Tuesday, March 2, 2021 05:10 PM
  • About
  • Advertise
  • Careers
  • Contact
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନ ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀ

ଏବିପି-ସି ଭୋଟର 'ଦେଶ କା ମୁଡ୍'

by Our Correspondent
15 Jan, 2121- 11:26 PM
in Latest News, News, Politics
1 min read
0
ନବୀନ ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀ
Share on FacebookShare on Twitter

ଭୁବନେଶ୍ୱର: ଜାତୀୟସ୍ତରରେ ପୁଣି ଚମକିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକପ୍ରିୟତାରେ ଦେଶରେ ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି । ଏବିପି-ସି ଭୋଟର ସର୍ଭେରେ ନବୀନଙ୍କୁ ଏହି ମାନ୍ୟତା ମିଳିଛି । କୋଭିଡ ସଫଳ ପରିଚାଳନା, ଆର୍ଥିକ ଦୂରାବସ୍ଥା ଦୂର ଏବଂ ଚାଷୀଙ୍କ ସମସ୍ୟା ସମାଧାନ ଦିଗରେ ନବୀନଙ୍କ ପରାକାଷ୍ଠା ଏହି ସର୍ଭେରୁ ପ୍ରତିଫଳିତ ହୋଇଛି । ଲୋକପ୍ରିୟତା ତାଲିକାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

୨୦୨୧ ମସିହାର ଏହା ହେଉଛି ପ୍ରଥମ ରାଜନୈତିକ ସର୍ଭେ ରିପୋର୍ଟ । କୋଭିଡ ପରିସ୍ଥିତି, ଆର୍ଥିକ ଦୂରାବସ୍ଥା, ଚାଷୀ ସମସ୍ୟା ଆଦି ପ୍ରସଙ୍ଗ ଭାରତବର୍ଷକୁ ଆଚ୍ଛାଦିତ କରି ରଖିଥିଲା ବେଳେ ଦେଶବାସୀଙ୍କ ମୁଡ ଜାଣିବା ପାଇଁ ଏବିପି-ସି ସର୍ଭେ ଜନମତ ସଂଗ୍ରହ କରାଯାଇଥିଲା । ଆଶ୍ଚର୍ଯ୍ୟର କଥା କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବାଧିକ ଲୋକ ପସନ୍ଦ କରୁଥିଲା ବେଳେ ରାଜ୍ୟଗୁଡ଼ିକର ସ୍ଥିତି କିନ୍ତୁ ଭିନ୍ନ । ଟପ୍ ଟେନ୍ ମୁଖ୍ୟମନ୍ତ୍ରୀ ତାଲିକାରେ ୭ ଜଣ ବିରୋଧୀ କ୍ୟାମ୍ପର୍ ସ୍ଥାନ ପାଇଛନ୍ତି । ରୋଚକ କଥା ହେଉଛି, ଖରାପ ପ୍ରଦର୍ଶନକାରୀ ଟପ୍ ଟେନ୍ ମୁଖ୍ୟମନ୍ତ୍ରୀ ତାଲିକାରେ ୭ ଜଣ ଅଛନ୍ତି ଏନଡିଏ ଏବଂ ସହଯୋଗୀ ଦଳର ।

ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ ପ୍ରଥମ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଦ୍ୱିତୀୟରେ ଥିବା ବେଳେ ତୃତୀୟ ସ୍ଥାନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ, ଚତୁର୍ଥରେ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ୍, ପଞ୍ଚମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକୁର, ଷଷ୍ଠରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ସପ୍ତମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଅଷ୍ଟମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ, ନବମରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏବଂ ଦଶମ ସ୍ଥାନରେ ଅଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ।

ତାଲିକାର ସବାତଳେ ଅଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ୍ । ତାଙ୍କ ପଛକୁ ପଛ ଅଛନ୍ତି ହରିଆନା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ।

କୋଭିଡ୍ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ୭୯% ଲୋକ ସନ୍ତୁଷ୍ଟ ଅଛନ୍ତି । ମୋଟାମୋଟି ଭାବେ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ କାର୍ଯ୍ୟକୁ ୭୧% ଲୋକ ପସନ୍ଦ କରିଥିବା ବେଳେ ୨୬% ଲୋକ ଖୁସିନାହାନ୍ତି । ଅମିତ ଶାହାଙ୍କ କାର୍ଯ୍ୟ ଉପରେ ୫୮% ଲୋକ ଖୁସି ଥିଲା ବେଳେ ୨୮% ଲୋକ ଖୁସି ନାହାନ୍ତି । ରାହୁଲ ଗାନ୍ଧୀଙ୍କ ଉପରେ ଦେଶର ୩୯% ଲୋକ ସନ୍ତୁଷ୍ଟ ଥିବା ଏହି ସର୍ଭେରୁ ଜଣାପଡ଼ିଛି ।

Previous Post

କଳାହାଣ୍ଡି ବିକାଶର ନୂଆ ଅଧ୍ୟାୟ

Next Post

କରୋନା କବଚ: ପ୍ରଥମ ଦିନରେ ୮୪% ଟିକାଦାନ

Next Post
କରୋନା କବଚ: ପ୍ରଥମ ଦିନରେ ୮୪% ଟିକାଦାନ

କରୋନା କବଚ: ପ୍ରଥମ ଦିନରେ ୮୪% ଟିକାଦାନ

Leave a Reply Cancel reply

Your email address will not be published. Required fields are marked *

RECOMMENDED NEWS

ସତ: ବିଜେପି ଛାଡ଼ିଲେ ଜଗନ୍ନାଥ

ସତ: ବିଜେପି ଛାଡ଼ିଲେ ଜଗନ୍ନାଥ

9 months ago
ନବୀନଙ୍କ  ମଣିଷପଣିଆ

ନବୀନଙ୍କ ମଣିଷପଣିଆ

5 years ago
ରାତି ପାହିଲେ ରେଜଲ୍ଟ, ବଢ଼ିଲା ନେତାଙ୍କ ହାର୍ଟବିଟ୍

ରାତି ପାହିଲେ ରେଜଲ୍ଟ, ବଢ଼ିଲା ନେତାଙ୍କ ହାର୍ଟବିଟ୍

2 years ago
ଅଫିସରଙ୍କୁ ବ୍ୟାଟ୍ ରେ ପିଟିଲେ ବିଜେପି ବିଧାୟକ

ଅଫିସରଙ୍କୁ ବ୍ୟାଟ୍ ରେ ପିଟିଲେ ବିଜେପି ବିଧାୟକ

2 years ago
  • 1.3k Fans

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week

BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    2971 shares
    Share 1188 Tweet 743
  • ଅର୍ଗସ୍ ରୁ ତଡା ଖାଇଲେ ବିଭୂ ରଥ

    1638 shares
    Share 655 Tweet 410
  • ଓଟିଭି ଛାଡ଼ିଲେ ସାମ୍ବାଦିକ ରମେଶ ରଥ

    1349 shares
    Share 540 Tweet 337
  • ଡିଜିପିଙ୍କ ବାଟ ଓଗାଳିବାକୁ ପଣ୍ଡା କମ୍ପାନୀର ଚାଲ୍!

    1187 shares
    Share 475 Tweet 297
  • ସମ କୋଭିଡ ହସ୍ପିଟାଲ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

    1143 shares
    Share 457 Tweet 286
Mid Day Odisha

MiddayOdisha fills a gap in local media for the numerous speakers living and visiting Odisha and outside Odisha.

Follow us on social media:

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020 MIDDAY ODISHA