କଟକ: ସିସୋର ଚିଟଫଣ୍ଡ ସଂସ୍ଥାର ପ୍ରାୟ ୬୫୦ କୋଟିର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ହୋଇଛି । କଟକ ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତ ଆଜି ତାଙ୍କ ରାୟରେ ଏସବୁ ସମ୍ପତ୍ତି ବାଜ୍ୟାପ୍ତି କରିବା ସହ ସର୍ବସାଧାରଣରେ ଏହାକୁ ନିଲାମ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ବାଜ୍ୟାପ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମଧ୍ୟରେ ଅଛି ୧୯୭ ଏକର ଜମି, ୪ ଟି ଦାମୀ ଗାଡ଼ି, ୧୩୮୫ ଗ୍ରାମ ସୁନା, ୨ କ୍ୱିଣ୍ଟାଲ୍ ରୂପା ଏବଂ ୧ କୋଟି ୮୮ ଲକ୍ଷ ୭୫ ହଜାର ଟଙ୍କା ବ୍ୟାଙ୍କ ଡିପୋଜିଟ୍ । ୨୨ ଟି ବ୍ୟାଙ୍କରେ ଏହିସବୁ ସମ୍ପତ୍ତି ରହିଥିବା ସ୍ପେଶାଲ କାଉନସିଲ୍ ବିବେକାନନ୍ଦ ଭୂୟାଁ ସୂଚନା ଦେଇଛନ୍ତି ।
ସର୍ବସାଧାରଣରେ ଏହିସବୁ ସମ୍ପତ୍ତି ନିଲାମ କରାଯିବ । ଏଥିରୁ ଲବ୍ଧ ଅର୍ଥ ଜମାକାରୀଙ୍କୁ ଦିଆଯିବ । ପ୍ରଥମେ ସ୍ୱଳ୍ପ ଜମାକାରୀଙ୍କୁ ଟଙ୍କା ଦିଆଯିବ ଏବଂ ପରେ ବଡ଼ ଜମାକାରୀଙ୍କୁ ଦିଆଯିବ ।
ନିଲାମ ଓ ଆବଣ୍ଟନ ପ୍ରକ୍ରିୟାକୁ ନେଇ କିଛି ଜମାକାରୀଙ୍କ ମଧ୍ୟରେ ଦ୍ୱନ୍ଦ ସୃଷ୍ଟି ହୋଇଥିଲେ ମଧ୍ୟ ଖବରଟି ଅନେକଙ୍କୁ ଆଶ୍ୱସ୍ତି ଆଣିଛି ।