ଭୁବନେଶ୍ୱର: ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଆସନ୍ତା ୩୧ ତାରିଖ ସଂଧ୍ୟାରେ ପ୍ରକାଶ ପାଇବ । କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଆଉ କିଛି ଦିନ ବିଳମ୍ବ ହେବ । ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି ।
କଳା ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର ଆବଶ୍ୟକୀୟ କାଗଜପତ୍ର କାଗଜପତ୍ର ଯାଞ୍ଚ କରିବାରେ ଅଧିକ ସମୟର ଆବଶ୍ୟକତା ଦେଖାଦେଇଛି । ତେବେ ଫଳ ପ୍ରକାଶନ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି । ଜୁଲାଇ ୩୧ ତାରିଖ ପରେ ଏହି ଉଭୟ ପାଠ୍ୟକ୍ରମର ଫଳ ପ୍ରକାଶ ପାଇଁ ଅନୁମତି ନିମନ୍ତେ ସୁପ୍ରିମକୋର୍ଟଙ୍କ ପାଖରେ ଏକ ସମୟ ଯାଚିକା ଦାଖଲ କରାଯାଇଥିବା ପରିଷଦ ପକ୍ଷରୁ କୁହାଯାଇଛି ।
ସୂଚନାଥାଉକି, ବିନା ପରୀକ୍ଷାରେ ଚଳିତବର୍ଷର ମାଟ୍ରିକ୍ ଭଳି ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଯାଉଛି । ଜୁଲାଇ ୩୧ ପୂର୍ବରୁ ଯୁକ୍ତ ଦୁଇ ବାର୍ଷିକ ରେଜଲ୍ଟ ପ୍ରକାଶ କରିବାକୁ ସବୁ ରାଜ୍ୟକୁ ସୁପ୍ରିମକୋର୍ଟ କହିଥିଲେ । ଦାଖଲ ହୋଇଥିବା ସ୍ୱତନ୍ତ୍ର ପିଟିସନ୍ ର ଶୁଣାଣି କରି ସୁପ୍ରିମ୍ କୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ ।