-ଡିସିଏଫ(ମୁଖ୍ୟାଳୟ)(ପିସିସିଏଫ)
ଡକ୍ଟର ସଂଜିତ୍ କୁମାର-ଉପନିର୍ଦ୍ଦେଶକ, ନନ୍ଦନକାନନ
ସଞ୍ଜୟ କୁମାର ସ୍ୱାଇଁ-ଡିଏଫଓ, କଟକ
ଭି.ନୀଲାନଭର-ଡିଏଫଓ, ସମ୍ବଲପୁର
ଡକ୍ଟର ଯଜ୍ଞଦତ୍ତ ପତି-ଡିଏଫଓ(ବନ୍ୟଜନ୍ତୁ), ରାଜନଗର
ନୀତିଶ କୁମାର-ଡିଏଫଓ, ବଲାଙ୍ଗୀର
ଏମ.ପି.ଦେବୀଦାସ-ଡିଏଫଓ, ସୁନ୍ଦରଗଡ଼
ସନ୍ଦୀପ ପ୍ରାଟ୍ଟୀ-ଡିଏଫଓ,କଳାହାଣ୍ଡି(ଉତ୍ତର ଡିଭିଜନ୍)
ପ୍ରତାପ କୋଟାପାଲ୍ଲୀ-ଡିଏଫଓ, ମାଲକାନଗିରି